ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଜ୍ରପାତରେ ଯୁବକର ମୃତ୍ୟୁ

ବାଲେଶ୍ଵର,୦୪/୧୦/୨୨- ବଜ୍ରପାତରେ ଗଲା ଜୀବନ । ଏମିତି ଏକ ଘଟଣା ଘଟିଛି ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ କଳଖୁଣ୍ଟା ଗାଁରେ । ଆଜି(୦୪/୧୦/୨୨) ଦିନ ପ୍ରାୟ ୧୨ ଘଟିକା ସମୟରେ ବିବେକାନନ୍ଦ ଖୁଣ୍ଟିଆ ପାଖ ବିଲକୁ ଯାଇଥିଲେ । ସେହି ସମୟରେ ହଠାତ୍ ବଜ୍ରପାତ ହୋଇଥିଲା । ସେହି ବଜ୍ରପାତରେ ଶ୍ରୀ ଖୁଣ୍ଟିଆ ସେଠାରେ ଟଳି ପଡିଥିଲେ । ତାଙ୍କର ଶରୀର ପୋଡିଯାଇଥିବା ଦେଖାଯାଇଛି । ସଙ୍ଗେ ସଙ୍ଗେ ପରିବାର ଲୋକେ ଘଟଣା ସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିକଟସ୍ଥ ଖଇରା ମେଡ଼ିକାଲକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶ୍ରୀ ଖୁଣ୍ଟିଆଙ୍କ ବୟସ ପ୍ରାୟ ୪୦ ବର୍ଷରୁ ଉର୍ଦ୍ଧ୍ବ ହେବ । ଘରେ ତାଙ୍କର ବିଧବା ପତ୍ନୀ ଅଛନ୍ତି । ହଠାତ୍ ଏଭଳି ଦୁଃଖଦ ଘଟଣା ସମୃକ୍ତ ଅଞ୍ଚଳରେ ଶୋକରଛାୟା ଖେଳାଇ ଦେଇଛି । ଖବରପାଇ ଖଇରା ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ  କରି ତଦନ୍ତ ଆରମ୍ଭ କରିଛି । ଏବଂ ଜବଦ ମୃତଦେହକୁ ବ୍ଯବଛେଦ ନିମନ୍ତେ ପଠାଇବାର ବ୍ଯବସ୍ଥା କରିଛି ପୋଲିସ । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏଭଳି ଘଟଣା ଜିଲ୍ଲାରେ କେଉଁଠି ଘଟିଥିବାର ନଜରକୁ ଆସିନାହିଁ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରବୀନ୍ଦ୍ରକୁମାର ବେହେରା ଙ୍କ ଗଳ୍ପ ବାବନା ଭୂତ କଥା

ରିଷିଡା ସ୍ଥିତ ମା’ ତାରିଣୀ ପୀଠରେ ଝାମୁଯାତ୍ରା ଓ ପଣା ସଂକ୍ରାନ୍ତି ପାଳିତ

Sunil Chandra Nayak

କଚରାପାରା ୩ ପଂଚାୟତରେ ଜଳ ସଙ୍କଟ , ନୂତନରେ ନିର୍ମିତ ବସୁଧା ଯୋଜନା ଲୋକଙ୍କ କାମରେ ଆସୁନି

Sunil Chandra Nayak

Leave a Comment

error: Content is protected !!