ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲକ୍ଷ୍ମୀ ବଗର୍ତ୍ତି ଙ୍କ କବିତା ।। ପ୍ରିୟତମା ।।

।। ପ୍ରିୟତମା ।।

ପ୍ରିୟତମା ମୋର ତୋତେ ମୋରରାଣ
   ଯିବୁନି ଲୋ ମୋତେ ,ଭୁଲି
ତୋ ପାଇଁ ହୃଦୟେ ଛୋଟ ଘର ଟିଏ
      ଆଶାରେ ରଖିଛି ତୋଳି ।।
ହାତ ଛାଡି ମୋର ଚାଲି ଗଲେ ତୁହି
    ଏକା ହୋଇ ଯିବି ମୁହିଁ 
ଭୁଷୁଡି ପଡିବ ସ୍ମୃତି ର ସୌଦ୍ଧଟି
     ବଞ୍ଚି ତ ପାରିବି ନାହିଁ ।।
ସତ ମୁଁ କହୁଛି ଏତିକି ବିଶ୍ଵାସ 
   ଭରସା ରଖିବୁ ମନେ
ବଞ୍ଚିତ ହେବୁନି ଚେନାଏ ହସରୁ
    ‌ହସୁ ଥିବୁ ସବୁଦିନେ ।।
ସରଗ ର ସୁଖ ଦେଇ ନ ପାରିଲେ
    ହୃଦୟ ରେ ତୋତେ ରଖି
ପୂଜା କରୁଥିବି ପ୍ରେମ ଫୁଲ ଦେଇ
      ଦେବୀ ସଜାଇ ଲୋ ସଖୀ ।।
କଥା ଦେଲି ସାଥୀ ଭୁଲିବିନି କେବେ
     ପିଣ୍ଡେ ପ୍ରାଣ ଥିବାଯାଏ
ରାଜ ଉଆସ ମୋ ନାହିଁ ପ୍ରୋୟୋଜନ
    ଦେବ ହୃଦେ ଯାଗା ଟିଏ ।।
ନ ମିଳୁ ପଛକେ ଛପନ ଭୋଗ ହେ
    ତୁମ ପ୍ରେମ ସୁଧା ପିଇ
ଯେତେ ଦୁଃଖଝଡ ଆସିଲେ ଜୀବନେ 
     ହସି ହସି ଯିବି ସହି ।।
ତୁମ ହାତେ ହାତ ଦେଇ ଚାଲୁଥିବି
     ଜୀବନ ର ଚଲାପଥେ
ଛାଡିବିନି ହାତ କରୁଛି ଶପଥ
     ଥିବି ସଦା ତୁମ ସାଥେ ।।

ଲକ୍ଷ୍ମୀ ବଗର୍ତ୍ତି

ଟିଟିଲାଗଡ଼ ବଲାଙ୍ଗୀର

Related posts

ଓଡ଼ିଶା ପର୍ଯ୍ୟଟନ ରୁ ଲୋପ ପାଇବାକୁ ବସିଛି ବ୍ରାହ୍ମଣୀ ନଦୀ ଗର୍ଭସ୍ଥ ଅନନ୍ତ ଶୟନ ମୂର୍ତ୍ତୀ

ଶ୍ରୀ ଶ୍ରୀ ରାମେଶ୍ବର ମହାଦେବଙ୍କ ୯ମ ବାର୍ଷିକ ଉତ୍ସବ ଓ ରୁଦ୍ର ମହାଯଜ୍ଞ ଅନୁଷ୍ଠିତ

Sunil Chandra Nayak

ମଦ୍ୟପ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ / ନ୍ୟାୟ ଦାବିରେ ବିଦ୍ୟାଳୟ ଫାଟକ ଆଗରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

Sunil Chandra Nayak

Leave a Comment

error: Content is protected !!