ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେରଗୋଟି ଦୂର୍ଗା ପୂଜା କମିଟିକୁ କାତ୍ୟାୟନୀ ସେବା ସମ୍ମାନ 

କଟକ : ବ୍ୟୁରୋ ନିଉଜ-:  ଦୁର୍ଗା ପୂଜାର ନବମୀ ଏବଂ ଦଶମୀ ତିଥିରେ ମା କଟକ ଚଣ୍ଡୀ ସାହିତ୍ୟ ଓ କଳା ପରିଷଦ କଟକର ବିଭିନ୍ନ ସାହିର ମେଢ଼କୁ ଆକଳନ କରି କାତ୍ୟାୟନୀ ସେବା ସମ୍ମାନ ପ୍ରଦାନ କରିଛନ୍ତି । ଶାନ୍ତି ଶୃଙ୍ଖଳା , ଆକର୍ଷଣୀୟ ତୋରଣ, ଅତିଥି ସତ୍କାର , ଆନୁଷ୍ଠାନିକ ଦକ୍ଷତା , ଶକ୍ତି ପୂଜାର ସ୍ଵତନ୍ତ୍ର ବିଧି ବ୍ୟବସ୍ଥାକୁ ଆକଳନ କରି କାତ୍ୟାୟନୀ ସେବା ସମ୍ମାନ ୨୦୨୨ ପ୍ରଦାନ କରାଯାଇଛି । ଏହି ଅବସରରେ ଚାନ୍ଦିନୀଚୌକ ଦୂର୍ଗା ପୂଜା କମିଟି, ରାଣୀହାଟ ଦୂର୍ଗା ପୂଜା କମିଟି, ଅଲିଶା ବଜାର ପୂଜା କମିଟି, ପ୍ରଫେସର ପଡ଼ା ଶଗଡ଼ିଆ ସାହି ପୂଜା କମିଟି, ଶିଖରପୁର ଗଣ୍ଡରପୂର୍ ମହନଦୀବିହର ପୂଜା କମିଟି, ସାଆନ୍ତ ସାହି ବଜ୍ର କବାଟି ରୋଡ ପୂଜା କମିଟି, ସର୍ପା ଦୂର୍ଗା ମାଛୁଆ ବଜାର ପଞ୍ଚାୟତ କମିଟି , ଶ୍ରୀ ଶ୍ରୀ ଦୂର୍ଗା ପଞ୍ଚାୟତ କମିଟି ଚୌଧୁରୀ ବଜାର , ମାଲ ଗୋଦାମ ପୂଜା କମିଟି, ଚାଉଳିଆଗଞ୍ଜ ପୂଜା କମିଟି, ହରିପୁର ଦୋଳ ମୁଣ୍ଡାଇ ପୂଜା କମିଟି, ମାଳି ସାହି ପୂଜା କମିଟି, ବିଡାନାସୀ ଦୁର୍ଗାପୂଜା କମିଟି କୁ ଶ୍ରେଷ୍ଠ ଅନୁଷ୍ଠାନ ଭାବେ ବିବେଚନା କରି କାତ୍ୟାୟନୀ ସେବା ସମ୍ମାନ ୨୦୨୨ ପ୍ରଦାନ କରାଯାଇଛି । ଏହି ପୁରସ୍କାର ବିତରଣ ଏବଂ ଧାର୍ମିକ ସନ୍ଦେଶ ପ୍ରଦାନ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ମହାତ୍ମା ବିଚାର ମଂଚର ସଭାପତି ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ମୁଖ୍ୟ ଅତିଥି ଭାବେ କବି ଶ୍ରୀଯୁକ୍ତ ତୋଫାନ ଜେନା, ସମ୍ମାନିତ ଅତିଥି ଭାବେ ପଣ୍ଡିତ ନୀଳକଣ୍ଠ ରାଉତ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅନୁବାଦକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି ଯୋଗଦାନ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଭରତ ମିଶ୍ର, ବିରେନ୍ଦ୍ର କୁମାର ଜେନା, ସୁକୁମାର ସାମଲ, ଜ୍ଞାନ ରଞ୍ଜନ ସାମନ୍ତରାୟ , ସରୋଜ ମଲ୍ଲିକ, ଚିତ୍ତରଞ୍ଜନ ମହାନ୍ତି, ସଞ୍ଜୟ ପରିଜା, କାମାକ୍ଷା ପ୍ରସାଦ ମହତାବ, ସାଗର କୁମାର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ପର୍ବରେ ସହଯୋଗ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଏବଂ ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ମାନପତ୍ର ପାଠ କରିଥିଲେ ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related posts

ପୋଖରୀରେ ବୁଡି ଯୁବକର ମୃତ୍ୟୁ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

କନ୍ଧମାଳ ଜିଲ୍ଲା କଳା ସଂସ୍କୃତି ସଙ୍ଘ ପକ୍ଷରୁ ନୂତନ ଜିଲ୍ଲାପାଳ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!