ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଦଯାତ୍ରା ଓ ରକ୍ତଦାନ ଶିବିର ପାଇଁ କୋକସରା ବ୍ଲକ ବିଜେଡିର ପ୍ରସ୍ତୁତି ବୈଠକ

କୋକସରା,୯/୧୦-( ମ ନି ସ) ପବିତ୍ର ଗାନ୍ଧୀ ଜୟନ୍ତୀରୁ ବିଜେଡି ଦଳ ପକ୍ଷରୁ ଆରମ୍ଭ ହୋଇଥିବା ପଦଯାତ୍ରା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ କରିବା ପାଇଁ ଶନିବାର କୋକସରା ବ୍ଲକ ବିଜେଡି କାର୍ଯ୍ୟାଳୟ ଠାରେ ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଧର୍ମଗଡ ବିଧାୟକ ମୋୖଷଧି ବାଗ, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, ମୋଟେର ଯୋନ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ସମ୍ପାଦକ ପଞ୍ଚକ ପୋଢ଼, ଅନୁସୂଚିତ ଜାତି ସେଲ ସଭାପତି ରମେଶ ଦୁର୍ଗା, ବିଜୁ ଛାତ୍ର ଜନତା ବ୍ଲକ ସଭାପତି ମାନସ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ପ୍ରସ୍ତୁତି ବୈଠକ ଜୀବନବିନ୍ଦୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆସନ୍ତା ୧୩ ତାରିଖରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୋକସରାରେ ଆୟୋଜନ ହେବାସହ ୨୫ ତାରିଖରେ ଝରିଆଗୁଡା, ରେଙ୍ଗାଳପାଲି, ଚିଲିଗୁଡା ଦେଇ କୋକସରା ପର୍ଯ୍ୟନ୍ତ ପଦଯାତ୍ରା ହେବା ନେଇ ସ୍ଥିର କରାଯାଇଛି । ବୈଠକରେ କୋକସରା ବ୍ଲକ ୨୨ ପଞ୍ଚାୟତର ବିଜେଡି କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

Related posts

ଶ୍ରୀଜଗନ୍ନାଥ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ସ୍ଵାଗତ ଓ ସମ୍ବର୍ଦ୍ଧନା ଦିବସ

Sunil Chandra Nayak

ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ ଗଡ଼ିଲା

Sunil Chandra Nayak

ବିଧାୟକ ଙ୍କ ଦ୍ଵାରା କାଣିଗୁମା ଗ୍ରାମପଞ୍ଚାୟତ କାର୍ଯ୍ଯାଳୟ ଉଦଘାଟନ 

Sunil Chandra Nayak

Leave a Comment

error: Content is protected !!