ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଦେବୀ ଙ୍କ କବିତା ଗାନ୍ଧୀ

       ଗାନ୍ଧୀ 

      ଚନ୍ଦ୍ରକଳା ଦେବୀ

ଅହିଂସା ପୂଜାରୀ ଦରିଦ୍ରର ବନ୍ଧୁ 
ଜାତିର ତୁମେ ଜନକ, 
ଅଠର ଶ’ ଅଣସ୍ତରୀ ଅକ୍ଟୋବର 
ଜନମ ଦୁଇ ତାରିଖ ||
ଗୁଜୁରାଟ ନିକଟ ପୋର ବନ୍ଦରେ 
ଜନମ ବଣିକ ଘରେ, 
କାବା ଗାନ୍ଧୀ ଆଉ ପୁତୁଳି ବାଇଙ୍କ 
ଖୁସି କହିଲେ ନସରେ ||
ଦୁଇଟି ନାଟକ ଦ୍ୱାରା ପ୍ରଭାବିତ 
ହୋଇଥିଲ କର୍ମ ବୀର, 
ପିତୃ ମାତୃ ଭକ୍ତ ଶ୍ରବଣ କୁମାର,  
ଦାନବୀର ହରିଶ୍ଚନ୍ଦ୍ର ||
କହିବା ଆଗରୁ କରି ଦେଖାଇବା 
ନିତି ଯେ ଥିଲା ତୁମର, 
ତିନି ମାଙ୍କଡ଼ଙ୍କ ପ୍ରତିମୂର୍ତ୍ତି କହେ 
ଭଲ କାମ ତୁମେ କର ||
ଇଂରେଜ ଶାସନେ ଅତିଷ୍ଠ ଏଦେଶ 
ଦେଶବାସୀ ହନ୍ତସନ୍ତ, 
ମୁଖ୍ୟ ପୁରୋଧା ସାଜିଣ କଲ ଯେ 
ଫିରିଙ୍ଗି ଶାସନ ଅନ୍ତ ||
କେତେ କାରାଦଣ୍ଡ ପୁଣି ଲାଠି ମାଡ
ତଥାପି ଡରି ନ ଥିଲ, 
ପଣଥିଲା ତୁମ ବିଦେଶୀ ଶାସନ 
ହଟାଇବ ଭାରତର ||
ଏକତାର ମ6ନ୍ତ୍ର ସମଗ୍ର ଦେଶକୁ 
କରିଥିଲ ତୁମେ ଏକ, 
ମାଆକୁ ସମ୍ମାନ, ଗାଆଁ ପାଇଁ କାମ 
ସପନ ଜୀବନ ଯାକ ||
ବିଦେଶୀ ବର୍ଜନ ସ୍ବଦେଶୀ ଗ୍ରହଣ 
କାଟି ଖାଅ କୁଟି ପିନ୍ଧ, 
କର ଅବା ମର ନୀତି ଯେ ତୁମର 
ଦୂର କରେ ଜାତିଭେଦ ||
ସମୟାନୁବର୍ତ୍ତିତାର ଅନୁବର୍ତ୍ତି 
ଅଣ୍ଟାରେ ଘଣ୍ଟା ଖୋସିଣ, 
ଏକ ହସ୍ତେଗୀତା ଆନ ହସ୍ତେବାଡ଼ି 
ରାମ ନାମେ ସଦା ଧ୍ୟାନ ||
ଅତୀବ ସରଳ ଜୀବନ ଯାପନ
ଥିଲା ଯେ ପୁଣି ତୁମର, 
ଆଣ୍ଠୁ ଲୁଚୁ ନଥିବା ଧୋତି ସଙ୍ଗତେ 
କାନ୍ଧେ ଗାମୁଛା ତୁମର ||
ରାମ ରାଇଜର ପ୍ରତିଷ୍ଠା ନିମନ୍ତେ 
ତୁମେ ପୁଣି ଫେରିଆସ, 
ଅହିଂସାର ମା6ର୍ଗ ସ୍ବପ୍ନର ଭାରତ 
ପୂରଣ ହୋଇବ ନିଶ୍ଚେ ||
ଆଜିର ସମାଜେ ଅନ୍ୟାୟ ଅନୀତି 
ପରିପୂର୍ଣ୍ଣ ହିଂସା ଦ୍ୱେଷ, 
ସତ୍ୟ ଅହିଂସାରେ ମାର୍ଗରେ ଯିବାକୁ 
ଲାଗୁଛି ପୁଣି ଯେ ବିଷ ||
ଏ ସଭ୍ୟ ସମାଜ ଆଜି ପଥ ଭ୍ରଷ୍ଟ 
ଯାଅଇ ଅହିଂସା ଭୁଲି, 
ଚାରିଆଡେ ଖାଲି ହିଂସାତ୍ମ୍କକ ଭାବ 
ସ୍ୱାର୍ଥରେ ରହିଛି ଭରି ||
ଶୋଷଣ କଷଣ ଧର୍ଷଣ ଲୁଣ୍ଠନ 
ହେଉଅଛି ପ୍ରତିଦିନ, 
ଆତଙ୍କର ଭୟ ସର୍ବତ୍ର ରହିଛି 
ଭୟଭୀତ ଆଜି ମନ ||
କୋଟି ଓଡ଼ିଆଙ୍କ ମଉଡମଣୀ ହେ 
ଦୀନ ଦରିଦ୍ରଙ୍କ ବନ୍ଧୁ, 
ତ୍ୟାଗୀ ଦେଶପ୍ରେମୀ ଅହିଂସା ସାଧକ 
ସତ୍ୟ ଶାନ୍ତି ମୈତ୍ରୀ ସିନ୍ଧୁ ||
ତଵ ଜନ୍ମଦିନେ ହେ ଅମର ଆତ୍ମା 
ତୁମ ସ୍ମୃତି ଜାଗରିତ, 
ଝୁରେ ଏଇ ମାଟି ଗଗନ ପବନ 
ଝୁରୁଅଛି ଏ ଭାରତ ||
ହେ ମହାନାୟକ ଜାତିର ଜନକ
ତୁମ ଶ୍ରାଦ୍ଧ ବାର୍ଷିକରେ 
ଘେନ ଶ୍ରଦ୍ଧାଞ୍ଜଳୀ ହେ ଅମର ଆତ୍ମା 
ସମ6ର୍ପ ଶ୍ରଦ୍ଧା ଭକ୍ତିରେ ||
ସ୍ୱଚ୍ଛ ଭାରତ ଓ ସୁସ୍ଥ ପରିବେଶ 
ଅଧୁରା ସ୍ବପ୍ନ ପୂରଣ, 
ଆଉ ଥରେ ଆସ ଏ ଧରା ଧାମକୁ 
ମୋର ଏହି ନିବେଦନ ||

କୋରାପୁଟ

Related posts

ଟିଟିଲାଗଡ଼ର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର, ଡ଼ିଆଟନଠାରେ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ 

Sunil Chandra Nayak

ବରିଷ୍ଠ ସାମ୍ବାଦିକ ରବି ରଥ ସପ୍ତମ ଥର ପାଇଁ କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ମହାସଂଘ ସଭାପତି ନିର୍ବାଚିତ

Sunil Chandra Nayak

ମାଁ ଦୁଆରସନି ପୀଠ ରେ ଛତର ଯାତ୍ରା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort