ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲକ୍ଷ୍ମୀ ବଗର୍ତ୍ତି ଙ୍କ କବିତା ।। ପ୍ରିୟତମା ।।

।। ପ୍ରିୟତମା ।।

ପ୍ରିୟତମା ମୋର ତୋତେ ମୋରରାଣ
   ଯିବୁନି ଲୋ ମୋତେ ,ଭୁଲି
ତୋ ପାଇଁ ହୃଦୟେ ଛୋଟ ଘର ଟିଏ
      ଆଶାରେ ରଖିଛି ତୋଳି ।।
ହାତ ଛାଡି ମୋର ଚାଲି ଗଲେ ତୁହି
    ଏକା ହୋଇ ଯିବି ମୁହିଁ 
ଭୁଷୁଡି ପଡିବ ସ୍ମୃତି ର ସୌଦ୍ଧଟି
     ବଞ୍ଚି ତ ପାରିବି ନାହିଁ ।।
ସତ ମୁଁ କହୁଛି ଏତିକି ବିଶ୍ଵାସ 
   ଭରସା ରଖିବୁ ମନେ
ବଞ୍ଚିତ ହେବୁନି ଚେନାଏ ହସରୁ
    ‌ହସୁ ଥିବୁ ସବୁଦିନେ ।।
ସରଗ ର ସୁଖ ଦେଇ ନ ପାରିଲେ
    ହୃଦୟ ରେ ତୋତେ ରଖି
ପୂଜା କରୁଥିବି ପ୍ରେମ ଫୁଲ ଦେଇ
      ଦେବୀ ସଜାଇ ଲୋ ସଖୀ ।।
କଥା ଦେଲି ସାଥୀ ଭୁଲିବିନି କେବେ
     ପିଣ୍ଡେ ପ୍ରାଣ ଥିବାଯାଏ
ରାଜ ଉଆସ ମୋ ନାହିଁ ପ୍ରୋୟୋଜନ
    ଦେବ ହୃଦେ ଯାଗା ଟିଏ ।।
ନ ମିଳୁ ପଛକେ ଛପନ ଭୋଗ ହେ
    ତୁମ ପ୍ରେମ ସୁଧା ପିଇ
ଯେତେ ଦୁଃଖଝଡ ଆସିଲେ ଜୀବନେ 
     ହସି ହସି ଯିବି ସହି ।।
ତୁମ ହାତେ ହାତ ଦେଇ ଚାଲୁଥିବି
     ଜୀବନ ର ଚଲାପଥେ
ଛାଡିବିନି ହାତ କରୁଛି ଶପଥ
     ଥିବି ସଦା ତୁମ ସାଥେ ।।

ଲକ୍ଷ୍ମୀ ବଗର୍ତ୍ତି

ଟିଟିଲାଗଡ଼ ବଲାଙ୍ଗୀର

Related posts

ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ରକ୍ଷକ-୨ ସଚେତନତା କାର୍ଯ୍ୟକ୍ରମ

ସମାଜ ସେବୀ ଡମ୍ବରୁ ରଣା ଙ୍କ ପରଲୋକ

Sunil Chandra Nayak

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କାମାକ୍ଷାନଗର ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!