ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଟିଏ ଜୁଇରେ ଦମ୍ପତି 

ରାଇଘର ୭/୧୦- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛତିଶଗଡ ସୀମାନ୍ତ ଦୁର୍ଗମ ଟିମନପୁର ପଂଚାୟତ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ସ୍ଵାମୀର ମୃତ୍ୟୁର ଅଳ୍ପ ସମୟ ମଧ୍ୟରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ରାଇଘର ଥାନା ଅନ୍ତର୍ଗତ ଟିମନପୁର ପଂଚାୟତର ଜୁନାନୀ ଗ୍ରାମର ବାଲ୍ ଚନ୍ଦ୍ର ଲହରାଙ୍କ କିଛି ଦିନ ହେବ ଅସୁସ୍ଥ ରହିଥିବା ବେଳେ ଗତକାଲି ଘରେ ମୃତ୍ୟୁ ଘଟିଥିଲା l ପରିବାରବର୍ଗ ପକ୍ଷରୁ ଗାଁ ମଶାଣି ନେବା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବାଲ୍ ଚନ୍ଦ୍ର ଲହରାଙ୍କ ସ୍ତ୍ରୀ ସୁପତି ଲହରା ଘର ଭିତରୁ ବାହାରିବା ସମୟରେ ବିଦ୍ୟୁତ୍ ଆଘାତରେ ସମ୍ମୁଖିନ ହୋଇଥିଲେ l ଏହି ଖବର ଗ୍ରାମରେ ପ୍ରଚାରିତ ପରେ ସମସ୍ତେ ଘଟଣା ସ୍ଥଳରେ ପହଞ୍ଚି ଦେଖିବା ବେଳକୁ ସୁପତିଙ୍କ ମୃତ୍ୟୁ ଘଟି ସାରି ଥିଲା l ଏ ସଂପର୍କରେ ରାଇଘର ଥାନା ରେ ଖବର ଦେବା ପରେ ଏଏସଆଇ ରବିନ୍ଦ୍ର ନାଥ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କେଶ୍ ନମ୍ବର୍ ୭୩/୨୨ ରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ କରି ପରିବାରବର୍ଗ କୁ ହସ୍ତାନ୍ତର କରାଯାଇ ତଦନ୍ତ ଜାରୀ ରହିଛି l ତେବେ ସ୍ଵାମୀ ସ୍ତ୍ରୀ ର ଏଭଳି ମୃତ୍ୟୁ ପରେ ଗୋଟିଏ ଜୁଇରେ ଦୁହିଙ୍କ ଶବ ଗାଁ ମଶାଣିରେ ଜଳି ଥିଲା l ବାଲ୍ ଚନ୍ଦ୍ର ଲହରାଙ୍କ ତିନି ପୁଅ ତିନି ଝିଅ ରହିଥିବା ବେଳେ ବାପା ମା କୁ ହରାଇ ସମ୍ପୁର୍ଣ ଭାଙ୍ଗି ପଡିଛନ୍ତି l ଏଭଳି ଘଟଣାକୁ ନେଇ ଗ୍ରାମରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଶ୍ରାବଣୀ

Sunil Chandra Nayak

ବାଲାଜି ସେଠୀ ଙ୍କ କବିତା ଡାକନାହିଁ ମୋତେ…

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ଜୟନ୍ତୀ ପଟ୍ଟନାୟକ ଙ୍କୁ ଶବ୍ଦ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!