Uncategorizedଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଢେଉ by Sunil Chandra NayakOctober 15, 20220151 Share0 ଢେଉ ଶ୍ଯାମା ପ୍ରସାଦ୍ ବୋଷ୍ ଢେଉ ଉଠିଲାଣି କୂଳ ଲଙ୍ଘିଲାଣି ଜୀବନ ସାଗରେ ମୋର ବୟସ ମଧ୍ୟ୍ଯାହ୍ନେ ଆଶ୍ରା ଲୋଡିଲାଣି କେବେ କୃପା ହେବ ତୋର । ସଂସାର ଜଞ୍ଜାଳ ବଢି ବଢି ଯାଏ ଦୁଃଖର ଦରିଆ ପରି କ୍ଷଣେ ପ୍ରତିକ୍ଷଣେ ଢେଉ ଖାଉଥାଏ ଯନ୍ତ୍ରଣା ଯେ ଅସୁମାରୀ । ଜୀବନ ସାଗରେ ଜୁଆର ଉଠଇ ଢେଉ ଲଙ୍ଘେ ସ୍ଥଳ କୂଳ ଢେଉ ର ମାଡରେ ଅଣ୍ଟା ଭାଙ୍ଗିଯାଏ ଭାଙ୍ଗିଯାଏ ମନ ବଳ । ହେ କଳା ନାଉରୀ କରିଦିଅ ପାରି ଦଦରା ନାଆ ମୋ ଧରି ଜୀବନରେ ମୋର ଦୁଃଖ ର ସୁନାମୀ ଭୟଙ୍କର ଢେଉ ପରି । ମାଡି ଆସୁଅଛି ସତେ କି ପ୍ରଳୟ ଜୀବନ ବଳୟ ଡେଇଁ ଅଚୀରେ ନାଶିବ ପ୍ରଳୟ ରଚିବ ବିଶାଳ ଢେଉ କୁ ଛୁଇଁ । ଦିନୁ ଦିନ ଦୁଃଖ ଅସହ୍ୟ ହେଲାଣି ସାଗରର ଢେଉ ଭଳି ପ୍ରତି ପଦ ପାତେ ଅଥୟ କଲାଣି ଢେଉ ପରେ ଢେଉ ଚଳି । ଅଗଣନ ଢେଉ ଗଣି ମୁଁ ପାରେନା ତରି ବି ପାରେନା ଆଉ ଅଗତି ର ଗତି ଏ ଜୀବନୁ ମୁକ୍ତି ଦିଅ ପ୍ରଭୁ ଦୁଃଖ ଯାଉ । ଶ୍ଯାମା ପ୍ରସାଦ୍ ବୋଷ୍ ବେଗୁନିଁଆ , ମଲ୍ଲୀକ୍ ସାହି ପୋଷ୍ଟ :- ଗୋପ୍ , ଜିଲ୍ଲା:- ପୁରୀ