ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାରିପଦାରେ ଆପ୍ ଦଳ ଆନୁକୁଲ୍ୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ମୟୂରଭଞ୍ଜ -୦୨/୧୦/୨୨(ମସିହା) ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ସେହିଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ।ଏହି ମହାନ ଯୋଗଜନ୍ମା ଭାରତ ମାଟିର ସୁଯୋଗ୍ୟ ତଥା ମହାନ ସ୍ବାଧୀନତା ସଂଗ୍ରାମୀ,ଅହିଂସାର ପୂଜକ ମହାତ୍ମା ଗାନ୍ଧୀ ଏବଂ ଜଣେ ସ୍ଵାଭିମାନୀ,ସରଳ ଦକ୍ଷ ପ୍ରଧାନମନ୍ତ୍ରୀ ଲାଲ ବାହାଦୁରଙ୍କ ଜୟନ୍ତୀ ଅବସରରେ ଭାରତର ଅନନ୍ୟ ରାଜନୈତିକ ସଂଗଠନ ଆମ୍ ଆଦମୀ ପାର୍ଟୀ ତରଫରୁ ଆପ୍ କାର୍ଯ୍ୟାଳୟ ପରିସରରେ ଏକ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ଦଳୀୟ ନେତୃବୃନ୍ଦ ଏବଂ‌ କର୍ମିବୃନ୍ଦ ଦୁଇ ମହାତ୍ମାଙ୍କ ତୈଳ ଫଟୋଚିତ୍ରରେ ପୁଷମାଲ୍ଯ ଅର୍ପଣ କରି ଗଭିର‌ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଏହି ଦେଶାତ୍ମକ କାର୍ଯ୍ୟକ୍ରମରେ ନନ୍ଦ କୁମାର ମହାପାତ୍ର, ପ୍ରଫେସର ଗୋପବନ୍ଧୁ ମହାନ୍ତ,ଚନ୍ଦନ କିସ୍କୁ,ବାଦଲ ହେମ୍ବ୍ରମ, ସୁକୁମାର ରଂଜନ ପ୍ରଧାନ, କାଶୀନାଥ ମହାନ୍ତ, ସଂନ୍ଧ୍ୟାରାଣୀ ପାଲବାବୁ,ଚାନ୍ଦ୍ରମାସ ହାଁସଦା,ବିରାମ ମୁର୍ମୁ ପ୍ରମୁଖ ଯୋଗଦେଇ ଭ୍ରଷ୍ଟାଚାର ମୁକ୍ତ ଭାରତ,ଓଡ଼ିଶା , ମୟୂରଭଞ୍ଜ କରାଯିବା ପାଇଁ ଶପଥ ନେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଅବିନାଶ ମହାପାତ୍ର ଙ୍କ କବିତା ପ୍ରେମ ଫୁଲ ଶର ମାରି

ରାଇରଙ୍ଗପୁର ଉପକାରାଗାରରେ ଆର୍ଟ ଅଫ୍ ଲିଭିଂ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

ଲଗାଣ ବର୍ଷାରେ ଭାଙ୍ଗିଲା ଘର ଦୁଇ ପରିବାର ହନ୍ତସନ୍ତ

Sunil Chandra Nayak

Leave a Comment

error: Content is protected !!