ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁଆ ଖୁଡୁଖୁଡି ଖେଳ ଉପରେ ଚଢ଼ଉ ଦୁଇ ଗିରଫ 

ଗାଣ୍ଡାଡିହି ହାଟରେ ଜୁଆ ଖେଳ ସହ ମଦ ମାଂସର ବନ୍ୟା 
ରାଇଘର ପୋଲିସ ତରଫରୁ ଚଢାଉ ଦାବୀ 

ରାଇଘର ୧୫/୧୦ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଯେଉଁ ଭଳି ଭାବେ ଜୁଆ ଖୁଡୁଖୁଡି ଖେଳ ବଢିବାରେ ଲାଗିଛି ସେହି ପରିମାଣରେ ପୋଲିସର ଚଢ଼ଉ ମଧ୍ୟ ଜାରୀ ରହିଛି କିନ୍ତୁ ଲୁଚି ଛପି ବିଭିନ୍ନ ବଜାରରେ ଜୁଆ ଖେଳ ଜାରୀ ରହିଛି l ରାଇଘର ବ୍ଲକର ସୀମାନ୍ତ କୁନ୍ଦେଇ ପୋଲିସ ଲଗାତାର ଭାବେ ଚଢ଼ଉ ଜାରୀ ରଖିଥିବା ବେଳେ ଗୋଟିଏ ପରେ ଗୋଟିଏ ହାଟ ଉପରେ ଚଢ଼ଉ କରି ଜୁଆ ଦଲାଲକୁ ଗିରଫ କରିବାରେ ଲାଗିଛି l ପୁଣିଥରେ ତୁରୁଡିହି ବଜାର ଉପରେ ଚଢ଼ଉ କରି ଦୁଇ ଜଣକୁ ଗିରଫ ସହ ୩୪୦୦ ଟଙ୍କା ଜବତ କରି ଏ ସଂପର୍କରେ କୁନ୍ଦେଇ ଥାନା କେଶ୍ ନମ୍ବର୍ ୮୯/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି l ଅନ୍ୟ ପଟେ ଗିରଫ ବ୍ୟକ୍ତି ମାନଙ୍କୁ ବ୍ୟକ୍ତିଗତ ମୁଲଚାଲିକ ରେ ମାମଲା ରୁଜୁ କରି ଛାଡି ଦେଉ ଥିବାରୁ ଏମାନେ ନିର୍ଭୟରେ ପୁଣି ଖେଳ ଜାରୀ ରଖୁଛନ୍ତି l ପୋଲିସ ପ୍ରଶାସନ ପକ୍ଷରୁ ଯେଉଁ ଭଳି ଚଢ଼ଉ ଜାରୀ ରହିଛି ସେହି ଅନୁପାତରେ ଜୁଆ ଦଲାଲ ସ୍ଥାନ ପରିବର୍ତନ କରି ଜୁଆ ଖୁଡୁଖୁଡି ଖେଳ କରୁଛନ୍ତି l କୁନ୍ଦେଇ ଥାନା ଅଧିନରେ ଯେଉଁ ଭଳି ଚଢ଼ଉ ହେଉଛି ସେହି ଭଳି ରାଇଘର ପୋଲିସ ମଧ୍ୟ ଚଢ଼ଉ ଜୋରଦାର୍ କରିବା ଆବଶ୍ୟକତା ରହିଛି l ରାଇଘର ଥାନା ଅନ୍ତର୍ଗତ ଗାଣ୍ଡାଡିହି ହାଟରେ ଖୁଲମ୍ ଖୁଲା ଜୁଆ ଖୁଡୁଖୁଡି ଖେଳ ସହ ମଦ ଘୁଷୁରି ମାଂସରେ ବନ୍ୟା ହେଉଥିବା ବେଳେ ପୋଲିସ ପ୍ରଶାସନର ଚଢ଼ଉ ପରେ ବଜାର ଠାରୁ ବହୁ ଦୁର ଜଂଗଲ ମଧ୍ୟରେ ଏହି ପସରା ବସୁଥିବା ଜଣାପଡ଼ିଛି l ରାଇଘର ଥାନାରେ ଅଧିକାରୀ ଭାବେ ଗୋବିନ୍ଦ ଚନ୍ଦ୍ର ବୁରୁଦାଙ୍କ ଯୋଗ ଦାନ ପରେ ଜୁଆ ଦଲାଲ ମଦ ମାଫିୟା ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲେ ମଧ୍ୟ ଲୁଚି ଛପି ଖେଳ ଜାରୀ ରଖିଛନ୍ତି l ଗାଣ୍ଡାଡିହି ହାଟ ଉପରେ ପୋଲିସ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

କୁଆଡେ ଗଲା ୨ହଜାର ଟଙ୍କିଆ ନୋଟ?

ନୂତନ ପେନସନ ଯୋଜନା ଉଚ୍ଛେଦ ଦାବି ନେଇ ଶିକ୍ଷକଙ୍କ ପ୍ରସ୍ତୁତ ବୈଠକ

Sunil Chandra Nayak

ଦୁଇ ଟ୍ରକ ମଧ୍ୟରେ ଧକ୍କା, ଜଣେ ଗୁରୁତର

Sunil Chandra Nayak

Leave a Comment

error: Content is protected !!