ପାପଡାହାଣ୍ଡି, 12/10, ମନିସ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଳପୁର ହାଟ ପଦା ନିକଟରେ ଗାଡି ଯାଞ୍ଚ ବେଳେ ଏକ କାରରୁ 60 କିଲୋ ଗଞ୍ଜେଇ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି ପୋଲିସ | କୋରାପୁଟ ଜିଲ୍ଲା ସେମଲିଗୁଡା ଅଞ୍ଚଳ ରୁ ପାପଡାହାଣ୍ଡି ଦେଇ ରାୟପୁର ଛତିଶଗଡ ରାଜ୍ୟ କୁ ଚାଲାଣ ହେଉଥିବା ଥାନା ଅଧିକାରୀ ରାମେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି | ସୂଚନା ଅନୁଯାୟୀ ବୁଧବାର ଦିନ ସେମଲିଗୁଡା ଅଞ୍ଚଳ ରୁ ଏକ କାର ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପାପଡାହାଣ୍ଡି ପୋଲିସ କୁ ବିଶେଷ ସୂତ୍ରରୁ ଖବର ମିଳିଥୁଲା | ତେବେ ମଇଦଳପୁର ପୋଲିସ ହାଟ ପଦା ନିକଟରେ ଗାଡି ଯାଞ୍ଚ କରୁଥିଲା | ଏହି ସମୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କାର (OR07V2199) ସନ୍ଦେହ ରେ ଅଟକାଇ ଯାଞ୍ଚ କରିଥିଲେ | ଯାଞ୍ଚ କରିବାରୁ କାର ରୁ ଗଞ୍ଜେଇ ରହିଥିବା ସହ ଡ୍ରାଇଭର ଜଣକ ସହ ତାଙ୍କ ସାଥି କୁ ଗିରଫ କରି ମଇଦଳପୁର ଫାଣ୍ଡି କୁ ଆଣିଥିଲା | ସନ୍ଧ୍ୟା ସମୟରେ ମଇଦଳପୁର ଠାରେ ଅତିରିକ୍ତ ତହସିଲଦାର ମଧୁସୂଦନ ମାଝୀ ଙ୍କ ଉପସ୍ଥିତ ରେ ଜବତ ଗଞ୍ଜେଇ ଓଜନ କରିବାରୁ ସେଥିରୁ 60 କିଲୋ ଗଞ୍ଜେଇ ଜବତ ରହିଥିବା ଜଣାପଡିଥିଲା | ଅଟକ ବ୍ୟକ୍ତି ସେମଲିଗୁଡା ଗ୍ରାମର ସୁବେନ୍ଦୁ କୁମାର ପତି (42) ଓ ଅନିଲ ଡଙ୍ଗୁଆ (36) ବୋଲି ଜଣାପଡିଛି | ଏନେଇ ପାପଡାହାଣ୍ଡି ଥାନା କେସ ନମ୍ବର 164/22 ରେ ମାମଲା ରୁଜୁ ହୋଇଛି । ଆସନ୍ତା କାଲି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ରାମେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି | ଗାଡି ଯାଞ୍ଚ ସମୟରେ ମଇଦଳପୁର ଫାଣ୍ଡି ଅଧିକାରୀ ଡି ଦେବୀ କୁମାର,ଏ ଏସଆଇ ହରିହର ଭତରା ଜି. ପୂଜାରୀ, ପ୍ରଦୀପ ରନ୍ଧାରୀ, ଏସ ବାଘ ଓ ଆଇଆରବି ଷ୍ଟାଫ ଉପସ୍ଥିତ ରହିଥିଲେ |
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ