ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ର ତୃତୀୟ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳ(ମ.ନି.ସ) ୧୩/୧୦ ଢେଙ୍କାନାଳ ଷ୍ଟାଡିୟମ ଠାରେ ଫିଫା ଦ୍ବାରା ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍ ବାଳକ ବାଳିକା ମାନଙ୍କର ଆନ୍ତଃ ବିଦ୍ୟାଳୟ ସ୍ତରୀୟ ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ର ତୃତୀୟ ଦିବସର କାର୍ଯ୍ୟକ୍ରମ କୋଭିଡ -୧୯ ନିୟମ ସବୁକୁ ଅନୁପାଳନ କରି ଅନୁଷ୍ଠିତ ହୋଇଯାଇଛି।ଏହି ଫୁଟ୍ ବଲ୍ ଟୁର୍ଣ୍ଣାମେଣ୍ଟ ତା.୧୧.୧୦.୨୦୨୨ ରିଖ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ତା.୧୭.୧୦.୨୦୨୨ ରିଖ ସୋମବାର ଦିନ ଫାଇନାଲ ମ୍ୟାଚ୍ ହୋଇ ପରିସମାପ୍ତ ହେବ। ଆଜି ଏହାର ତୃତୀୟ ଦିବସରେ ମୁଖ୍ୟଅତିଥି ଭାବରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦାନ କରି ‘ ଶୃଙ୍ଖଳା ହେଉଛି ଫୁଟ୍ ବଲ ଖେଳର ମୂଳମନ୍ତ୍ର, ତେଣୁ, ଖେଳାଳି ମାନେ ଏହାକୁ ଅନୁପାଳନ କରି ଦଳଗତ ଶୃଙ୍ଖଳା ରକ୍ଷା କଲେ ବିଜୟ ସୁନିଶ୍ଚିତ ‘ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତଅତିଥି ଭାବରେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଯୋଗଦାନ କରି କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟତମ ବିଶିଷ୍ଟ ସମ୍ମାନିତଅତିଥି ଭାବରେ ଅଲମ୍ପିକ୍ସ ଖେଳାଳୀ କେ. ରବି କୁମାର ‘ କ୍ରୀଡ଼ାକୁ ଜୀବନର ଏକନିଷ୍ଟ ଲକ୍ଷ୍ୟ କରିପାରିଲେ ହିଁ ବିଶ୍ବସ୍ତରୀୟ ସଫଳତା ହାସଲ ନିଶ୍ଚିତ ସମ୍ଭବ ‘ ବୋଲି ଦୃଢ଼ ମତପୋଷଣ କରିଥିଲେ।ମଞ୍ଚାସୀନ ଅତିଥି ମାନେ ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଫୁଟ୍ ବଲ ସବୁକୁ ବଣ୍ଟନ କରିଥିଲେ।ଢେଙ୍କାନାଳ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡ଼ା ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।ଢେଙ୍କାନାଳ ଜିଲ୍ଲା ସ୍କୁଲ୍ ସ୍ପୋର୍ଟସ ଆସୋସିଏସନର ସହ ସମ୍ପାଦକ ତଥା ବରିଷ୍ଠ କ୍ରୀଡ଼ା ଶିକ୍ଷକ ନରେଶ କୁମାର ମହାରଣା ମଞ୍ଚାସୀନ ଅତିଥି ମାନଙ୍କୁ ଖେଳାଳୀ ମାନଙ୍କ ସହିତ ପରିଚୟ ପ୍ରଦାନ ଓ କର ମର୍ଦ୍ଦନ କରାଇଥିଲେ। ଅନ୍ୟତମ କ୍ରୀଡ଼ା ଶିକ୍ଷକ ବିପିନ ବିହାରୀ ସାହୁ ଘୋଷକ ଭାବରେ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରି ଫୁଟ୍ ବଲ ମ୍ୟାଚ୍ ଗୁଡ଼ିକର ସମ୍ପୂର୍ଣ୍ଣ ସୁନ୍ଦର ଜୀବନ୍ତ ରୋମାଞ୍ଚକର ଧାରାବିବରଣୀ ପ୍ରଦାନ କରିଥିଲେ। ଢେଙ୍କାନାଳ ଜିଲ୍ଲା କ୍ରୀଡ଼ାସଂଘର ସମ୍ପାଦକ ନଳିନୀ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଆଜିର ପ୍ରଥମ ଫୁଟ୍ ବଲ ମ୍ୟାଚ୍ କଙ୍କଡ଼ାହାଡ ଓ ଓଡ଼ାପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କଙ୍କଡ଼ାହାଡ଼ ଦଳର ସୁଦର୍ଶନ ହାଁସଦା ଅତ୍ୟନ୍ତ ଆକର୍ଷଣୀୟ ଏକମାତ୍ର ଗୋଲ୍ ମାରି କଙ୍କଡ଼ାହାଡ଼ ଦଳକୁ ବିଜୟର ସ୍ଵାଦ ଚଖାଇଥିଲେ। ଆଜିର ଦ୍ବିତୀୟ ଫୁଟ୍ ବଲ ମ୍ୟାଚ୍ ପର୍ଜଙ୍ଗ ଓ ଢେଙ୍କାନାଳ ସଦର ମଧ୍ୟରେ ଅନୁଷ୍ଠିତ ହୋଇ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇ ଥିଲେ ମଧ୍ଯ ଅମିମାଂସିତ ହୋଇଥିଲା। ଆଜିର ତୃତୀୟ ଫୁଟ୍ ବଲ ମ୍ୟାଚ୍ କଙ୍କଡ଼ାହାଡ଼ ଓ ପରଜଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କଙ୍କଡ଼ାହାଡ଼ ଦଳର ଏକପାଖିଆ ଚାପ ସୁଦର୍ଶନ ହାଁସଦାଙ୍କ ଅତ୍ୟନ୍ତ ଦମଦାର ୧ ଟି ଗୋଲ୍, ଇନ୍ଦ୍ରମଣି ମୁଣ୍ଡାଙ୍କ ଅତି ସୁନ୍ଦର ୨ ଟି ଗୋଲ୍ ଓ ପିଣ୍ଟୁ ନନ୍ଦ ମହାନ୍ତଙ୍କ ଅବିସ୍ମରଣୀୟ ୧ ଟି ଗୋଲ୍ ଏପରି ସର୍ବମୋଟ୍ ୪ ଟି ଗୋଲ୍ କୁ ପ୍ରତିହତ କରି ପ୍ରତିପକ୍ଷ ପରଜଙ୍ଗ ଦଳ ଖେଳ ଶେଷ ସୁଦ୍ଧା କୌଣସି ଗୋଲ୍ ଦେଇ ନପାରି ଚାପଗ୍ରସ୍ତ ହୋଇ ଧରାଶାୟୀ ହୋଇ ପରାସ୍ତ ହୋଇଥିଲେ ଓ କଙ୍କଡ଼ାହାଡ଼ ଦଳ ନିଜର ଆକର୍ଷଣୀୟ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ ଜାରିରଖି ଆଜି ଦିନରେ ଦ୍ବିତୀୟ ବାର ବିଜୟୀ ହୋଇପାରିଥିଲେ । ଏହି ଫୁଟ୍ ବଲ ମ୍ୟାଚ୍ ଗୁଡ଼ିକୁ ନିରପେକ୍ଷ ରେଫରୀ ଭାବରେ କ୍ରୀଡ଼ା ଶିକ୍ଷକ ସୁବ୍ରତ କୁମାର ମିଶ୍ର, ସୁଶିଲ କୁମାର ପଣ୍ଡା, ସୁଶାନ୍ତ ନାଥ, ସୁନିଲ୍ ପଟ୍ଟନାୟକ, ବାନାର୍ଜୀ ମହାନ୍ତି, ଅନିଲ କୁମାର ନନ୍ଦ, ସାଗର ରାଉତ ପ୍ରମୁଖ ସୁପରିଚାଳନା କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଢେଙ୍କାନାଳ ସଦର ବ୍ଲକ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରବିନ୍ଦ ତ୍ରିପାଠୀ, ସନ୍ତୋଷ ପାଣିଗ୍ରାହୀ, ବନବିହାରୀ ବାରିକ, ନସିମ୍ ଆରା ବେଗମ୍, ଜିଲ୍ଲା ସ୍କୁଲ୍ ସ୍ପୋର୍ଟସ ସଂଘର ସହ ସମ୍ପାଦକ ବରିଷ୍ଠ କ୍ରୀଡ଼ା ଶିକ୍ଷକ ନରେଶ କୁମାର ମହାରଣା, ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢ଼େଙ୍କାନାଳର ବରିଷ୍ଠ ଶିକ୍ଷକ ତଥା ମୁଖ୍ୟ ମିଡିଆ ପ୍ରଭାରୀ ଡ଼ା. ଦେବୀ ପ୍ରସାଦ ମିଶ୍ର, ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡ଼ା ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସମସ୍ତ ସହଯୋଗ କରିଥିଲେ।ଢେଙ୍କାନାଳ ଜିଲ୍ଲା କ୍ରୀଡ଼ାସଂଘର ସମ୍ପାଦକ ନଳିନୀ କୁମାର ଦାସ ଓ ସମସ୍ତ କର୍ମକର୍ତ୍ତା ବୃନ୍ଦ, ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ, ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡ଼ାଙ୍କ ବଳିଷ୍ଠ ମାର୍ଗଦର୍ଶନ ଓ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦଙ୍କ ସମ୍ମିଳିତ ପ୍ରଚେଷ୍ଟା ହିଁ ସପ୍ତ ଦିବସୀୟ ଏହି ଫୁଟ୍ ବଲ ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ଦିନର ସଫଳତାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

 

Related posts

ପ୍ରତିମା ଶତପଥି ଙ୍କ କବିତା   ଶଙ୍ଖା  ସିନ୍ଦୁର 

Sunil Chandra Nayak

ମୂଳଧର୍ମକୁ ଫେରିଲେ ତିନି ବାରଣ ପରିବାର

Sunil Chandra Nayak

ଗୋନା ଠାରେ ଜଗବନ୍ଧୁ ମାଝୀ ଙ୍କ ୧୧ ତମ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!