ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଦ ପୋଚ ନଷ୍ଟ କଲା ଖାତିଗୁଡା ପୋଲିସ 

ତେନ୍ତୁଳିଖୁଣ୍ଟି ୧୧/୧୦ /୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଥାନା ପୋଲିସ ଦ୍ୱାରା ଦୁଇ ମଦ ଭାଟି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି ।୨୫ ଲିଟର ରୁ ଉର୍ଦ୍ଧ୍ବ ମଦ ଜବତ କରିବା ସହ ଉକ୍ତ ମଦପୋଚକୁ ନଷ୍ଟ କରି ୩ଜଣ ଙ୍କୁ ଗିରଫ କରିଛି ଖାତିଗୁଡା ପୋଲିସ ।ଏନେଇ ଖାତିଗୁଡା ଥାନାରେ କେସ ନମ୍ବର ୯୨,୯୩ ରେ ମାମଲା ରୁଜୁ ହୋଇଛି ।ଖାତିଗୁଡା ଅଞ୍ଚଳରେ ବେଆଇନ ମଦ କାରବାର ବୃଦ୍ଧି ପୋଲିସ ର ମୁଣ୍ଡ ବିନ୍ଧା ପାଲଟିଛି ।ଦିନ କୁ ଦିନ ବୃଦ୍ଧି ପାଉଛି ବେଆଇନ ମଦ କାରବାର ।ଫଳରେ ଖାତିଗୁଡା ପୋଲିସ ମଧ୍ୟ ତତ୍ପରତା ପ୍ରକାଶ କରି ଦୁଇଟି ମଦ ରନ୍ଧା ସ୍ଥଳ ରେ ଚଢ଼ାଉ କରି ମଦ ଜବତ କରିବା ସହ ସେସବୁକୁ ନଷ୍ଟ କରିଛି ।ଏହି ଚଢ଼ାଉ ସମୟରେ ଖାତିଗୁଡା ଥାନା ଅଧିକାରୀ ଦୀପକ ଲେଙ୍କା ଙ୍କ ନେତୃତ୍ୱରେ ଏସ ଆଇ ପ୍ରଫୁଲ୍ଲ ପାତ୍ର ,ଏ ଏସ ଆଇ ରାମଚନ୍ଦ୍ର ପଣ୍ଡାଗିରି ଙ୍କ ସମେତ କିଛି ଗୃହରକ୍ଷୀ ଉପସ୍ଥିତ ଥିଲେ ।ଖାତିଗୁଡା ଅଞ୍ଚଳରେ ବ୍ୟାପକ ଦେଶୀ ମଦ ବିକ୍ରି ହେଉଥିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ତେବେ ଆଗାମୀ ଦିନରେ ବେଆଇନ ମଦ କାରବାର ଉପରେ ପୋଲିସର କଣ କାର୍ଯ୍ୟ ପନ୍ଥା ରହୁଛି ତାହା ଦେଖିବାକୁ ବାକି ରହିଲା ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଏକତା ଗୃପର ବାଳସୁଧାର ଗୃହରେ ରାକ୍ଷୀବଂଧନ

Sunil Chandra Nayak

ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ବୈଠକ

Sunil Chandra Nayak

କାଭାଲିଆ ଶିକ୍ଷା ଫାଉଣ୍ଡେସନ୍ ର କର୍ମଶାଳା

Sunil Chandra Nayak

Leave a Comment

error: Content is protected !!