ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଉଜ୍ୱଳ ତାରକା ମୋ ଉତ୍କଳମଣି 

ଉଜ୍ୱଳ ତାରକା ମୋ ଉତ୍କଳମଣି 

ଉଜ୍ୱଳ ତାରକା ମୋ ଉତ୍କଳମଣି 
ପୁରୀ ଜିଲ୍ଲା ସୁଆଣ୍ଡୋରେ
ଜନମି ତ ଥିଲେ ସ୍ଵର୍ଣ୍ଣମୟୀ କୋଳେ 
ଦଇତାରୀଙ୍କ ଔରସରେ |୧|
ଗୋପବନ୍ଧୁ ନିଶ୍ଚିତ ଆମ ଉତ୍କଳ ମାଟିର 
ଗର୍ବ ଓ ଗୌରବ
ଥିଲେ ସେ ମାନବ ସେବାର ସତ୍ୟନିଷ୍ଠ
କର୍ତ୍ତବ୍ୟନିଷ୍ଠ ମାନବ l୨l
ବିଦେଶୀ ଫିରଙ୍ଗୀ ଶାସନ ବିରୁଦ୍ଧେ ବହ୍ନି 
ଜଳିଥିଲା ହୃଦୟରେ
ମୋ ଦେଶର ସ୍ୱାଧୀନତା ପାଇଁ ବନ୍ଦୀ ହୋଇ
ଥିଲେ କାରାଗାରେ l୩l
ସମାଜକୁ ଆହ୍ୱାନ ସେ ଯେ ଦେଲେ ମାତୃଭୂମି
ର ସେବା ପାଇଁ
ଧର୍ମପଦ ତାଙ୍କରି ଏକ ଅନବଦ୍ୟ ସୃଷ୍ଟି ସମାଜ 
ମଂଗଳ ପାଇଁ l୪l
ତାଙ୍କରି ଲେଖନୀରେ ଜୀବନ ସତ୍ୟର ଯେଉଁ 
ଆଶା ପରିଭାଷା
ମଣିଷର ବର୍ଷ ମାସ ଦିନ ନୁହେଁ ଜୀବନର ଦଣ୍ଡ 
କର୍ତ୍ତବ୍ୟ ଥିଲା ନିଶା l୫l
ସଭିଙ୍କୁ ଚେତାଇଛନ୍ତି ସେ,”ବିଶେଷେ ଉତ୍କଳେ 
ନାହିଁ ପ୍ରୟୋଜନ”,
ଯେହେତୁ ପରା ଏଇ, “ଉତ୍କଳର ନେତା ନିଜେ 
ନାରାୟଣ” ।୬।
ଦେଶ ସେବା ଜନ୍ମଗତ ଧର୍ମ, ଦେଶ ବାସୀରେ 
କରନ୍ତି ଆହ୍ଵାନ 
ଶିକ୍ଷା ଜାଗରଣେ, ଦେଶର ଉନ୍ନତିରେ, କରିବା 
ଜୀବନ ଦାନ l୭l
ସାହିତ୍ୟିକ ସାମ୍ବାଦିକ ସମାଜସେବୀ ସେ ସ୍ଵତନ୍ତ୍ର 
ଉତ୍କଳ ପ୍ରଦେଶ ଗଢନ୍ତି
କଂଗ୍ରେସର ଅଧ୍ୟକ୍ଷତା କରି ଜାତିର ପିତା ଗାନ୍ଧୀଂକୁ 
ଓଡିଶା ଅାଣନ୍ତି |୮|
ପୂଜ୍ଯ ନମସ୍ୟ ସେଇ ସେବା ଆଦର୍ଶର ଓଡିଶାର 
ଶ୍ରେଷ୍ଠ ବରପୁତ୍ର 
ଉଣିଶହ ଅଠେଇଶ ସତର ଜୁନ୍ ମାସରେ ହେଲେ 
ସ୍ଵର୍ଗ ପ୍ରାପତ |୯|
ଭୁଲିଛେ ଆମେ ତାଂକ ନୀତିପଥ, ବିପଥଗାମୀ 
ସରବେ ହୋଇଛେ
ସମାଜରେ ବର୍ବରତା ଦୁର୍ନୀତି ଦୁରେଇ ଶୋଷଣ 
ମୁକ୍ତିର ପଥକୁ ଭୁଲିଛେ |୧୦|
ଆଜ ତୁମ ପୂଣ୍ୟ ଜନ୍ମଦିନେ ତୁମରି ବନ୍ଦନା କରୁଛି
ମୋ ଓଡିଶା ମାଟି
ଯେଉଁଠାରେ ଥାଅ, ଜନମ ମାଟିକୁ ଦିଅ ଆଶିଷ, 
ଶାନ୍ତି ମୈତ୍ରୀ ଭେଟି l୧୧l

ଚିତ୍ତ ରଞ୍ଜନ ନନ୍ଦ

ଜଗତପୁର, କଟକ

Related posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ

ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ପକ୍ଷରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳନ

Sunil Chandra Nayak

କଳାହାଣ୍ଡି : ୨୦ ବର୍ଷ ପରେ ନିଜ ମତାଧିକାର ସାବ୍ୟସ୍ତ କଲେ ନିୟମଗିରି ବାସିନ୍ଦା ! ମାଓଗଡ ରେ ହେଲା ନିର୍ବାଚନ…

Sunil Chandra Nayak

Leave a Comment

error: Content is protected !!