ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଝାଡାବାନ୍ତିରେ ଜଣେ ମୃତ, 3 ଆକ୍ରାନ୍ତ

ପାପଡାହାଣ୍ଡି,10/10, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିରିଶି ପଂଚାୟତ ସୋରିଷ ପଦର ଠାରେ ଝାଡା ବାନ୍ତି ବ୍ୟାପି ସୋମବାର ଜଣକର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆକ୍ରାନ୍ତ ହୋଇଛନ୍ତି | ମୃତକ ହେଲେ ତୁଳାବତୀ ଭତରା | ତାଙ୍କ ସ୍ୱାମୀ ଟଙ୍କଧର ଭତରା ରବିବାର ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି | ଗ୍ରାମରେ ଧନ୍ୟା ଭତରା ଓ ପୁଷ୍ପଲତା ଭତରା ଆକ୍ରାନ୍ତ ହୋଇ ଘରେ ଚିକିତ୍ସା ଜାରିରହିଛି | ଖବରପାଇ ଗ୍ରାମରେ ଏକ ଡାକ୍ତରୀ ଦଳ ପହଁଚି ଲୋକଙ୍କୁ ସଚେତନତା କରାଉଛନ୍ତି | ସୂଚନା ମୁତାବକ ତୁଳାବତୀ ଙ୍କୁ ପାହାନ୍ତିଆ ସମୟରେ ଦୁଇ ଥର ଝାଡା ହେବାରୁ ସେ ବାହାରକୁ ଯାଇଥିଲେ | ପରେ ଶେଜରେ ଝାଡା ହୋଇ ସେ ଉଠି ପାରିନଥିଲେ | ସଂଗେ ସଂଗେ ଆମ୍ବୁଲାନ୍ସ କୁ ଖବର ଦିଆଯାଇଥିଲା କିନ୍ତୁ ଆମ୍ବୁଲାନ୍ସ ବିଳମ୍ବରେ ପହଂଚି ଥିଲା | ଯଦ୍ୱାରା ତୁଳାବତୀଙ୍କ ମୃତ୍ୟୁ ହୋଇଯାଇଥଲା | ଡାକ୍ତରୀ ଦଲ ଗ୍ରାମର ପାଣିର ନମୁନା ପରୀକ୍ଷା ଲାଗି ପଠାଇଛନ୍ତି | ଝାଡା ବାନ୍ତି ବ୍ୟାପିବାର କାରଣ ଜଣା ପଡ଼ିନାହିଁ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସତ୍ୟ ସାଇ ସେବା ସଂଗଠନ ତରଫରୁ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ

ସମାଜସେବା ରେ ସାମାଜିକ ସଂଗଠନ “ସମାଜ ପାଇଁ ସମର୍ପିତ” 

Sunil Chandra Nayak

ଚିଙ୍ଗୁଡ଼ିପାସ ଗ୍ରାମରେ ଝାଡାବାନ୍ତି ଆତଙ୍କ ଜଣେ ମୃତ, ୨ ଜଣ ଗୁରୁତର, ଜଣେ ଆକ୍ରାନ୍ତ

Sunil Chandra Nayak

Leave a Comment

error: Content is protected !!