ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୂବନ ରେ ପ୍ରସିଦ୍ଧ ବଳଦ ଯାତ୍ରା ଅନୁଷ୍ଠିତ

କାମାକ୍ଷାନଗର (ମ ନି ସ) ୦୬l୧୦_ ଭୁବନ ରେ ଧୁମଧାମରେ ପାଳନ ହେଲା ପ୍ରସିଦ୍ଧ ବଳଦ ଯାତ୍ରା l କେଉଁ ଆବହମାନ କାଳରୁ ଢେ଼ଙ୍କାନାଳ ଜିଲ୍ଲା ଭୂବନ ଠାରେ ଆୟୋଜିତ ହେଉଛି ଏହି ସାମାଜିକ ସାଂସ୍କୃତିକ ଉଚ୍ଚାରଣ ର ଯାତ୍ରା।ଥୋରିଆ ସମାଜ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ସବୁବର୍ଷ ଭଳି ଏ ବର୍ଷ ମଧ୍ୟ ବହୁ ଯାକ ଯମକ ରେ ଏହି ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପଶୁ ସହ ମଣିଷ ର ସଂପର୍କ ଅତି ନିବିଡ। ଏହି ଭାବ ଧାରା କୁ ବଜାଇ ରଖିବାରେ ଚେଷ୍ଟା କରିଛନ୍ତି ସ୍ଥାନୀୟ ଜନସାଧାରଣ ଓ କିଛି ବ୍ୟବସାୟୀ। କୁହାଯାଏ ଆଗେ ବ୍ୟବସାୟୀ ମାନେ ବଳଦ ପିଠିରେ ବ୍ୟବସାୟ ସାମଗ୍ରୀ ମାନ ନେଇ ନିଜ ନିଜର ବେପାର କରୁଥିଲେ। କାଳକ୍ରମେ ଯାନ ବାହନ ର ବ୍ୟବହାର ଯୋଗୁ ଏହା କ୍ରମେ ଲୋପ ପାଇବାକୁ ଲାଗିଲା l ସେଇ ସ୍ମୃତି କୁ ମନେ ପକେଇ ଥୋରିଆ ସମାଜ ପବିତ୍ର ଦଶମୀ ତିଥି ରେଏହି ଯାତ୍ରା ଆରମ୍ଭ କରିଛନ୍ତି। ଏଥିନିମନ୍ତେ ବଳଦ କୁ ଫୁଲ ଚନ୍ଦନ ଲଗେଇ, ମୟୂର ଚୂଳ ଓ ରଙ୍ଗ ବେରଙ୍ଗ ର କପଡା ରେ ସଜ୍ଜିତ କରି ନାନା ବାଦ୍ୟ ବଜେଇ ନଗର ଭ୍ରମଣ କରାଇଥାନ୍ତି l ଏହି ପରିପ୍ରେ୍ଷୀରେ ବୁଧବାର ଦିନ ଥିଲା ବଳଦ ଯାତ୍ରା ର ଅନୁକୂଳ ଯାତ୍ରା l ଏହି ଶୋଭାଯାତ୍ରାରେ ସାମିଲ ହେଲେ ୩୨ ବଳଦ l ଏହି ଭଳି ନିଆରା ପରମ୍ପରା ପାଇଁ ଭୁବନ ଆଜି ନିଜର ଗାରିମା ବିକଶିତ କରୁଛି । ତତ୍ ସହ ସହର ର ୧୩ ଟି ମେଢ଼ ମଧ୍ୟ ଏହି ଯାତ୍ରା ସହ ସାମିଲ୍ ହୋଇଥିଲେ ।

କାମାକ୍ଷନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ବାଲାଜୀ ସେଠୀ ଙ୍କ କବିତା ରାସ୍ତା କଡ ବତୀଖୁଣ୍ଟ

Sunil Chandra Nayak

ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

ନିରୀହ ଯୁବକ ଙ୍କୁ ଉଲଗ୍ନ କରି ମାଡ

Sunil Chandra Nayak

Leave a Comment

error: Content is protected !!