ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୈଳବାଳା ରାମ ଙ୍କ କବିତା ଆସ ମା’ ଆସ

   ଆସ ମା’ ଆସ

ତୁମ ଆଗମନେ ଧରା
ସଜେଇ ହେଲାଣି ପରା
ଦେଖ ଗୋ ମା ମହାମାୟା ,ଦେଖ ଗୋ ବାରେ
କାଶତଣ୍ଡି ନଦୀ ଧାରେ
କି ସୁନ୍ଦର ଶୋଭା ଭରେ
ଆସ ଗୋ ବିନ୍ଧ୍ଯବାସିନୀ,ବସୁନ୍ଧରାରେ 
ଜୟ ଦୂର୍ଗା ସିଂହ ବାହିନୀ
ଅବତରି ଆସ ମା’ ଡାକେ ଆତୁରେ ।।
ଆଶ୍ଵିନର ଦଶଦିନ
ଧ୍ଯାୟି ତୁମ ଗୁଣ ଗାନ
ଧନ୍ଯ ହୋଇବ ଜୀବନ, ବିଘ୍ନନାଶିନୀ
ଦୂର୍ଗା ମହିଷା ମର୍ଦିନୀ
ଚଣ୍ଡ ମୁଣ୍ଡ ସଂହାରିଣୀ
ପରମାନନ୍ଦ ଦାୟିନୀ,ମା’ କାତ୍ୟାୟିନୀ
ସିଦ୍ଧେଶ୍ବରୀ ଚାରୁହାସିନୀ
ସର୍ବ ଲକ୍ଷଣ ସମ୍ପନ୍ନା ,ବର ଦାୟିନୀ ।।
ମହାଶକ୍ତି ମହାବିଦ୍ୟା
ଶିବାନୀ ରମା ବରଦା
ବିଶାଳାକ୍ଷୀ ଯୋଗମାୟା,ସର୍ବରୂପିଣୀ
ରକ୍ତବର୍ଣ୍ଣା ଶ୍ଯାମବର୍ଣ୍ଣା
ତ୍ରିନେତ୍ରା ସୂବର୍ଣ୍ଣବର୍ଣ୍ଣା
କୁମାରୀ ଚଣ୍ଡି କାଳିକା,ବ୍ରହ୍ମ ରୂପିଣୀ
କମଳା ବିମଳା ସାରଳା
ବ୍ରହ୍ମଶକ୍ତି ବ୍ରହ୍ମବିଦ୍ଯା,ଭଦ୍ରା କଲ୍ୟାଣୀ ।।
ଶହେ ଆଠ ନୀଳୋତ୍ପଳ
ଖୋଜିଲେ ମର୍ତ୍ତ୍ୟ ମଣ୍ଡଳ
ନପାଇ ଏକ କମଳ ହୋଇ ବିଷର୍ଣ୍ଣ
ସମର୍ପି ନିଜ ନୟନ
କରିଲେ ସଂଖ୍ୟା ପୁରଣ
ପୟର ପୂଜି ତୋଷିଲେ ପଦ୍ମଲୋଚନ  
ଧନୁର୍ଧାରୀ ପୁରୁଷୋତ୍ତମ
ଆଶିଷ ଲଭି ବଧିଲେ ଦଶ ଆନନ ।।
ନାଲି ପାଟ ଶଙ୍ଖା ନାଲି
ପଦୁ°ଅ ମନ୍ଦାର ନାଲି
ରଖିଛି ନାଲି ସିନ୍ଦୁର ଅତି ଯତନେ
ଧୂପ ଦୀପ ବେଲପତ୍ର
ବାସ ଚନ୍ଦନ ନୈବେଦ୍ୟ
ସଜେଇଛି ପୂଜା ଥାଳି ଆନନ୍ଦ ମନେ
ଖଡ଼ଗ ଖର୍ପର ଧାରିଣୀ
ସୁଦୟା କର ମା’ ଉମା ଜଗତଜନେ।

ଶୈଳବାଳା ରାମ

ଭୁବନେଶ୍ୱର

Related posts

କଲମପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଶିକ୍ଷକ ଅଭିଭାବକ ସଂଘ ର  ପ୍ରଥମ ବୈଠକ ଅନୁଷ୍ଠିତ 

Sunil Chandra Nayak

ରାଇରଙ୍ଗପୁର – ଶଶୁର ଘରକୁ ବାଇକରେ ଆସି କୁକୁର ସହ ଧକ୍କାରେ ଜୋଇଁ ଗୁରୁତର

Sunil Chandra Nayak

ଖଡ଼ିଆଳ ପୌର ପରିଷଦ ଅଧକ୍ଷ ରୂପେ ଉଜ୍ଜ୍ୱଳ ଗୁପ୍ତା ନେଲେ ଦାୟିତ୍ବ

Sunil Chandra Nayak

Leave a Comment

error: Content is protected !!