ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶୋଇ ଥାନା – ୪୯ ନମ୍ବର ରାଜପଥ ଖଡମବେଡାରେ ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମଧ୍ୟରୁ ଜଣେ ମୃତ ଜଣେ ଗୁରୁତର 

ରାଇରଙ୍ଗପୁର -୦୩/୧୦/୨୨ମ  ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଖଡମବେଡା ପଞ୍ଚାୟତ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ରବିବାର ରାତି ୯.୩୦/୧୦ ଟା ପାଖାପାଖି ସମୟରେ ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମଧ୍ୟରୁ ଜଣେ ମୃତ ଜଣେ ଗୁରୁତର । ସୂଚନାଯୋଗ୍ୟ ରବିବାର ରାତିରେ କୁବେର ମୁର୍ମୁ (୨୨)ଓ ୩୫ ବର୍ଷିୟ ଜାନକୀ ବଲ୍ଲଭ ବାସ୍କେ(୩୫) ଏକ ବାଇକ୍ ବିଶୋଇ ରୁ ନିଜ କାମ ସାରି ନିଜ ଗାଁ ଦେପଟାକୁ ଯାଉଥିବା ସମୟରେ ଦୁର୍ଘଟଣାରେ ଶିକାର ହୋଇଥିଲେ।ତେଣୁ ଏ ନେଇ ଖଡମବେଡା ଘଟଣାସ୍ଥଳରେ କୁବେରଙ୍କ ମୃତ୍ୟୁ ହୋଇଥିବା ବେଳେ ଜାନକୀ ଅଳ୍ପକେ ବର୍ତ୍ତିଛନ୍ତି । ସ୍ଥାନୀୟ ସରପଞ୍ଚ ସମୋବାରୀ ସିଂ ସମେତ ଗ୍ରାମବାସୀ ରାଜରାସ୍ତାକୁ ୨ ଘଣ୍ଟା ଧରି ଅବରୋଧ କରିଥିଲେ।ସରପଞ୍ଚ କହିଥିଲେ ଏହି ରାସ୍ତା ମରଣଯନ୍ତା ପାଲଟିଛି, ଯେଉଁଥିପାଇଁ ଏହି ରାସ୍ତା ପାଇଁ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ନିରବ ରହିଛି ଏଣୁ ଏ ରାସ୍ତା ଠିକ୍ ନ ହେବା ଯୋଗୁଁ ଆଗରୁ ବହୁ ଧନଜୀବନ କ୍ଷତି ହେବା ସହିତ ଆଜି ମଧ୍ୟ ଏକ ନିରିହ ଯୁବକଙ୍କ ଜୀବନ ଚାଲିଗଲା ।ରାସ୍ତା ମରାମତି ଅଭାବରୁ ଗତବର୍ଷ ଦୁଇ ମୁଣ୍ଡ ଗଢିଥିବା ବେଳେ ଚଳିତ ବର୍ଷ ଗୋଟିଏ ମୁଣ୍ଡ ଗଢିଛି । ଆଗକୁ ଯେମିତି ମୋ ଅଞ୍ଚଳବାସୀଙ୍କ ଜୀବନ ଏମିତି ନ ଯାଉ ଆଉ ରାସ୍ତା କାମ ଅତି ଶୀଘ୍ର କରାଯାଉ ବୋଲି ସରପଞ୍ଚ ସମୋବାରୀ ସିଂ କହିଥିଲେ। ଯଦି ରାସ୍ତା କାମ ଶୀଘ୍ର କରା ନ ଯାଏ ତାହେଲେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତା ରୋକ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଘଟଣାସ୍ଥଳରେ ରାଇରଙ୍ଗପୁର ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ ଏବଂ ବିଶୋଇ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ରାସ୍ତା ମରାମତି ପାଇଁ ପ୍ରଶାସନିକ ସ୍ତରରେ ଶିଘ୍ର ପଦକ୍ଷେପ ନେବେ ବୋଲି କହିଲା ପରେ ଉତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧରୁ ଓହରି ଥିଲେ।ତଦସ଼ହ ରେଡକ୍ରସ ପାଣ୍ଠିରୁ ଆର୍ଥିକ ପ୍ରୋତ୍ସାହନ ଦିଆଯିବା ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଶାସନ,ଜନ ପ୍ରତିନିଧି, ଜାତୀୟ ରାଜପଥ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ବହୀନତା ଓ ଖାମଖିଆଲ ଯୋଗୁଁ ବାରମ୍ବାର ଅମୂଲ୍ୟ ଜୀବନ ନଷ୍ଟ ହେଉଥିବା ନେଇ ଗ୍ରାମବାସୀ ମାନେ କ୍ଷୋଭ ପ୍ରକାଶ କରୁଛନ୍ତିି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଗୌତମ କଚିମ ଙ୍କ କବିତା ଜୀବନଖରାଛାଇଖେଳ

Sunil Chandra Nayak

କବିତା – ଉତ୍କଳ ଦିବସ

Sunil Chandra Nayak

ରାଜସ୍ବ ସ୍କ୍ୱାର୍ଡ ପାର୍ଟି ଦ୍ବାରା ଦୁଇ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ;୪୦,୪୦୦ ଟଙ୍କା ଜୋରିମାନା ଆଦାୟ

Sunil Chandra Nayak

Leave a Comment

error: Content is protected !!