ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏକଲ୍ ର ରାଜ୍ୟ ସ୍ତରୀୟ ଖେଳକୁଦ , ହାଇଜମ୍ପରେ ସୁରୁଜୁଲିର ହରିପ୍ରୀୟା ରଣା ପ୍ରଥମ

କର୍ଲାମୁଣ୍ଡା: ଏକଲ୍ ଅଭିଯାନ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଗୋଳ ଜିଲ୍ଲାର ନାଲକୋ ନଗରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସୁରୁଜୁଲି ଗ୍ରାମର ସୁଶ୍ରୀ ହରିପ୍ରୀୟା ରଣା ଉଚ୍ଚଡିଆଁ (ବାଲ୍ ବିଭାଗ)ରେ ପ୍ରଥମ ସ୍ଥାନ ହାସଲ କରି କର୍ଲାମୁଣ୍ଡା ବ୍ଲକ୍ ପାଇଁ ଗୌରବ ଆଣିଛନ୍ତି l ସେ ସୁରୁଜୁଲି ଗ୍ରାମର ରାଜପତି ରଣା ଓ ରଶ୍ମିତା ରଣାଙ୍କ ଦ୍ବିତୀୟ କନ୍ୟା l ବର୍ତ୍ତମାନ ସେ ସୁରୁଜୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଅଟନ୍ତି l ଖେଳ ପ୍ରତି ତାଙ୍କ ଆଗ୍ରହ ଯୋଗୁଁ ଆଜି ରାଜ୍ୟସ୍ତରରେ ପ୍ରଥମ ହୋଇଥିବା ଜାଣି ତାଙ୍କ ମାତା ପିତା ବହୁତ ଖୁସି ଅଛନ୍ତି l ପ୍ରଥମେ ବ୍ଲକ୍ ଓ ପରେ ଜିଲ୍ଲା ସ୍ତରରେ ଦୌଡ଼ ଓ ଉଚ୍ଚଡିଆଁ ରେ ପ୍ରଥମ ସ୍ଥାନ ହାସଲ କରିଥିଲେ l ଅନୁଗୋଳ ଜିଲ୍ଲାର ନାଲକୋ ନଗରରେ ହୋଇଥିବା ରାଜ୍ୟ ସ୍ତରୀୟରେ ଖେଳକୁଦ୍ ର ଉଚ୍ଚଡିଆଁ ପ୍ରତିଯୋଗତାରେ ହରିପ୍ରୀୟା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ଆସନ୍ତା ନଭେମ୍ବର ମାସରେ ଜାତୀୟ ସ୍ତରରେ ଖେଳିବା ପାଇଁ ଲକ୍ଷ୍ନୌ (ଉତ୍ତର ପ୍ରଦେଶ)କୁ ଯିବାକୁ ସ୍ଥିର ହୋଇଥିବା କର୍ଲାମୁଣ୍ଡା ବ୍ଲକ୍ ଏକଲ୍ ଅଭିଯାନ ର ପ୍ରମୁଖ ନିର୍ମଳ ରଣାଙ୍କ ଠାରୁ ଜଣାଯାଏ l ଏହି ଖବର ପ୍ରଚାର ହେବା ପରେ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟୁଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଅପର୍ତ୍ତି ସେଠୀ ଙ୍କ କବିତା ପିଠିଆ ବଳଦ ମୁଁ

Sunil Chandra Nayak

ଇନ୍ଦ୍ରାବତୀ ସରସ୍ୱତୀ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

Sunil Chandra Nayak

ମଦ କୋଠୀ ପାଲଟିଛି ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ନିର୍ମିତ ଗୃହ !

Leave a Comment

error: Content is protected !!