ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅର୍ଜୁନ ପ୍ରଧାନ ଙ୍କ କବିତା ହୋ ଭକତେ 

 ହୋ ଭକତେ 

 ଅର୍ଜୁନ ପ୍ରଧାନ

ଭଲା ଏହି କଳିକାଳ ହୋ ଭକତେ
ଭଲା ଏହି କଳିକାଳ…
ଜନମରୁ ମୃତ୍ୟୁ ଯୋଜନା ପରିକା
ସର୍ବେ ଏଠି କଲବଲ !!
ସୋସିଆଲ ମିଡ଼ିଆ କରେ କମାଲ
ସବୁ ଆଜି ଡିଜିଟାଲ…
ଭେଣ୍ଡିଆରୁ ବୁଢା ଅବା ଦରାବୁଢା
ତା ପ୍ରେମେ ସବୁ ମାତାଲ !!
ସୁକୁଟି ଏଇଠି ଆଞ୍ଜେଲ ସୁଇଟି
ଆଇ ଖେଳେ ପ୍ରେମ ଚାଲ…
ଦୁଇଟା ଛୁଆର ମାଆ ପଳାଉଛି
ସ୍ୱାମୀ ହୁଅନ୍ତି ବେହାଲ !!
ପାଡ଼ିଲା ଛିଙ୍କିଲା କଅଣ ହୋଇଲା
ସବୁ ହୁଏ ଭାଇରାଲ…
ଟିଆରପି ନିଶାରେ ମିଡ଼ିଆ ବାଲାଏ
କରିଥାନ୍ତି ହୁଲୁସ୍ତୁଲ !!
ଆଗରୁକି କିଛି ଘଟୁ ନଥିଲାଟି
ଲଜ୍ୟାକୁ ସବୁ ଭୁଲିଲ…
ଲଜ୍ୟା ସରମକୁ ସବୁ ଖାଇଗଲ
ହୋଇଲ ଏପ୍ରିଲ ଫୁଲ !!
ସାମାଜିକ ଗଣ ମାଧ୍ୟମ ବୋଲିଣ
ନକରହେ ଏହି ଭୁଲ…
କରେ ନିବେଦନ ହୁଅ ସଚେତନ
ହେବ ସବୁ କୁଲ କୁଲ !!

ନରସିଂହପୁର , କଟକ

Related posts

ଗୋଳାମୁଣ୍ଡାର କେତେକ ସ୍ଥାନରେ ଅମୃତ ଧାରା ନିର୍ମାଣ ପାଇଁ ସାଧାରଣ ଲୋକଙ୍କ ଦାବି

ବ୍ଲକ୍ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

କୂଅରେ ପଡିଥିବା ବିଲୁଆକୁ ଉଦ୍ଧାର କଲା ବନ ବିଭାଗ , ଚିକିସ୍ସା କରି ଜଙ୍ଗଲରେ ଛାଡିଲା 

Sunil Chandra Nayak

Leave a Comment

error: Content is protected !!