ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ତୁମେ ଥରେ

ତୁମେ ଥରେ

ତୁମେ ଥରେ 
ଟିକିଏ ହସି ଦିଅନା 
ହିମାଳୟର ବରଫରୁ ବି
ମୁଁ ତରଳି ଯାଇ
ନଦୀ ହୋଇ ବହିଯିବି 
ତୁମ ହୃଦୟର ବିଶାଳ
ସାଗରରେ ମିଶିଯିବା ପାଇଁ ..।।
ତୁମେ ଥରେ 
ଟିକିଏ ହସି ଦିଅନା
ହୃଦୟରୁ କାଢିଦେଇ
ସବୁ କୋହ, ସବୁ ଦୁଃଖ
ସଜାଇ ଦେବି
ଗୋଟିଏ ପ୍ରୀତି ସିଂହାସନ
କେବଳ ତୁମର 
ବସିବା ପାଇଁ ..।।
ତୁମେ ଥରେ 
ଟିକିଏ ହସି ଦିଅନା
ମୋ ମନ ଆକାଶରେ 
ଭାସିବ ବାଦଲ
ଝରିବ ବର୍ଷା
ଇନ୍ଦ୍ରଧନୁର ରଙ୍ଗରେ 
ରଙ୍ଗାୟିତ ହେବ
ମୋ ସମଗ୍ର ଶରୀର ।।

ସସ୍ମିତେଶ ସାହୁ

ଶଙ୍ଖଚିଲା,ଯାଜପୁର

Related posts

ଗୁରୁତର ଆହତ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲେ ସମାଜସେବୀ ସୌମିକ (ଟିଟନ୍)

Sunil Chandra Nayak

ନନ୍ଦିନୀ ରାଉତ ଙ୍କ କବିତା ଶିଶିର ବିନ୍ଦୁ

Sunil Chandra Nayak

କୋକସରା ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକଙ୍କ ପକ୍ଷରୁ ବିଇଓଙ୍କୁ ଦାବିପତ୍ର 

Sunil Chandra Nayak

Leave a Comment

error: Content is protected !!