ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁମିତା ମିଶ୍ର ଙ୍କ କବିତା ପ୍ରୟାସ…

     ପ୍ରୟାସ…

       (ଲକ୍ ଡାଉନ୍ ସନେଟ୍)
ସବୁଠି ଶୂନ୍ୟତାର ପ୍ରଭାବ ଅସମ୍ଭବ ଏକ ଖାଁ ଖାଁ ଭାବ…!
କେହି ଚିହ୍ନା ନ ଥିଲେ କେହି ନ ଥିଲେ ଆପଣାର ବୋଲି…!!
କିଏ ଏଠି କାହାକୁ ପଚାରିବ କିଏ ବା କାହା ଖବର ନେବ…??
ସତେ ଯେପରି ମରଣଜନ୍ତା ଜଗିଥିଲା ନିଜ ଦୁଆରକୁ ଖୋଲି…!!
ଶୁନଶାନ୍ ଥିଲା ରାସ୍ତାଘାଟ ଶୁନଶାନ୍ ଥିଲା ବଜାର ହାଟ…!
କୁଆ କୋଇଲି କୁକୁର ଗାଈ ରାସ୍ତାରେ ଆଁ କରି ଦେଖୁଥିଲେ…!!
ମଣିଷ ସହରରେ ମଣିଷର ଅଭାବ ଅଦ୍ଭୁତ ଏକ ଦୃଶ୍ୟପଟ…!!
କିଏ କେଉଁଠି ଲୁଚିଗଲେ କି ହଜିଗଲେ ବୋଧେ ଭାବୁଥିଲେ…??
ଠେଲାପେଲା ରାଜରାସ୍ତାକୁ ଏ କି ଶୂନ୍ୟତା ଗ୍ରାସ କରିଥିଲା…??
କାହିଁକି ଚଳଚଞ୍ଚଳ ପୃଥିବୀଟା ହଠାତ୍ ଏମିତି ସ୍ଥିର ହେଇଗଲା…??
ସମୟ ତ ଅଟକିଲାନି ହେଲେ ଗତି ସବୁ ବନ୍ଦ୍ ହୋଇଗଲା…!!
ଅଜଣା କୋକୁଆ ଭୟ ଆଗରେ ସବୁକିଛି କି ହାର ମାନିଗଲା…??
ଅଦୃଶ୍ୟ ନିଶବ୍ଦ ପଦଶବ୍ଦଟି ଏତେ ଭୟଙ୍କର ଶବ୍ଦଟେ କରିଲା…
ନିଃଶ୍ୱାସ ନେବା ପାଇଁ ବିଶ୍ବ ପୁନଃ ବିଶ୍ଵାସର ଦ୍ଵାର ଖୋଜିଲା…!!??

ମଧୁମିତା ମିଶ୍ର

     ଭୁବନେଶ୍ଵର

Related posts

ଘୋଡ଼ା ଛାପ ଥିବା ବ୍ୟାପକ ନକଲି ଦେଶୀ ମଦ ପାଉଚ୍ ଜବତ ! ୩ ଗିରଫ ! ଗୋଟିଏ ବୋଲେରୋ ଜବତ

Sunil Chandra Nayak

ଆଗାମୀ ଶୀତ ଅଧିବେଶନ ବେଳେ ରେଳ ଚଳାଚଳ ପାଇଁ ଦାବି

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଆମର ନଟିଆ, ବଡ଼ ଉଚ୍ଚାଟିଆ

Leave a Comment

error: Content is protected !!