ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅମିନ ସଂଘ ଜିଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ଡାବୁଗାଁ, ୯/୧୦ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ପଥ ପ୍ରାନ୍ତ ଠାରେ ଅମିନ ସଂଘ ର ଜିଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଜିଲା ସଂଘ ସଭାପତି ଧୀରେନ କୁମାର ନାୟକ ଙ୍କ ସଭାପତିତ୍ଵରେ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ରାଜ୍ୟ ଅମିନ ସଂଘର ସଭାପତି ମନୋଜ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂଘର ବିଭିନ୍ନ ଦାବି ଓ ସମସ୍ୟା ଉପରେ ଆଲୋଚନା କରିଥିଲେ | ଦାବି ଗୁଡିକ ହେଲା :- ଅମିନ ମାନଙ୍କ ଗ୍ରେଡ ପେ ୧୮୦୦ ରୁ ୨୮୦୦ ଟଙ୍କା କୁ ବୃଦ୍ଧି କରିବା, “ଅମିନ” ପଦବୀକୁ ପରିବର୍ତ୍ତନ କରି “ଭୂ-ନିରିକ୍ଷକ” କରାଯାଉ , ମିୟୁଟେସନ, ଓଏଲଆର ତଥା ଅନ୍ୟାନ୍ୟ କାର୍ଯ୍ୟରେ କେବଳ ଅମିନ ମାନେ ହିଁ ଆରଓଆର ଅଫଲାଇନ ସଂଶୋଧନ କରୁଛନ୍ତି | ତେଣୁ ଅନଲାଇନ ସଂଶୋଧନକାର୍ଯ୍ୟ ରେକର୍ଡ କିପର ଆଇଡି ପରିବର୍ତ୍ତେ ଅମିନ ମାନଙ୍କୁ ସ୍ଵତନ୍ତ୍ର ଆଇଡି ଖୋଲି ଦିଆଯାଉ ଏବଂ ଭୂ-ନକ୍ସା ସଂଶୋଧନ ନିମନ୍ତେ ଅମିନ ମାନଙ୍କୁ ସ୍ଵତନ୍ତ୍ର ଆଇଡି କରାଯାଉ ଭଳି ବିଭିନ୍ନ ଦାବି ଉପରେ ଆଲୋଚନା ହୋଇଥିଲା | ଏଥିରେ ଜିଲା ସଂଘ ସମ୍ପାଦକ ଶିବନାଥ ମଣ୍ଡଳ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ବିଶୋୟୀ, ହେମନ୍ତ କୁମାର ବିଶୋୟୀ, ଅଜୟ ମଣ୍ଡଳ, ଦେବ ମିସ୍ତ୍ରୀ ଓ ସଂଘ ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଜଗଦାରେ ନିର୍ମାଣଧୀନ ଆପାର୍ଟମେଣ୍ଟର ପ୍ରବେଶ ପଥକୁ ନେଇ ବିରୋଧ

Sunil Chandra Nayak

ବଡବାଫାଲା ଗ୍ରାମରେ ଜିଓ ମୋବାଇଲ ଟାଓ୍ବାର ସ୍ଥାପନା କରିବା ନେଇ ପ୍ରସ୍ତୁତି ବୈଠକ

Sunil Chandra Nayak

ବିରିଗୁଡା ନୋଡାଲ ଉଚ୍ଚ ବିଦ୍ୟାଳୟ ର ଶ୍ରେଣୀଗୃହ ସମସ୍ୟା ସମାଧାନ ପାଇଁ ଦାବି

Sunil Chandra Nayak

Leave a Comment

error: Content is protected !!