ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲାରୋଡ଼ ରେ ରାବଣ ପୋଡି ଅନୁଷ୍ଠିତ

ନର୍ଲା(ମ ନି ସ )-6/10/22  ନର୍ଲା ବ୍ଲକ ଅନ୍ତର୍ଗତ ନର୍ଲାରୋଡ଼ ଠାରେ ୯ ଦିନ ଧରି ମହିଷାସୁର ମର୍ଦ୍ଧିନୀ ମା ଦୁର୍ଗା ଙ୍କ ନବରାତ୍ରୀ ପୂଜା ମହା ଆଡମ୍ବରରେ ପାଳିତ ହୋଇ ଯାଇଛି l ଏ ଅବସରରେ ବିଜୟା ଦଶମୀ ବୁଧୁବାର ଦିନ ସନ୍ଧ୍ୟାରେ ରାମ ଲକ୍ଷ୍ମଣ ଓ ସୀତା ଏକ ପଟୁଆରରେ ବାହାରି ନର୍ଲାରୋଡ଼ ଗ୍ରାମ ପରିକ୍ରମା କରି ରାବଣ ପୋଡି ପଡିଆରେ ପହଂଚି ଥିଲେ l ଏହି ରାବଣ ପୋଡି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର କୁମାର ସିଂ ଦେଓ ଓ ସମ୍ମାନିତ ଅତିଥି ଭାବେ ନର୍ଲା ଥାନା ଅଧିକାରୀ ଶ୍ରୀଯୁକ୍ତ ମେହେର ଯୋଗ ଦେଇ ଥିବା ବେଳେ ପୂଜା କମିଟି ସଭାପତି ହମେଶ କୁମାର ଜୈନ, ସମ୍ପାଦକ ବିମଲ କୁମାର କେଡ଼ିଆ, କୋଷାଧକ୍ଷ ବାବୁଲା ରାଉତ, ସଦସ୍ୟ ବିନାୟକ ମହନ୍ତ, ରଜିନ ସାହୁ, ରାଜା ପରିଡା ଅମର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରି ଥିଲେ l ଏହି ରାବଣ ପୋଡି ଦେଖିବାକୁ ନିକଟସ୍ଥ ଅନେକ ଗ୍ରାମରୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଦେଖିବାକୁ ଆସିଥିଲେ l

 ନର୍ଲା ରୁ ନିରଞ୍ଜନ ଗଉଡ଼ ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ବାଲେଶ୍ବର – କେନ୍ଦ୍ର ଲଳିତକଳା ଏକାଡେମୀ ପୁରସ୍କାର ବିଜେତା ଲକ୍ଷ୍ମୀପ୍ରିୟାଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

କୀଡୀନି ରୋଗ ର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ 

Sunil Chandra Nayak

ଚୋରା ବାଲି ଚାଲାଣ ଉପରେ ପ୍ରଶାସନିକ ଅଧିକାରୀଙ୍କ ନଜର ପଡିବ କେବେ

Sunil Chandra Nayak

Leave a Comment

error: Content is protected !!