ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୁଣିବାହାଲ ରେ ସାପ୍ତାହିକ ହାଟ ର ଶୁଭାରମ୍ଭ

ବୌଦ୍ଧ -14/10–  ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତ ସଦର ମହକୁମା ଠାରେ ଶୁକ୍ରବାର ନୂତନ ହାଟ ଉଦଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକ ଅଧକ୍ଷା ସ୍ନେହଲତା ପ୍ରଧାନ,ଉପାଧ୍ୟକ୍ଷ ସରୋଜ ପ୍ରଧାନ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଅନ୍ୟ ଅତିଥି ଭାବେ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ର ନାଥ କଁହର, ସ୍ଥାନୀୟ ସରପଞ୍ଚ ଚନ୍ଦ୍ରମା ପ୍ରଧାନ ,ସମିତି ସଭ୍ୟାଙ୍କ ପ୍ରତିନିଧି ଭବାନୀ ସଙ୍କର ଅମାତ ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଜ୍ଞାନରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ନୂଆ କରି ଏହି  ସାପ୍ତାହିକ ହାଟ ଉଦଘାଟନ ହେଉଥିବାରୁ ଅଞ୍ଚଳର ବହୁ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମାସର ପ୍ରତ୍ୟକ ଶୁକ୍ରବାର ଦିନ ଏହି ହାଟ ଅନୁଷ୍ଠିତ ହେବ ।ଏହି ହାଟ ପାଇଁ ଅଞ୍ଚଳର ବହୁ ଛୋଟ ଛୋଟ ବ୍ୟବସାୟୀ ଉପକୃତ ହେବେ ବୋଲି ସୂଚନା ମିଳିଛି ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ମଧୁସୂଦନ ମହାପାତ୍ର କବିତା ଦୀନବନ୍ଧୁ

Sunil Chandra Nayak

ଆଜି ମହାପ୍ରଭୁଙ୍କର ବନକଲଗି ନୀତି, ଶ୍ରୀମନ୍ଦିରରେ ୫ଘଣ୍ଟା ବନ୍ଦ୍ ରହିବ ସାଧାରଣ ଦର୍ଶନ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!