ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଝାଡାବାନ୍ତିରେ ଜଣେ ମୃତ, 3 ଆକ୍ରାନ୍ତ

ପାପଡାହାଣ୍ଡି,10/10, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିରିଶି ପଂଚାୟତ ସୋରିଷ ପଦର ଠାରେ ଝାଡା ବାନ୍ତି ବ୍ୟାପି ସୋମବାର ଜଣକର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆକ୍ରାନ୍ତ ହୋଇଛନ୍ତି | ମୃତକ ହେଲେ ତୁଳାବତୀ ଭତରା | ତାଙ୍କ ସ୍ୱାମୀ ଟଙ୍କଧର ଭତରା ରବିବାର ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି | ଗ୍ରାମରେ ଧନ୍ୟା ଭତରା ଓ ପୁଷ୍ପଲତା ଭତରା ଆକ୍ରାନ୍ତ ହୋଇ ଘରେ ଚିକିତ୍ସା ଜାରିରହିଛି | ଖବରପାଇ ଗ୍ରାମରେ ଏକ ଡାକ୍ତରୀ ଦଳ ପହଁଚି ଲୋକଙ୍କୁ ସଚେତନତା କରାଉଛନ୍ତି | ସୂଚନା ମୁତାବକ ତୁଳାବତୀ ଙ୍କୁ ପାହାନ୍ତିଆ ସମୟରେ ଦୁଇ ଥର ଝାଡା ହେବାରୁ ସେ ବାହାରକୁ ଯାଇଥିଲେ | ପରେ ଶେଜରେ ଝାଡା ହୋଇ ସେ ଉଠି ପାରିନଥିଲେ | ସଂଗେ ସଂଗେ ଆମ୍ବୁଲାନ୍ସ କୁ ଖବର ଦିଆଯାଇଥିଲା କିନ୍ତୁ ଆମ୍ବୁଲାନ୍ସ ବିଳମ୍ବରେ ପହଂଚି ଥିଲା | ଯଦ୍ୱାରା ତୁଳାବତୀଙ୍କ ମୃତ୍ୟୁ ହୋଇଯାଇଥଲା | ଡାକ୍ତରୀ ଦଲ ଗ୍ରାମର ପାଣିର ନମୁନା ପରୀକ୍ଷା ଲାଗି ପଠାଇଛନ୍ତି | ଝାଡା ବାନ୍ତି ବ୍ୟାପିବାର କାରଣ ଜଣା ପଡ଼ିନାହିଁ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ବେଦାନ୍ତ ଲିମିଟେଡ୍ ତରଫରୁ ପୋଖରୀବନ୍ଧଠାରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

ଡେଙ୍ଗୁ ନିରାକରଣ ମାସ ପାଳନ ପାଇଁ ସମ୍ମନୟ ବୈଠକ

Sunil Chandra Nayak

ଜୀବନ ବଞ୍ଚାଇଲା ସୋସିଆଲ ୱେଲଫେୟାର୍ ଅର୍ଗାନାଇଯେସନ୍ କଳାହାଣ୍ଡି ପରିବାର

Sunil Chandra Nayak

Leave a Comment

error: Content is protected !!