ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକରେ ଗାନ୍ଧି ଜୟନ୍ତି ପାଳନ

କୋକସରା,୨/୧୦- (ମ ନି ସ) ଅହିଂସାର ପୁଝାରି ମହାତ୍ମା ଗାନ୍ଧୀ ଜି ଙ୍କ ୧୫୩ ତମ ଜୟନ୍ତୀ କୁ ରବିବାର ସାରା ଦେଶବାସୀ ପାଳନ କରିଛନ୍ତି। ଅହିଂସାର ମୂଳମନ୍ତ୍ରକୁ ପାଥେୟ କରି ଆମ ଦେଶକୁ ପରାଧିନତାରୁ ସ୍ୱାଧୀନତା ଦେଇଥିବା ସେହି ମହାତ୍ମା ଗାନ୍ଧୀ ଙ୍କ ପୁଣ୍ୟ ଜୟନ୍ତିରେ ଦେଶବାସୀ ତାଙ୍କୁ ମନେ ପକାଇବା ସହ ସ୍ମୁତି ଚାରଣ କରିଛନ୍ତି। ଏହି ମହାନ ଦିନଟିକୁ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ପରିସରରେ ବିଡ଼ିଓ ଉତ୍ତମ କୁମାର ବାଗ ଙ୍କ ସଭାପତିତ୍ୱରେ ଗାନ୍ଧୀ ଜୟନ୍ତି ପାଳନ କରାଯାଇଛି। ଗାନ୍ଧିଜୀଙ୍କ ଫୋଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଗାନ୍ଧି ଜି ଙ୍କ ସ୍ୱଚ୍ଛତା ବାର୍ତ୍ତାକୁ ନେଇ ମତ ରଖିଥିଲେ ଉପସ୍ଥିତ ଅଧିକାରୀ। ଏହି କାର୍ଯ୍ୟକ୍ରମରେ ଜିପିଇଓ ନାରାୟଣ ଭୋଇ, ସମାଜ ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ୱାଳ, ମୁଖ୍ୟ କିରାଣି ଅଚ୍ୟୁତାନନ୍ଦ ନାଗ ସମେତ ବ୍ଲକର କର୍ମଚାରୀ ଉପସ୍ଥିତ ରହି ଗାନ୍ଧୀ ଦିବସ ଅବସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ମିଶନ ଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠି ମହିଳା ମାନେ ଯୋଗଦେଇ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସେହିପରି ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ସଭାପତି ଘନଶ୍ୟାମ ଜାଳଙ୍କ ସଭାପତିତ୍ୱ ରେ ନିମାଇଁ ଚରଣ ଧଙ୍ଗଡାମାଝୀ, ପୁରୁଷୋତ୍ତମ ଗୁପ୍ତା, ତ୍ରିଭୁବନ ନାଏକ , କେଶବ ଚନ୍ଦ୍ର ନାଏକ, ହରିଶ୍ଚନ୍ଦ୍ର ନାଏକ, ଅଭିମନ୍ୟୁ ପଟ୍ଟନାୟକ, ମହେନ୍ଦ୍ର ଧରୁଆ, ହେମନ୍ତ ବାଗ, କମଳ ଲୋଚନ ନାଏକ, ଲିଙ୍ଗରାଜ ବେହେରା ଉପସ୍ଥିତ ରହି ଗାନ୍ଧୀଜୀଙ୍କୁ ମନେ ପକାଇଥିଲେ।

Related posts

ଆଜିଠାରୁ ଶ୍ରୀ ଶ୍ରୀ ବଳଦେବ ଜିଉ ଙ୍କ ମନ୍ଦିରରେ ଅବଢା ଆରମ୍ଭ.

Sunil Chandra Nayak

କର୍ଲାମୁଣ୍ଡା ଜୋନ୍ ‘ଖ’ରେ କଂଗ୍ରେସ ପ୍ରାର୍ଥୀ ସୁରେଶ ଚୌଧୁରୀ ବିଜୟୀ

Sunil Chandra Nayak

ବିଜେଡ଼ି ଦଳ ପକ୍ଷରୁ ଜନସେବାରେ ଥଣ୍ଡା ପାନୀୟ ବଣ୍ଟନ

Leave a Comment

error: Content is protected !!