ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ମଦା ନାୟକ ଙ୍କ କବିତା କିଛି ରହିଗଲା ଵାକୀ 

  କିଛି ରହିଗଲା ଵାକୀ 

ସବୁ ବନସ୍ତରେ ନ ଥାଏ ଚନ୍ଦନ
    ସବୁ ଫଣୀ ମାଥେ ମଣୀ
ସବୁ ଆଶା କେବେ ହୁଏନି ପୂରଣ
   ରହିଯାଏ କିଛି ବାକୀ ll(1) 
ଦଇବ ଦଉଡି ମଣିଷ ଯେ ଗାଭୀ
  ଯେଣିକି ଟାଣଇ ଯାଇ
କିଛି ରହିଗଲା ଵାକୀ ଭାଳୁ ଭାଳୁ
    ଆସେ ସଞ୍ଜ ନଇଁ ନଇଁ ll(2) 
ଆଶା ମୃଗତୃଷ୍ନା ଜୀବନ ମରୁରେ
ନିତି ପ୍ରହେଳିକା ରଚେ
କିଛି ରହିଗଲା ବାକୀ ଜୀବନରେ
    ଅବଶୋଷେ ଦିନ ବିତେ l(3) 
ଲଙ୍କାର ରାବଣ ସରଗକୁ ଶିଢ଼ୀ
   ବାନ୍ଧିବାକୁ ପଣ କରି
ମରଣ କୋଳରେ ଶୟନେ ଭାଳଇ
   ରହିଗଲା କିଛି ବାକୀ l(4)
ସକଳ ପୂର୍ଣ୍ଣତା ମାନବ କପାଳେ
    ଲେଖି ନାହିଁ ବିହି କାଳେ
କରମରେ ସିନା ଅଛି ଅଧିକାର
    ଅକାରଣ ଆଶା ଫଳେ (5)

ନର୍ମଦା ନାୟକ

ରାଉରକେଲା

Related posts

ରାସ୍ତା କାର୍ଯ୍ୟ ଅସମ୍ପୂର୍ଣ୍ଣ , ଯାତାୟାତ ରେ ବାଧା

Sunil Chandra Nayak

ଚୋରି ଅଭିଯୋଗରେ ୪ ଗିରଫ

Sunil Chandra Nayak

ରାଉରକେଲା ରେ ” ଶବ୍ଦ ସୁରଭି “ର ଉନ୍ମୋଚନ

Sunil Chandra Nayak

Leave a Comment

error: Content is protected !!