ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ରେ ଆଦିବାସୀ ଦଶହରା ପାଳିତ

ଡାବୁଗାଁ, ୬/୧୦ ଗୁରୁବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ପାରମ୍ପରିକ ଆଦିବାସୀ ଦଶହରା ପାଳିତ ହୋଇଯାଇଛି | ଏଥିରେ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରୁ ଲାଠି ,କୁର୍ଚି ଓ ଶିରା ,ମାନଙ୍କୁ ନିମନ୍ତ୍ରଣ କରାଯାଇଥାଏ | ଅପରାହ୍ନ ରେ ସମସ୍ତ ଲାଠି, କୁର୍ଚି ଡାବୁଗାଁ ମା ଠାକୁରାଣୀ ମନ୍ଦିରରେ ପହଞ୍ଚି ଥିଲେ | ସେଠାରୁ ଲାଠି ,କୁର୍ଚି, ଶିରା ଓ ଦିଶାରି ମାନେ ସୁସଜିତ ହୋଇ ପାରମ୍ପରିକ ଢୋଲ , ମର୍ଦଳ ତାଳେ ତାଳେ ନୃତ୍ୟରତ ଭାବେ ଗ୍ରାମ ପରିକ୍ରମା କରିଥିଲେ | ପରେ ମା ଡାବାଦେଇ ମନ୍ଦିରରେ ପହଞ୍ଚିଥିଲେ | ଗୁରୁବାର ସାପ୍ତାହିକ ହାଟ ଥିବାରୁ ଭକ୍ତଙ୍କ ଭିଡ ପରିଲଖିତ ହୋଇଥିଲା | ଏହି ଦଶହରା ଆଶ୍ଵିନ ମାସରେ ଦଶହରା ପର୍ବ ରେ ମା ଦୂର୍ଗାଙ୍କ ଦଶମୀ ପୂଜା ପରେ ଯେଉଁ ଗୁରୁବାର ପଡିଥାଏ ସେହିଦିନ ଆଦିବାସୀ ଦଶହରା ପାଳିତ ହୋଇଥାଏ | ଏଥିରେ ଗ୍ରାମର ପ୍ରାୟ ବହୁ ଲୋକଙ୍କ ସମାଗମ ହୋଇଥିଲା |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଢେ଼ଙ୍କାନାଳ ଲକ୍ଷ୍ମୀବଜାର ସ୍ଥିତ ହୀରକ ଜୟନ୍ତୀ ର ତୃତୀୟ ଦିବସ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

ମଡେଲ ଡିଗ୍ରୀ କଲେଜରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରୁ ୮୩ ୟୁନିଟ୍ ରକ୍ତ ସଂଗ୍ରହ

Sunil Chandra Nayak

Leave a Comment

error: Content is protected !!