ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ଆମପାଣି ବୁଢ଼ାରଜା ଙ୍କ ଦଶହରା, ଏହି ଦଶହରା ଆଦିବାସୀ ପରମ୍ପରା ଓ ସଂସ୍କୃତିର ଏକ ସମାବେଶ

ବିଶ୍ୱାସ ଓ ଶ୍ରଦ୍ଧାର ଦେବତା, ଆଦିବାସୀ ଙ୍କ ଆରାଧ୍ୟ ଦେବ ବୁଢ଼ାରଜା ଙ୍କ ଆବିର୍ଭାଵ ଓ ଜନଶ୍ରୁତି….

କଳାହାଣ୍ଡି ଜିଲ୍ଲା ସାହାଜଖୋଲ ଜଙ୍ଗଲ ପାଦଦେଶରେ ପ୍ରାକୃତିକ ସୌନ୍ଦର୍ଯ୍ୟ କୋଳ ରେ ପରିବେଷ୍ଟିତ ଏକ ଆଦିବାସୀ ବହୁଳ ଗାଁଟିଏ ହେଉଛି ଆମପାଣି । ଗାଁର ଦୁଇ ପାଶ୍ୱର୍ରେ ବିସ୍ତୃତ ସାହାଜଖୋଲ ଜଙ୍ଗଳ । ଜଙ୍ଗଳ ମଧ୍ୟରେ ପ୍ରକୃତିର ଏକ ଅନବଦ୍ୟ ଅବଦାନ କରକ ଜଳ ପ୍ରପାତ । ବରଗଡରୁ ବୋରିଗୁମାକୁ ସଂଯୋଗ କରୁଥିବା ୨୬ ନମ୍ବର ଜାତୀୟ ରାଜପଥର ଆମପାଣି ଘାଟି ତଳେ କେଉଁ ଏକ ଆବହମାନ କାଳରୁ ଏ ଅଞ୍ଚଳର ଆଦିବାସୀ ମାନଙ୍କ ଇଷ୍ଟଦେବତା ରୁପରେ ଶ୍ରୀ ବୁଢାରଜା ମହାପ୍ରଭୁଙ୍କ ଆସ୍ଥାନ ଶୋଭା ପାଉଛି ।

ଜନସୃତୀ ଅନୁସାରେ ବର୍ତ୍ତମାନ ବୁଢାରଜାଙ୍କ ଆସ୍ଥାନ ଥିବା ଅଞ୍ଚଳଟି ପୂର୍ବ କାଳରେ ଘଞ୍ଚ ଜଙ୍ଗଳରେ ପରିପୂର୍ଣ୍ଣ ଥିଲା । ଆମପାଣି ନିକଟସ୍ତ କନ୍ଦାଗଡ ଗ୍ରାମର ଗାଈଗୋଠିଆ ମାଝୀ ନାମକ ଜଣେ ଆଦିବାସୀ ଯୁବକ ଜଙ୍ଗଳରେ ଗାଈ ଚରାଇ ବୁଢ଼ାରଜା ଙ୍କ ଆସ୍ଥାନ ସ୍ଥାନରେ ଗାଈ ଗୋଠ କରୁଥିଲା । ଗାଈ ଗୋଠ ରହିଥିଲେ ହେଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ସବୁବେଲେ ସଫା ରହୁଥିଲା । କିଛି ଦିନ ପରେ ଗୋଟିଏ ଅଭାବନିୟ ଘଟଣା ଦେଖିବାକୁ ପାଇଲା ଗାଇଗୋଠିଆ ମାଝୀ । ଗାଈ ଗୋଠ ରଖୁଥିବା ସେହି ନିର୍ଦ୍ଧିଷ୍ଟ ଜାଗାରେ ଦିନେ ଦୁଇଟି ଶ୍ୱେତ ଲିଙ୍ଗ ଆର୍ବିଭାବ ହୋଇଥିବାର ଦେଖି ଗାଁ ଗହନ୍ତିଆଙ୍କୁ ଜଣାଇଥିଲା । ତାପରେ ଦେବତାଙ୍କ ଆର୍ବିଭାବ ଭାବି ଆଦିବାସୀ ମାନେ ପୂଜାର୍ଚନା ଆରମ୍ଭ କରିଦେଇଥିଲେ । ଏହି ଖବର ଦିନେ ହଠାତ ନାଗ ବଂଶୀୟ କଳାହାଣ୍ଡିର ମହାରାଜାଙ୍କ ନଜରକୁ ଆସିବା ପରେ ସୈନ୍ୟ ସାମନ୍ତ ପଠାଇ ଉକ୍ତ ଲିଙ୍ଗକୁ ନେବାପାଇଁ ଖନନ ଆରମ୍ଭ କଲେ । ମାତ୍ର ଆଶ୍ଚର୍ଯ୍ୟର କଥା ଲିଙ୍ଗଟି ଉପରୁ ଦୁଇଟି ଦିଶୁଥିଲେ ମଧ୍ୟ ଯେତେ ଗଭିର ଗର୍ତ୍ତ ହେଉଥାଏ ତଳକୁ ତଳ ଏକାକାର ହୋଇ ଗୋଟିଏ ଲିଙ୍ଗରେ ମାଟି ତଳକୁ ଲମ୍ବିବାର ଦେଖି ଶେଷରେ ନିରାଶ ହୋଇ ମହାରାଜଙ୍କ ସୈନ୍ୟ ସାମନ୍ତ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ। ସେହି ଦିନଠାରୁ ଆଦିବାସୀମାନେ ଲିଙ୍ଗ ଦୁଇଟିକୁ ଆଦିମାତା ଓ ଆଦି ପୁରୁଷ ଭାବେ ପୂଜାକରି ଆସୁଛନ୍ତି । ମାନ୍ୟତା ଅଛି ଯେ, ଏହି ରାସ୍ତା ଦେଇ ଯେତେବି ଯାତ୍ରୀ ହୁଅନ୍ତୁ ଅବା ପଥିକ ପ୍ରବୁ ବୁଢାରଜାଙ୍କୁ ମୁଣ୍ଡିଆ ନମାରି କେହିବି ଯାଆନ୍ତି ନାହିଁ । ପ୍ରତି ଦିବସ ରେ ବୁଢାରଜାଙ୍କୁ ପ୍ରତ୍ୟହ ପୁଜା କରା ଯାଉଥିଲେ ହେଁ ପ୍ରତି ମଙ୍ଗଳବାର ଓ ଶନିବାର ବିଧିବଦ୍ଧ ଭାବରେ ପୂଜା କରାଯାଏ । ଏହି ଦୁଇଦିନ ବୁଢାରଜାଙ୍କୁ ଶିରାକୁ କାଲିଶି ଲାଗିଥାଏ । ସେ ଭକ୍ତମାନଙ୍କ ହାରି ଗୁହାରୀ ଶୁଣନ୍ତି । ବୁଢାରଜାଙ୍କ ପ୍ରିୟ ରଙ୍ଗ ଧଳା ଏଣୁ ତାଙ୍କର ଲାଠି ବସ୍ତ୍ର ଭୁଷଣ ଓ ବାହାନ ଘୋଡା ମଧ୍ୟ ଧଳା ରଙ୍ଗର । ବୁଢାରଜାଙ୍କ ନିକଟରେ କ୍ଷିର, ଦହି, ଧଳା ଫୁଲ ଓ ନଡିଆ ଦେଇ ଶୁକ୍ଲ ଭୋଗ ଦିଆଯାଉଥିବା ବେଲେ ପାର୍ଶ୍ଵରେ ଥିବା ଦେବାଦେବୀଙ୍କ ନିକଟରେ ରକ୍ତ ଭୋଗ ବା ପଶୁବଳି ଲାଗିହୁଏ । ଭବାନିପାଟଣାର ଇଷ୍ଟ ଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପରେ ଆଶ୍ୱୀନ ମାସ ଶେଷ ଶନିବାର ଦିନ ପ୍ରଭୁ ବୁଢାରଜାଙ୍କ ବାର୍ଷିକ ଦଶହରା ପର୍ବ ପାଳନ ହୁଏ । ଏହି ଦଶହରା ଆଦିବାସୀ ପରମ୍ପରାର ଏକ ସମାବେଶ ତଥା ଆଦିବାସୀ ମାନଙ୍କ ପରମ୍ପରା ସଂସ୍କୃତିର ମଧ୍ୟ ସମାହାର ହୋଇଥିବା ଯୋଗୁଁ ଜିଲ୍ଲା ର କୋଣ ଅନୁକୋଣରୁ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଭିଡ ଦେଖିବାକୁ ମିଳେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସାହିତ୍ୟ ଅଗଣା

Sunil Chandra Nayak

ଗାଁ ଗାଁ ରେ ଗୁଜବ ରୁ ଦୁରେଇ ରହିବା ପାଇଁ ସଚେତନ କରୁଛନ୍ତି ସରପଞ୍ଚ

Sunil Chandra Nayak

ବ୍ଳକ ସ୍ତରୁୟ ଆମ୍ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

Leave a Comment

error: Content is protected !!