ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁମାର ପୂର୍ଣ୍ଣିମା ଓ ଓଡିଆ ପରମ୍ପରା ତଥା ପର୍ବପର୍ବାଣି ଆମ ପରିଚୟ

ରାଉରକେଲା/ କୁମାର ପୂର୍ଣ୍ଣିମା ଓ ଓଡିଆ ପରମ୍ପରା ତଥା ପର୍ବପର୍ବାଣି ଆମ ପରିଚୟ ବୋଲି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ମତ ରଖିଛନ୍ତି । ଭଞ୍ଜ ସାଂସ୍କୃତିକ ନ୍ୟାସ ଓ ଆଦର୍ଶ ପାଠାଗାରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଭଞ୍ଜଭବନ ଠାରେ ଆୟୋଜିତ କୁମାର ଉତ୍ସବ ରେ ମୁଖ୍ୟଅତିଥି ଡଃ ମହାପାତ୍ର କହିଲେ ଯେ ଆମେ ଓଡିଆ ହିସାବରେ ଆମର ପ୍ରାଚୀନ ପରମ୍ପରା କୁ ନେଇ ଗର୍ବ କରିବା ସହ ଏହାକୁ ଅକ୍ଷୁର୍ଣ୍ଣ ରଖିବା ଆମ୍ଭମାନଙ୍କର ସଂକଳ୍ପ ହେବା ଉଚିତ । ଏହି ଉଦ୍ୟମ ପାଇଁ ସେ ଉଭୟ ଅନୁଷ୍ଠାନକୁ ସାଧୁବାଦ ଦେଇଥିଲେ । ଆଦର୍ଶ ପାଠାଗାରର ସଭାପତି ତଥା ଭଞ୍ଜ ସାଂସ୍କୃତିକ ନ୍ୟାସର ସଂପାଦକ ଇଂ ଅଭୟ କୁମାର ଦାସ ଙ୍କ ସଭାପତିତ୍ବ ଓ ପାଠାଗାରର ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସ୍କୃତିକ ନ୍ୟାସର ଟ୍ରଷ୍ଟି ଡାକ୍ତର ୟୁ ସି ଜେନା ଓ ଆଦିତ୍ଯ ମହାପାତ୍ର, ଉପଦେଷ୍ଟା ଗୋପୀନାଥ ପଟ୍ଟନାୟକ, ଚନ୍ଦ୍ରଶେଖର ଶତପଥୀ, ବିଷ୍ଣୁ ମହାନ୍ତି ପ୍ରମୁଖ ମଂଚାସୀନ ଥିବା ବେଳେ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ନାଟ୍ଯ ନିର୍ଦ୍ଦେଶକ ତଥା ଅଭିନେତା କୈଳାଶ ଚନ୍ଦ୍ର ପାଣିଗ୍ରାହୀ ଓ ଶାସ୍ତ୍ରୀୟ ସଂଗୀତଜ୍ଞ ବୁଦ୍ଧ ପ୍ରସାଦ ରାଓଙ୍କୁ କୁମାର ଉତ୍ସବ ସମ୍ମାନ ୨୦୨୨ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅନିଲ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ବୀଣାପାଣି ରଥ ଓ ସାଥୀ ସ୍ବାଗତ ସଂଗୀତ ପରିବେଷଣ କରିଥିବାବେଳେ ମହ୍ଲାର ଡ୍ୟାନ୍ସ ଏକାଡ଼େମୀର କଳାକାର ମାନେ ଗୁରୁ ବାବୁଲି ହରିପାଲଙ୍କ ନିର୍ଦ୍ଦେଶନାରେ ‘ କୁଆଁର ପୂନେଇ ଜହ୍ନ ଗୋ’ ନୃତ୍ୟ ନାଟିକା ପରିବେଷଣ କରିଥିଲେ । ପରେ ଗୁରୁ ବୁଦ୍ଧ ପ୍ରସାଦ ରାଓ,ସିଦ୍ଧାର୍ଥ ମିଶ୍ର,ବାସବଦତ୍ତା ପଟ୍ଟନାୟକ,ଆକାଂକ୍ଷିତା ନାୟକ, ପୀୟୁସ କୁମାର, ରଞ୍ଜିତ କୁମାର ପ୍ରଧାନ ପ୍ରମୁଖ ଓଡିଆ ସଂଗୀତ ଗାନକରି ଦର୍ଶକମାନଙ୍କ ମନ ମୋହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବାଉରୀବଂଧୁ ସାହୁ,ଡାକ୍ତର ବସନ୍ତ ଦାସ,ଅଶୋକ ବଳ, ଜ୍ଞାନେନ୍ଦ୍ର ଦାଶ, ଜ୍ୟୋତି ରଂଜନ ମହାପାତ୍ର, ବିଭୁତି ଭୂଷଣ ବିଶ୍ବାଳ, ଶରତ ରାଉତ,ଜ୍ୟୋତି ପ୍ରକାଶ ଦାସ,ବିଜୟ ପାତ୍ର,ମନୋଜ କୁମାର ପଣ୍ଡା,ଅଟମ ରଥ, ପ୍ରଦୀପ ପଟ୍ଟନାୟକ, ଡଃ ଜୟନ୍ତୀ ପାଢୀ,ଟୁକୁଲା ପାଢୀ, ମୁଖପାତ୍ର କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବେଣୁ ଧର ସୁତାର ଙ୍କ କବିତା ମାଆ

ମିନତି ଦାଶ ଙ୍କ କବିତା ଅଭାଗିନୀ

Sunil Chandra Nayak

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୭ତମ ପ୍ରତିଷ୍ଠା ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!