ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦାହାଣ୍ଡି ରେ ଲାଖ ବିନ୍ଧା ପର୍ବ ଅନୁଷ୍ଠିତ

ଚନ୍ଦାହାଣ୍ଡି 6/9(ମ ନି ସ )- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସଦର ଠାରେ ବିଜୟ ଦଶମୀ ରେ ମା ଙ୍କ ପୂଜା ଅଵସର ରେ ଦୁର୍ଗା ପୂଜା କମିଟି ଦ୍ୱାରା ପୂର୍ବ ପ୍ରଚଳିତ ପରମ୍ପରା ଅନୁସାରେ ଲାଖ ବିନ୍ଧା ପର୍ବ ଅନୁଷ୍ଠିତ ହୋଇ ଥିଲା l ଏଥିରେ 3 ଜଣ ଆଦିବାସୀ ଧନୁର୍ଧର ଲାଖ ବିନ୍ଧା ରେ ଯୋଗ ଦାନ ଦେଇ ଲାଖ ବିନ୍ଧି ଥିଲେ l ଅଣ୍ଠିପଡା ଗ୍ରାମର ଆଦିବାସୀ ଧନୁର୍ଧର କଳାକାର ମାଝି , ପୂନୁ ଝାକର ଏବଂ ତାଙ୍କ ସାଥି ଲାଖ ବିନ୍ଧି ଦୁର୍ଗା ପୂଜା କମିଟି ଦ୍ୱାରା ପୁରସ୍କୃତ ହୋଇଥିଲେ l ଚନ୍ଦାହାଣ୍ଡି ଥାନା ଏସ ଆଇ ଶିବ ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇ ବିଜୟୀ ଧନୁ ଧର ମାନଙ୍କୁ ପୁରସ୍କୃତ କରି ଥିଲେ l ଦଶହରା ରେ ପୁରୁଣା ଲାଖ ବିନ୍ଧା ପରମ୍ପରା କୁ ବଜାୟ ରଖିବା ସହ ଆଦିବାସୀ ଙ୍କ ଧନୁ ବିଦ୍ୟା କୁ ବଞ୍ଚାଇ ରଖିବା ଲାଖ ବିନ୍ଧା ପର୍ବ ର ମୁଖ୍ୟ ଉଦେଶ୍ୟ ବୋଲି ଆୟୋଜକ କମିଟି ତରଫ ରୁ ସୂଚନା ଦିଆ ଯାଇଛି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ହାଇସ୍କୁଲରେ ଉନ୍ନୟନ କାର୍ଯ୍ୟକ୍ରମ ର ସମୀକ୍ଷା

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ ର କାର୍ଯ୍ୟ ପ୍ରଶଂସନୀୟ ଏବଂ ଅଭିନନ୍ଦନୀୟ -ମହିମା ସନ୍ୟାସୀ ବାବା ଦୀନବନ୍ଧୁ ଦାସ

ଭୂଷଣ ହତ୍ୟାକାଣ୍ଡ: ଆଉ ୨ ଜଣ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!