ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା କାହିଁକି ସପନେ ଆସୁଛ 

କାହିଁକି ସପନେ ଆସୁଛ 

                 ଶ୍ଯାମା ପ୍ରସାଦ୍ ବୋଷ୍ 

ଗହଳ ରାତିର ବହଳ ନିଦରେ 
    କାହିଁକି ସପନେ ଆସୁଛ ? 
ଘୋର ଘନଘଟା ସୁଷୁପ୍ତ ଶରୀରେ 
    ପ୍ରୀତିର ପରଶ ଦେଉଛ । 
ପ୍ରେମ ପ୍ରୀତି ଭରା ମଧୁର ପିଆଲା 
     ସରାଗରେ କିଆଁ ଭରୁଛ ? 
ହୀରା ମୋତି ଝରା କୁହୁକ ହସରେ 
    ମନକୁ ମୋ ମୋହି ନେଉଛ ।
ସପନରେ ନିତି ଚୁପି ଚୁପି ଆସି  
    ଲୁଚକାଳି କିଆଁ ଖେଳୁଛ ?
ହାତ ପାହାନ୍ତାରୁ ଖସି ଯାଇ ପୁଣି 
    ସୁଖ ନିଦ ମୋର ଭାଙ୍ଗୁଛ ।
ନିଷିଦ୍ଧ ଛୁଆଁର କାମନା ନିଆଁରେ 
    ପ୍ରଣୟୀ କାହିଁକି ସାଜୁଛ ? 
ମିଠା ସପନର ମଧୁର ମୂହୁର୍ତ୍ତେ  
    ବିବସନା କରି ଦେଉଛ ।
ପ୍ରୀତି ପ୍ରଦୀପରେ ଆଶାର ସଳିତା 
    କାହିଁକି ଜଳାଇ ଦେଉଛ ? 
ରାତି ପାହିଗଲେ ନିରାଶା ମନରେ 
    ବିଷାଦ ଭାବନା ଭରୁଛ । 
ଅବିବେକି ପରି ବିରହ ଜ୍ବାଳାରେ 
    କାହିଁକି ଜଳାଇ ମାରୁଛ ? 
ନିଇତି ସପନେ କାହିଁକି ଆସୁଛ 
    ଦିବସେ ହତାଶ କରୁଛ ।      

ଶ୍ଯାମା ପ୍ରସାଦ୍ ବୋଷ୍ 

ବେଗୁନିଁଆ , ମଲ୍ଲୀକ୍ ସାହି 
ପୋଷ୍ଟ୍ :- ଗୋପ୍ , ଜିଲ୍ଲା :- ପୁରୀ 

Related posts

ଏକ ବର୍ଷ ରୁ ଉର୍ଦ୍ଧ୍ବ ଅନାହାର ରେ ପୀଡ଼ିତ ସୁବ୍ରତ ସାହୁ କୁ ସେବା ପ୍ରଦାନ କରି ଚର୍ଚ୍ଚା ରେ ଜନ ମଙ୍ଗଳ 

Sunil Chandra Nayak

ଦୁଇ ଦିନ ପେଟ୍ରୋଲ ପମ୍ପ ସନ୍ଧ୍ୟାରୁ ସକାଳ ବନ୍ଦ

ଧାନ ତଳି କିଆରୀ ରେ ଭାରତ ଆଜାଦି ର ଅମୃତ ମହୋତ୍ସବ ଚିତ୍ର

Sunil Chandra Nayak

Leave a Comment

error: Content is protected !!