ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଂଜନ ନନ୍ଦ ଙ୍କ କବିତା ବୈପ୍ଳବିକ ସ୍ରୋତେ ଚାଲିବା

  ଭାବନା ଯାହା ମନ ଆକାଶରେ

ବୈପ୍ଳବିକ ସ୍ରୋତେ ଚାଲିବା
କଣା ଛପର ଘର ଭିତରେ,
ଦେଖୁଛି ଜହ୍ନକୁ ଆକାଶରେ,
ଭାବନା ଆସୁଛି ମନ ଭିତରେ,
ଗାନ୍ଧୀ ବିରୋଧୀ ରାଜନେତା, 
ଗାନ୍ଧିବାଦୀ ସାଜି କହନ୍ତି କଥା,
ଲୋକଙ୍କୁ ଭାବୁଛନ୍ତି ତ ବୋକା,
ହାୟରେ ପ୍ରତିଶ୍ରୁତି ଦେଇ ଦିଅନ୍ତି ଧୋକା |୧|
କଣା ଛପର ଘର ଭିତରେ,
ଦେଖୁଛି ଜହ୍ନକୁ ଆକାଶରେ,
ଭାବନା ଆସୁଛି ମନ ଭିତରେ,
ସେବା ମନୋବୃତ୍ତି ନାହିଁ ମନରେ,
ରାଜନେତା କହନ୍ତି ସେବା କଥା ପେଣ୍ଡାଲରେ,
ଲୋକଙ୍କୁ ଭାବୁଛନ୍ତି ତ ବୋକା,
ହାୟରେ ପ୍ରତିଶ୍ରୁତି ଦେଇ ଦିଅନ୍ତି ଧୋକା |୧|
କଣା ଛପର ଘର ଭିତରେ,
ଦେଖୁଛି ଜହ୍ନକୁ ଆକାଶରେ,
ଭାବନା ଆସୁଛି ମନ ଭିତରେ,
ଦରଦାମ ବୃଦ୍ଧି ହୋଇ ଚାଲିଛିରେ,
ବେରୋଜଗାରର ହତାଶର ହୁ ହୁ ବହ୍ନିରେ,
ଛଟପଟ ହୁଅନ୍ତି ଜନତା ଯନ୍ତ୍ରଣାରେ 
ଲୋକଙ୍କୁ ଭାବୁଛନ୍ତି ତ ବୋକା,
ହାୟରେ, ପ୍ରତିଶ୍ରୁତି ଦେଇ ଦିଅନ୍ତି ଧୋକା |୨|
କଣା ଛପର ଘର ଭିତରେ,
ଦେଖୁଛି ଜହ୍ନକୁ ଆକାଶରେ,
ଭାବନା ଆସୁଛି ମନ ଭିତରେ,
କେତେ ଅଛି ସାହିତ୍ୟାନୁଷ୍ଠାନ,
ସଭା କରନ୍ତି, ହେବ ସାହିତ୍ୟ ପଠନ,
ରାଜନେତା ଆସିବେ ହୋଇ ମୁଖ୍ୟ ବକ୍ତା,
ବିନା ସାହିତ୍ୟରେ କରତାଳି ଦେବେ ଶ୍ରୋତା |୩|
କଣା ଛପର ଘର ଭିତରେ,
ଦେଖୁଛି ଜହ୍ନକୁ ଆକାଶରେ,
ଭାବନା ଆସୁଛି ମନ ଭିତରେ,
ପୁଂଜିବାଦୀ ଏଇ ସମାଜରେ,
କୋଟିପତି ହେବ ବିନା ଶ୍ରମରେ,
ଯୁବକ ଯୁବତୀ ର ସ୍ବପ୍ନ ଭରା ମନରେ,
ନାହିଁ ରୋଜଗାର ଅର୍ଥନୈତିକ ବ୍ୟବସ୍ଥାରେ,
ବ୍ୟର୍ଥ ହେଉଛି ଜୀବନ ସେ ନିଶାରେ |୪|
କଣା ଛପର ଘର ଭିତରେ,
ଦେଖୁଛି ଜହ୍ନକୁ ଆକାଶରେ,
ଭାବନା ଆସୁଛି ମନ ଭିତରେ,
ଦେଖୁଛି ମଣିଷ କଟାନ୍ତି ଦାରିଦ୍ର୍ଯରେ,
ବ୍ୟତିବ୍ୟସ୍ତ ପେଟ ପାଇଁ ଭାତ ରୁଟିର ଯୋଗାଡରେ,
ରକ୍ତକୁ ପାଣି କରି ସମୟ ନିଗାଡନ୍ତି
ସମୟ ନଥାଏ ସକାଳୁ ଅଧ ରାତି |୫|
କଣା ଛପର ଘର ଭିତରେ 
ଦେଖୁଛି ଜହ୍ନକୁ ଆକାଶରେ  
ଭାବନା ଆସୁଛି ମନ ଭିତରେ,
ଆଶ୍ଚର୍ଯ୍ୟ ଲାଗୁଛିରେ,
ପ୍ରତାରକ କୁହେ ହେ ପ୍ରତାରିତ, 
ହୃଦୟରେ କିଆଁ ତୁମର କ୍ଷତ,
ଯନ୍ତ୍ରଣାରେ ହୁଅ ବ୍ୟଥିତ ବ୍ୟାକୁଳିତ |୬|
କଣା ଛପର ଘର ଭିତରେ, 
ଦେଖୁଛି ଜହ୍ନକୁ ଆକାଶରେ,
ଭାବନା ଆସୁଛି ମନ ଭିତରେ,
ଶାସକ କହୁଛି ବଡ କଣ୍ଠରେ,
ଧର୍ମଯାଜକ, ପ୍ରଚାରକର ବାଣୀରେ
ହେ ପ୍ରତାରିତ, ନହୁଅ ବ୍ୟସ୍ତ,
ଏ ପରା ତୁମ ପାଇଁ ବିଧି ଦତ୍ତ,
ଭଗବାନ ଦ୍ୱାରା ପରା ତୁମେ ହେଉଛ ପରୀକ୍ଷିତ |୭|
କଣା ଛପର ଘର ଭିତରେ 
ଦେଖୁଛି ଜହ୍ନକୁ ଆକାଶରେ  
ଭାବନା ଆସୁଛି ମନ ଭିତରେ,
ଗରିବ ଭାବେ ଅଛନ୍ତି ଭଗବାନ,
ଓଲଟି ଯିବ ଅବସ୍ଥା, ଦେଖୁଛି ସପନ,
ହେଲେ ତାର ଜୀବନର ଗତିରେ,
ଯେମିତି ଥିଲା ଅତୀତ ଆଜି ସେମିତିରେ |୮|
ମଶାଣିର ଅବସ୍ଥାକୁ ରଖୁଛି ମନ ଭିତରେ,
ମଣିଷର କୁଢ଼ କୁଢ଼ ଶବ ପ୍ରତିଦିନ ଆସୁଛିରେ,
ସାଧାରଣ ଜନତା, ନେତା, ବନ୍ଧୁ ବିରୋଧୀ ସେଇଠି,
କୋଟିପତି, ଶିଳ୍ପପତି, ଧନଶୂନ୍ୟ ବ୍ୟକ୍ତି ସମସ୍ତେ ଏକାଠି,
ଦରକାର ତ ଏତିକି ଟିକେ ଜାଗାରେ,
ପୋଡା ହୁଏ କିମ୍ବା କବର ଦିଆ ହୋଇଥାଏରେ,
ମୁହଁକୁ ରଖି ଶାନ୍ତ, ଅହଂକାର ଶୂନ୍ୟ ଶରୀରକୁ ଉର୍ଦ୍ଧ୍ୱରେ |୯|
କଣା ଛପର ଘର ଭିତରେ,
ଦେଖୁଛି ଜହ୍ନକୁ ଆକାଶରେ,
ଭାବନା ଆସୁଛି ମନ ଭିତରେ,
ସମସ୍ତେ ତ ସମାନ ପ୍ରକୃତିର ନିୟମରେ,
ବାଦ ବିବାଦ ବି ନାହିଁ, ତାହା ତ କୃତ୍ରିମତା,
ଏତେ ଅହଂକାର, ଏତେ ଦର୍ପ ନୂହଁ ତ ପୌରୁଷତା |୧୦|
କଣା ଛପର ଘର ଭିତରେ,
ଦେଖୁଛି ଜହ୍ନକୁ ଆକାଶରେ,
ଭାବନା ଆସୁଛି ମନ ଭିତରେ,
ଯଦି ଏହାହିଁ ସତ୍ୟ.. ତାହେଲେ  
ଏତେ ଗରବ ଅଭିମାନ କାହିଁକି??? 
ପୁଂଜିବାଦର ମାୟାରେ ମୁଁ ଘାଣ୍ଟି ହେବି କାହିଁକି ??? |୧୧|
  
କଣା ଛପର ଘର ଭିତରେ,
ଦେଖୁଛି ଜହ୍ନକୁ ଆକାଶରେ,
ଭାବନା ଆସୁଛି ମନ ଭିତରେ,  
ମୋ ମନ ଭିତରେ ତ ଈଶ୍ୱର,
ଖୋଜିବି କାହିଁକି ମନ୍ଦିର, ମସଜିଦ, ଗୀର୍ଜା ଭିତର ??? |୧୨|
କଣା ଛପର ଘର ଭିତରେ 
ଦେଖୁଛି ଜହ୍ନକୁ ଆକାଶରେ  
ଭାବନା ଆସୁଛି ମନ ଭିତରେ,
ଏଇ ମୋ କୋମଳ ହୃଦୟରୁ,
ହତାଶର ହୁ ହୁ ବହ୍ନି ଜଳୁଛିରେ,
କିପରି ହୋଇବ ସେ ଶାନ୍ତ,
ନୀରବରେ ନିସଙ୍ଗତାର ଲୁହରେ, 
ଆସେ ଖାଲି କିଛି ଶୁନ୍ୟତା,
ଆବୋରି କି ନେବି ନିର୍ଜନତା ??? |୧୩|
କଣା ଛପର ଘର ଭିତରେ 
ଦେଖୁଛି ଜହ୍ନକୁ ଆକାଶରେ  
ଭାବନା ଆସୁଛି ମନ ଭିତରେ,
 ସେହି ବାଣୀ ଉଜ୍ଜ୍ୟଳ ତାରକା ଗୋପବନ୍ଧୁ ଦାସଂକର,
”ମୁହୂର୍ତ୍ତେ ମାତର ଉଜ୍ବଳି ପ୍ରଖର ଶିଖା ଟେକି ହୁତାଶନ 
ଜାଳି ଯେବେ କରେ ଆଲୋକ ଉତ୍ତାପ ଚଉଦିଗେ ବିତରଣ 
ଲିଭୁ ସେ କ୍ଷଣକେ ତଥାପି ଏ ଲୋକେ ରହେ ତା’ ଆଦର ଯଶ
କି ଲୋଡ଼ା ତହିଁରେ ରହେ ଯେ ମହୀରେ କୁହୁଳି ସହସ୍ରେ ବର୍ଷ ” |୧୪|
                                                
କଣା ଛପର ଘର ଭିତରେ 
ଦେଖୁଛି ଜହ୍ନକୁ ଆକାଶରେ  
ଭାବନା ଆସୁଛି ମନ ଭିତରେ,
ଭାବିନି କେବେ ସ୍ୱପ୍ନ ସବୁ ଶୋଇ ଗଲେଣି,
ମନ ଆଉ ହୃଦୟ ବୈପ୍ଳବବିକ ଚିନ୍ତା ମରିନି,
ତାହା ଭୁଲି ପାରୁନି,,, ଭୁଲିବି କାହିଁକି ???
ପ୍ରକୃତି ତ ଶିଖାଏ ଜୀବନ ତ ସଂଘର୍ଷପୂର୍ଣ୍ନ,
ପ୍ରକୃତି ତ ଶିଖାଏ ସମାନତା,
ପ୍ରକୃତି ତ ଦେଇଛି ସମତା,
ପ୍ରକୃତି ତ ଦେଇଛି ମୋତେ ସ୍ୱାଧୀନତା |୧୫|
କଣା ଛପର ଘର ଭିତରେ 
ଦେଖୁଛି ଜହ୍ନକୁ ଆକାଶରେ  
ଭାବନା ଆସୁଛି ମନ ଭିତରେ,
ମୃତ୍ୟୁର ଅପେକ୍ଷାପ୍ରତି ମୁହୂର୍ତ୍ତରେ,
ଶେଷ ଯବନିକା ଟାଣି ଦେବା ପାଇଁ,
ଶୋଷଣ ବିହୀନ ସମାଜ ତ ସତ୍ୟ,
ବୈପ୍ଳବିକ ସ୍ରୋତେ ଚାଲିବା, ମାନସିକ ସ୍ତରରେ ହୁଅ ପ୍ରସ୍ତୁତ
୧୬|

    ଚିତ୍ତ ରଂଜନ ନନ୍ଦ

          କଟକ

Related posts

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଏବଂ ସମାଧାନ ଶିବିର

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ମରୀଚିକା ଏକ ମିଥ୍ଯା ସାନ୍ତ୍ୱନା

Sunil Chandra Nayak

ଓଡ଼ିଶା ଇତିହାସରେ ପ୍ରଥମ ଘଟଣା, ରାଜ୍ୟ ସରକାରଙ୍କ ସମ୍ପତ୍ତି ଜବତ କଲା ଏକ ଘରୋଇ ସଂସ୍ଥା

Sunil Chandra Nayak

Leave a Comment

error: Content is protected !!