ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୋ ଆଧାରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ

ବୌଦ୍ଧ- ୧୧/୦୯-ଆଜି ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ବିଭାଗ ସହାୟତା ରେ, ମଥୁରା ପଞ୍ଚାୟତ ଦନ୍ତାପlଳି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଆୟୋଜନ ରେ, ଗ୍ରାମ୍ୟ ବିକାଶ ପରିଷଦ, ଶ୍ରୀ ଗୋବିଜ୍ଞ ଫାଉଣ୍ଡେସନ, ଓଡ଼ିଶା ଗୋସେବା ସମିତି, ଭୂମିଶ୍ରି କୃଷକ ଉତ୍ପାଦକ କମ୍ପାନୀ, ସାଲୁଙ୍କି କୃଷକ ଉତ୍ପାଦକ କମ୍ପାନୀ, ବାଣୀିଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ଇତ୍ୟାଦି ଜିଲ୍ଲାର ସାମାଜିକ ଅନୁଷ୍ଠାନ ମିଳିତ ଉଦ୍ୟମରେ ଦେବ ଲକ୍ଷଣl ଦେଶୀ ଗୋମାତା ମାନଙ୍କୁ ସୁରକ୍ଷା ସହିତ ଗୋଆଧାରିତ ଜୀବିକା ଉପରେ ତାଲିମ ଶିବିର ବୌଦ୍ଧ ଏନ ଏ ସି ମହିଳା ମାନଙ୍କୁ ନେଇ ବନ୍ୟା ଆଶ୍ରୟ ସ୍ଥଳୀ, ହରଭାଙ୍ଗା ବ୍ଲକ ମଥୁରା ଓ ରଧନଗର ପଂଚାୟତ ପାଇଁ ମାହେଶ୍ୱରୀ ଗୋଶାଳା, ବୌଦ୍ଧ ବ୍ଲକ ପାଇଁ ତିକର ପଡ଼ା ବଡ଼ ଗୋଛପଦା ଓ କଣ୍ଟାମାଳ ବ୍ଲକ ପାଇଁ ଡପଲା ଠାରେ ତାଲିମ୍ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ମିଶନ ଶକ୍ତି ଜିଲ୍ଲା ସଂଯୋଜକ ଦେବଦତ୍ତ ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜଲନ ପୂର୍ବକ ଉଦଘାଟନ କରି ଉପସ୍ଥିତ ତାଲିମ ନେତ୍ରୀ ମାନଙ୍କୁ ବହୁମୂଲ୍ୟ ଉପଦେଶ ପ୍ରଦାନ କରିବା ସହ ଗୋ ସୁରକ୍ଷା ଓ ଗୋ ଆଧାରିତ କୁଟୀର ଶିଳ୍ପ ମାଧ୍ୟମରେ ଅର୍ଥନୀତି ଅଭିବୃଦ୍ଧି ହୋଇ ସ୍ବାବଲମ୍ବୀ ହେଇ ପାରିବେ ବୋଲି କହିଥିଲେ l ଅନ୍ୟତମ ଅତିଥିଭାବେ ଏନ୍ ଏ ସି ନିର୍ବାହୀ ଅଧିକାରୀ ଇ ମୋନରଞ୍ଜନ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ୍ ମିଶ୍ର, ସାମାଜିକ କର୍ମୀ କେଦାରନାଥ ସାହୁ, କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମାଜିକ କର୍ମୀ ଜନବାଡ଼ି ଗୌଡ, ସନ୍ତଶ ଦନ୍ତା, ଲବ ବଘାର ମିଶନ ଶକ୍ତି ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ ପ୍ରଭାତ ପ୍ରଧାନ ଓ କର୍ମଚାରୀ ଏସ ରହମାନ, ସୂପର୍ଣା ମହାନ୍ତି, ପବନ କୁମାର ପଳେଇ, ମନୋରଞ୍ଜନ ପାଲ୍ ଓ ପୁଷ୍ପାଞ୍ଜଳି ଦାସ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଟି ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ l କମ୍ ଦିନ ମଧ୍ୟରେ ଏନ୍ ଏ ସି ଅଞ୍ଚଳରେ ମିଶନ ଶକ୍ତି ବଜାର ଖୋଲିବା ସହିତ ମହିଳା ମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବିକ୍ରିବଟା କରିବାକୁ ଉପସ୍ଥିତ ଅଧିାରୀମାନେ ପ୍ରତିଶ୍ରୁତି ଦେଇଥିଲେ l ମୁଖ୍ୟ ପ୍ରସିଶିକ୍ଷା ଭାବେ ସୁନ୍ଦରଗଡ଼ ବିଶିଷ୍ଟ ଗୋ ସେବିକା ତାରାକାନ୍ତ ପଟେଲ ଯୋଗଦେଇ ଗୋବର ରୁ ଦୀପ, ଧୂପ ଫୁଲ କୁଣ୍ଡ, ଗୋମୁତ୍ରରୁ ନିମାଇଲ, ଅର୍କ, କୀଟନାଶକ ଇତ୍ୟାଦି ପ୍ରସ୍ତୁତ ପ୍ରଣାଳୀ ଉପରେ ତାଲିମ ପ୍ରଦାନ କରିଥିଲେ l ଉକ୍ତ ତାଲିମ ଶିବିରରେ ଜିଲ୍ଲାର ବିଭିନ୍ନ ସ୍ଥାନର ୧୬୦ ଜଣ ମହିଳା ଯୋଗ ଦେଇ ତାଲିମ ନେଇଥିଲେ l ଏଥିରେ ସୁଷମା କଲତା, ପ୍ରତିମା ଦନ୍ତା, ଅଜିତ୍ ପଟ୍ଟନାୟକ, ବଳରାମ ପ୍ରଧାନ, ଦୁର୍ଯ୍ୟଧନ ନାଏକ ପ୍ରମୁଖ ସହଯୋଗ କରିଥିବା ବେଳେ ପିସ ଫୁଲ ସୋସାଇଟି ସମ୍ପାଦିକା ମଞ୍ଜୁଲତା ଦାସ, ଗ୍ରାମ୍ୟ ବିକାଶ ପରିଷଦ ତଥା ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ସମ୍ପାଦକ କୃତ୍ତିବାସ ପଲିଆ, ଅଧକ୍ଷ ନିର୍ଗୁଣ ମହାକୁଡ କାର୍ଯକ୍ରମ ପରିଚାଳନା କରିଥିଲେ l

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ମାଆ

ବେଣୁଧର ସୂତାର ଙ୍କ କବିତା ଅମୃତର ସପନ

Sunil Chandra Nayak

ପବିତ୍ର ରଥଯାତ୍ରା ଅବସରରେ ଜଗତସିଂହପୁର ପ୍ରଧାନ ଡାକଘରେ ଜାରିହେଲା ବିଶେଷ ରଦ୍ଦକରଣ ଷ୍ଟାମ୍ପ

Leave a Comment

error: Content is protected !!