ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲାରୋଡ଼ ରେ ରାବଣ ପୋଡି ଅନୁଷ୍ଠିତ

ନର୍ଲା(ମ ନି ସ )-6/10/22  ନର୍ଲା ବ୍ଲକ ଅନ୍ତର୍ଗତ ନର୍ଲାରୋଡ଼ ଠାରେ ୯ ଦିନ ଧରି ମହିଷାସୁର ମର୍ଦ୍ଧିନୀ ମା ଦୁର୍ଗା ଙ୍କ ନବରାତ୍ରୀ ପୂଜା ମହା ଆଡମ୍ବରରେ ପାଳିତ ହୋଇ ଯାଇଛି l ଏ ଅବସରରେ ବିଜୟା ଦଶମୀ ବୁଧୁବାର ଦିନ ସନ୍ଧ୍ୟାରେ ରାମ ଲକ୍ଷ୍ମଣ ଓ ସୀତା ଏକ ପଟୁଆରରେ ବାହାରି ନର୍ଲାରୋଡ଼ ଗ୍ରାମ ପରିକ୍ରମା କରି ରାବଣ ପୋଡି ପଡିଆରେ ପହଂଚି ଥିଲେ l ଏହି ରାବଣ ପୋଡି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର କୁମାର ସିଂ ଦେଓ ଓ ସମ୍ମାନିତ ଅତିଥି ଭାବେ ନର୍ଲା ଥାନା ଅଧିକାରୀ ଶ୍ରୀଯୁକ୍ତ ମେହେର ଯୋଗ ଦେଇ ଥିବା ବେଳେ ପୂଜା କମିଟି ସଭାପତି ହମେଶ କୁମାର ଜୈନ, ସମ୍ପାଦକ ବିମଲ କୁମାର କେଡ଼ିଆ, କୋଷାଧକ୍ଷ ବାବୁଲା ରାଉତ, ସଦସ୍ୟ ବିନାୟକ ମହନ୍ତ, ରଜିନ ସାହୁ, ରାଜା ପରିଡା ଅମର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରି ଥିଲେ l ଏହି ରାବଣ ପୋଡି ଦେଖିବାକୁ ନିକଟସ୍ଥ ଅନେକ ଗ୍ରାମରୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଦେଖିବାକୁ ଆସିଥିଲେ l

 ନର୍ଲା ରୁ ନିରଞ୍ଜନ ଗଉଡ଼ ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ମାଓ ପୋଷାକ ପିନ୍ଧି ଡ଼କାୟତି କରୁଥିବା ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗ ର ଦୁଇ ଡକାୟତ ଗିରଫ

Sunil Chandra Nayak

ଥୁଆମୂଳ ରାମପୁର  ତାଲବନ୍ଦ ପଡାଠାରେ ରଙ୍ଗାରଙ୍ଗ ଧାମାକା ମେଲୋଡି ଅନୁଷ୍ଠିତ

Sunil Chandra Nayak

କଣ୍ଟାଗାଁ ମୌଜାରେ ଧାନ ଫସଲ ନଷ୍ଟ :କ୍ଷତିପୂରଣ ଦାବୀ

Sunil Chandra Nayak

Leave a Comment

error: Content is protected !!