ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

   ଜଣାଣ

ମାନଗୋବିନ୍ଦ ସ୍ବାଇଁ

ତୁମେ ଯେ ଅନନ୍ତ ନିରାକାର ବ୍ୟକ୍ତ
    ଠାକୁର ମୋର ଜୀବନ
ସୟନେ ସପନେ ତୁମ କଥା ଭାବି
    ଥରେ ଦିଅ ବିଶ୍ବ ଜ୍ଞାନ।
ସବୁଠି ବୁଲୁଛ ସବୁଠି ଯାଉଛ
       ନିଏ ଅଧମ ସାଙ୍ଗରେ
ଚାଲି ଗଲେ ମିଶି ପାପ ଯିବ ଭାସି
   ଭକ୍ତି ମୋର ଜୀବନରେ।
ଦିନେ ନ ଚିନ୍ତିଲେ ଦିନେ ନ ଭାବିଲେ
     ପାଟିକୁ ନାହିଁ ଆହାର
ସକାଳୁ ଉଠିଲେ ଭକ୍ତି ନମସ୍କାର 
   ସଦା ବେଳେ ହରି ମୋର।
ପ୍ରଭୁ ଦିନରାତି ମୋର ଯେ ସଂସ୍କୃତି
    ମୋ ଜୀବନ ଗତି ପଥ
ସତ୍ୟ ପଥେ ଯାଓ ମିଛ କୁହ ନାହିଁ
    ବଚନ କର ଶପଥ।
କିଛି ମାଗୁ ନାହିଁ ମାଗୁଛି ଖାଲି ମୁଁ
      ମୋ ଭାବ ସଦା ଦର୍ଶନ
ଯୁଆଡ଼େ ଯାଉଛ ଯାଆ ପଛେ ପ୍ରଭୁ
     ମୋତେ ଦେଖା ରୂପ ଜ୍ଞାନ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଘନଶ୍ୟାମ ଭୋଇ ହେଲେ ଜର୍ଣ୍ଣାଲିଷ୍ଟ ସଂଘ ର ନୂତନ ସଭାପତି

Sunil Chandra Nayak

ବାଲ୍ୟବିବାହ ଅଭିଯୋଗରେ ପୋଲିସ ଓ ଜିଲ୍ଲା ପ୍ରଶାସନ ର ଚଢ଼ାଉ

Sunil Chandra Nayak

ମହାସମାରୋହରେ ଚିତ୍ରଗୁପ୍ତଙ୍କ ପୂଜା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!