ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେଶବ ସାହୁ ଙ୍କ କବିତା ସମ୍ମୋହନ

#ସମ୍ମୋହନ

ମନ୍ତ୍ରମୁଗ୍ଧ ମୁଁ
ତୁମ ତୂଳୀତଳ୍ପ ରୁପକାନ୍ତି ଦେଖି
ରକ୍ତିମ ଅଧର ହାୟ
ଏତେ କମନୀୟ !
କିଙ୍କର ମୁଁ
ଧନ୍ୟ ମୋର କଳୁଷିତ ଆଖି
ନିରାଶାର ନିଶିଗନ୍ଧା ମୁଁ
ତୁମେ ଶୁଭ୍ର ସ୍ଫଟିକ ସକାଳ
ସରମରେ ସରିଯାଏ
ପରଶରେ ଝରିଯାଏ
ଲୋଡ଼ିବି କିମ୍ପାଇଁ କୁହ ଚତୁଃବର୍ଗ ଫଳ !
ତମସା ମୁଁ
ତୁମେ ପ୍ରୀତି ତାରକା ଉଜ୍ବଳ 
ମୁଁ ପୂତି ଗନ୍ଧଯୁକ୍ତ ନର୍କ
ତୁମେ ଅଳକାପୁରୀରେ ପାରିଜାତ
ମୋ ପରିଧି ପାପ ଯାକେ
ତୁମେ ପୁଣ୍ୟ ଅମୃତ କଳସ
ମୁଁ ଚିର ଅସ୍ପୃଶ୍ୟ
ଜୀବନର ଶେଷ କ୍ଷଣେ
ତୁମେଇ ତ ଭାଗବତ ରସାମୃତ
ତୁମେ ଚୈଇତନ୍ୟ ଗଙ୍ଗା ସ୍ରୋତ
ନଶ୍ୱର ମୁଁ
ଭଙ୍ଗୁର ମୋ ଦମ୍ଭ ଅଭିମାନ 
ତୁମେ ପରମେଷ୍ଟି ପୂର୍ଣ୍ଣବ୍ରହ୍ମ
ଅନନ୍ତ ବ୍ରହ୍ମାଣ୍ଡ ଯା’ର ଧୂଳିବାଲି ଖେଳ
ନିର୍ଗୁଣ ସେ, ନାହିଁ ତା’ରେ ଆନ
ମୃତ୍ୟୁ ମୁଁ
ତୁମେ ଏକା ସଦା ଚିରନ୍ତନ
ତୁମେ ଏକା ସଦା ଚିରନ୍ତନ 

କେଶବ ସାହୁ

ଢେଙ୍କାନାଳ

Related posts

ଇମାନୁଏଲ ମିନିଷ୍ଟ୍ରି ରେ ତାଲୁକ୍ ଆଇନ ସେବା ସମିତି ପକ୍ଷରୁ ଶିଶୁ ଦିବସ ପାଳନ

Sunil Chandra Nayak

ମମତା ଶତପଥୀ ଙ୍କ କବିତା ପୁରୁଷ ସିଂହ

Sunil Chandra Nayak

ବେଆଇନ ଭାବେ ଦେଶୀ ମଦ ବିକ୍ରି ଅଭିଯୋଗ ରେ ଯୁବକ ଅଟକ

Sunil Chandra Nayak

Leave a Comment

error: Content is protected !!