ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଦେବୀ ଙ୍କ କବିତା ବିଜୟା ଦଶମୀ

ବିଜୟା ଦଶମୀ

ଚନ୍ଦ୍ରକଳା ଦେବୀ

ଅଶ୍ୱିନ ମାସର ଶୁକଳ ଦଶମୀ
ବିଜୟା ଦଶମୀ ଜାଣ,
ବିଜୟର ନେତ ଉଡ଼ଇ ସର୍ବତ୍ର
ମା’କରନ୍ତି କଲ୍ୟାଣ ||
ସିଂହବାହିନୀ ମା’ଦୁର୍ଗତି ନାଶିନୀ
ଜଗତ କଲ୍ୟାଣୀ ମାଆ,
ଶକ୍ତି ପ୍ରଦାୟିନୀ ମୁକ୍ତି ପ୍ରଦାୟିନୀ
ଆଶିଷ ଦାୟିନୀ ମାଆ ||
ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ
ନବରୂପ ଧରି ମାତା,
ଦଶମୀ ଦିନରେ ଦୁର୍ଗତି ନାଶିନୀ
ଦୁର୍ଗାମା’ଜଗତଜିତା ||
ଘରଦ୍ୱାର ଲିପି ଝୋଟି ଆଦି ସ୍ଥାପି
ଘରେଘରେ ହୁଏ ପୂଜା,
ଅସ୍ତ୍ର ଶସ୍ତ୍ର ସବୁ ମାଆଙ୍କ ଆୟୁଧ
ପୂଜା ପୀଠେ ହୁଏ ସଜା ||
ନାନାବିଧ ପିଠା କ୍ଷିରୀ ଓ ଖେଚୁଡ଼ି
ମାଆ କରିଥାନ୍ତି ପୂଜା,
ଦଶରା ପରବ କୃଷିଭିତ୍ତିକ ଯେ
ଭାଇଚାରା ଭାବେ ବନ୍ଧା ||
ପ୍ରଭୁ ରାମଚନ୍ଦ୍ର ସୀତା ଉଦ୍ଧାରିଲେ
ଦୁଷ୍ଟ ରାବଣ ବଧିଣ,
ଅଯୋଧ୍ୟା ନଗ୍ରକୁ ବିଜୟର ବାର୍ତ୍ତା
ବିଜୟା ଦଶମୀ ନାମ ||
ଆଦ୍ୟାଶକ୍ତି ଦୁର୍ଗା ମହିଷାସୁରକୁ
ବଧିଥିଲେ ଏହିଦିନ,
ଅସତ୍ୟ ଉପରେ ସତ୍ୟର ପ୍ରତିଷ୍ଠା
ଅଧର୍ମ ଉପରେ ଧର୍ମ ||
ଆସ ଅବତରୀ ଏ ଧରା ଧାମକୁ
ଏଇ ଅନୁରୋଧ ମୋର,
ଏ ସଙ୍କଟ କାଳେ ଉଦ୍ଧାର କରିଣ
ମହୀ ଦୁଃଖ ଦୂର କର ||

ବନ୍ଧୁଗାଁ,କୋରାପୁଟ

Related posts

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ

Sunil Chandra Nayak

ରାଜା ଆର୍ତ୍ତରାଣ ଉଚ୍ଚ ବିଦ୍ୟାଳୟ ରେ ଉତ୍କଳ ଦିବସ ପାଳିତ

Sunil Chandra Nayak

କବିତା ସାହୁ   ଙ୍କ କବିତା ପଣା ସଂକ୍ରାନ୍ତି

Sunil Chandra Nayak

Leave a Comment

error: Content is protected !!