ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ବାପୁ ସଦବୁଦ୍ଧି ଦିଅ

ବାପୁ ସଦବୁଦ୍ଧି ଦିଅ

ଜୟ କୁମାର ମିଶ୍ର 

ସଦବୁଦ୍ଧି ଦିଅ, ଶିରେ କର ଥୁଅ
ଜୟନ୍ତୀରେ ଆଜି ମାଗେ, 
କରୁଛି କାମନା, ମନର ବାସନା 
କର କ୍ଷମା, ଆଜି ମାଗେ ll(1)
ନିଶା ନିବାରଣ, କରିଥିଲ ପଣ
ନିଶା ମୁଁ ସେବନ କରେ, 
ହୋଇ ମୁଁ ମାତାଲ, ହୋଇ ଟଳମଳ 
ସ୍ମୃତିକୁ ମନରେ ଧରେ ll(2)
କୁଟି ମୁଁ ଖାଉନି, ଖାଉଅଛି ଘେନି 
କଳପେଶା ଚାଉଳ ଆଣି, 
କାଟି ମୁଁ ପିନ୍ଧୁନି, ହାତ କଟା ସୂତା 
ଲୁଗାକୁ ହାତରେ ବୁଣି ll(3)
ସ୍ଵଛ ଭାରତର, ସ୍ଵଛତାର ସ୍ୱର 
ବିଜ୍ଞାପନ ମନ ଧରି, 
ଗଣ ମାଧ୍ଯମରେ, ଛବି ଯେବେ ଭାରେ 
ମନରେ ଶରଧା ଭାରି ll(4)
ବାଟ, ଘାଟ, ତୁଠ, ତୁଟା ଲଟାବୁଦା 
ସବୁଠି ତ ପରିମଳ, 
ସ୍ଵଛ ଭାରତର, ନାରାବାଜି ଗୀର 
ସଭାରେ ସନ୍ଦେଶ ବଳ ll(5)
ନାରୀକୁ ସମ୍ମାନ, ତୁମ ଭଲ ଗୁଣ 
ପୋଛିଛି ମନର, ରୋଗ 
ଦେଖି ନବ ଯୁବା, ଦେଖାଏ ମୋ ଆଭା 
(ଦିଏ )କଳଙ୍କ କାଳିମା ଦାଗ ll(6)
ସରଳ ଜୀବନ, କରି ବିସର୍ଜନ 
ବହୁ ଆଡମ୍ବରେ ଚଳେ, 
ଋଣ ଖାଇ ଘିଅ, ଜୀବନର ସୁଅ 
ବୁହାଏ ଆଜିର କାଳେ ll(7)
ବିଦେଶୀ ଜିନିଷ, ଲୋଭରେ ମୋ ଆଶ 
ସ୍ବଦେଶୀକୁ କରି ହେୟ, 
ନବ ଆଧୁନିକ, ରଖିବାକୁ ଟେକ
କପଟ,ଛନ୍ଦରେ ଲୟ ll(8)
ଦୁଃଖୀରଙ୍କୀ ସେବା, ଦାଣ୍ଡେ ଦେଖାଇବା 
କୁମ୍ଭୀର କାନ୍ଦଣା ଘୋର, 
ଜନମନ କିଣି, ସେବାକୁ ବଖାଣି 
ବୁଲୁଥାଏ ନିରନ୍ତର ll(9)
ଅହିଂସା ନୀତିକୁ,ମାନେନା ତାହାକୁ 
ହିଂସାର ବାଟରେ ଚାଲି, 
ଆପଣା ସୁବିଧା, ମlରେ ବଡ଼ବିଧା
ଧନ ଜୀବନ କରେ ଖାଲି ll(10)
ଦେଖି ବିପଦକୁ, ମିଥ୍ୟା କହିବାକୁ 
ଦିଏ ନାହିଁ ପଛଘୁଞ୍ଚା, 
ବିଷମ ଗଣ୍ଡରୁ, ହୋଇ ଯାଏ ପାର 
ଭଦ୍ର ମଣିଷରେ ବଛା ll(11)
ଆଇନ, କାନୁନ, ପୋଥି ବାଇଗଣ 
ବାସ୍ତବରେ ହା-ହା କାର, 
ମିଛର ସାକ୍ଷରେ, ନିଧି, ବୁଦ୍ଧି, ସରେ 
ଏଇତ କମାଲ ମୋର ll(12)
ପର ଅଧିକାର, ସ୍ୱାଧୀନ ବେଭାର 
ଦ୍ୱାର କରିଦିଏ ରୁଦ୍ଧ, 
ଗଣ ତନ୍ତ୍ର ମନ୍ତ୍ର, ଅମଡ଼ା ସେ ପଥ 
ଦୂର ଆକାଶର ଚାନ୍ଦ ll(13)
ମମତା, ସମତା, ଦାଣ୍ଡ ଦେଖା ଚିନ୍ତା 
ନାହିଁ ଆନ୍ତରିକ ଭାବ
ମୁଖେ ହସହସ, ମନରେ ବିରସ 
କୁନ୍ତୁକୁନ୍ତୁ କରୁଥିବ ll(14)
ତୁମ ନୀତି, ଗତି, ମୋ ପାଇଁ ସମ୍ପତି 
ଆଦାୟ ଖୋରାକ ଦିଏ, 
ଗାନ୍ଧୀବାଦର, ଉଠାଇ ମୁଁ ସ୍ୱର 
ସଭା ସମିତିରେ କୁହେ ll(15)
ଜାତି ଧର୍ମ ପ୍ରୀତି, ଛଳନାର ସ୍ଥିତି 
ଭେଦଭାବ ଏଡି ନାହିଁ, 
ତଵ ଜୟନ୍ତୀରେ, କେତେ କହିପାରେ 
ହୋଇ ଅନୁଗାମୀ ମୁହିଁ ll(16)
ପରିସ୍ଥିତି ଦାସ, ବଞ୍ଚିବାର ଆଶ
ଭୋଗ ବିଳାସକୁ ଘେନି, 
ଯାହା ମୁଁ କହଇ, ଓଲଟା କରଇ 
ସଦବୁଦ୍ଧି ଦିଅଟି ବାରେ ll(17)
ଭଲକୁ ସମ୍ମାନ, ତାର ପ୍ରତିଦାନ 
ଶଠ, ଭଣ୍ଡାମିରେ ମିଳେ, 
ସତ କହି ଆଜି, ଆଖି ଯାଏ ଭିଜି 
ଦୁଃଖ ଲୋତକର ଜଳେ ll(18)
ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 
ଡାକି-ଗୋରିବନ୍ଧା, ମାଧ୍ୟମ-କାଶୀନଗର,
ଜିଲ୍ଲା-ଗଜପତି ଓଡିଶା, 761206

Related posts

ଚାରି ବୃକ୍ଷ କୋଳରେ ଭଗବାନଙ୍କ ବିଭିନ୍ନ ଛବି, ସୌନ୍ଦର୍ଯ୍ୟକୁ ବଢ଼ାଇ କଳାକାର ଦେଲେ ରଙ୍ଗର ଚlତୁର୍ଯ୍ୟ 

Sunil Chandra Nayak

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ଲୀଳାମୟୀ ମା ମହାମାୟୀ

Sunil Chandra Nayak

ନର୍ଲାରୋଡ଼ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କର ନାଗପୁର ଠାରେ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!