ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁମିତା ମିଶ୍ର ଙ୍କ କବିତା ପ୍ରୟାସ…

     ପ୍ରୟାସ…

       (ଲକ୍ ଡାଉନ୍ ସନେଟ୍)
ସବୁଠି ଶୂନ୍ୟତାର ପ୍ରଭାବ ଅସମ୍ଭବ ଏକ ଖାଁ ଖାଁ ଭାବ…!
କେହି ଚିହ୍ନା ନ ଥିଲେ କେହି ନ ଥିଲେ ଆପଣାର ବୋଲି…!!
କିଏ ଏଠି କାହାକୁ ପଚାରିବ କିଏ ବା କାହା ଖବର ନେବ…??
ସତେ ଯେପରି ମରଣଜନ୍ତା ଜଗିଥିଲା ନିଜ ଦୁଆରକୁ ଖୋଲି…!!
ଶୁନଶାନ୍ ଥିଲା ରାସ୍ତାଘାଟ ଶୁନଶାନ୍ ଥିଲା ବଜାର ହାଟ…!
କୁଆ କୋଇଲି କୁକୁର ଗାଈ ରାସ୍ତାରେ ଆଁ କରି ଦେଖୁଥିଲେ…!!
ମଣିଷ ସହରରେ ମଣିଷର ଅଭାବ ଅଦ୍ଭୁତ ଏକ ଦୃଶ୍ୟପଟ…!!
କିଏ କେଉଁଠି ଲୁଚିଗଲେ କି ହଜିଗଲେ ବୋଧେ ଭାବୁଥିଲେ…??
ଠେଲାପେଲା ରାଜରାସ୍ତାକୁ ଏ କି ଶୂନ୍ୟତା ଗ୍ରାସ କରିଥିଲା…??
କାହିଁକି ଚଳଚଞ୍ଚଳ ପୃଥିବୀଟା ହଠାତ୍ ଏମିତି ସ୍ଥିର ହେଇଗଲା…??
ସମୟ ତ ଅଟକିଲାନି ହେଲେ ଗତି ସବୁ ବନ୍ଦ୍ ହୋଇଗଲା…!!
ଅଜଣା କୋକୁଆ ଭୟ ଆଗରେ ସବୁକିଛି କି ହାର ମାନିଗଲା…??
ଅଦୃଶ୍ୟ ନିଶବ୍ଦ ପଦଶବ୍ଦଟି ଏତେ ଭୟଙ୍କର ଶବ୍ଦଟେ କରିଲା…
ନିଃଶ୍ୱାସ ନେବା ପାଇଁ ବିଶ୍ବ ପୁନଃ ବିଶ୍ଵାସର ଦ୍ଵାର ଖୋଜିଲା…!!??

ମଧୁମିତା ମିଶ୍ର

     ଭୁବନେଶ୍ଵର

Related posts

ବେହେରା ଲଖିରାମ ଅଗ୍ରଓ୍ୱାଲ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ଏକବିଂଶ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସାରସ୍ୱତ ସମାରୋହ

Sunil Chandra Nayak

ବାରିପଦାରେ ଆପ୍ ଦଳ ଆନୁକୁଲ୍ୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!