ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ଦିନେ

  ଦିନେ !

ଆନମନା ହୋଇ ଏଣେତେଣେ 
ବୁଲୁ ଥିଲି ଏକା ଏକା 
କାହିଁକି କେଜାଣି ହଠାତ୍ ପରିବର୍ତ୍ତନ
ହୋଇଗଲା ଜୀବନ ଜୀବିକା 
ଯେବେ ହେଲା ତୁମ ସାଙ୍ଗେ ଦେଖା ।

ତୁମ ମନ 

ଆଖିରେ ଯେବେ ମିଶିଲା ମୋ ଆଖି 
ଚାନ୍ଦ ସାଥେ ଚକୋର ଥିଲା ସାକ୍ଷୀ
ପରିବର୍ତ୍ତନ ହୋଇଗଲା ଚାଲି ଚଳନି
ମୋ ଜୀବନର ସବୁ ପାଖା ପାଖି ।

ହେ ସାଥି

ଭିଜା ଆଶ୍ଵିନ ମାସର ବରଷା ରାତି 
ଦେହରେ ଭରି ଖଇ ଫୁଟା ତାତି
ଧକ ଧକ ମୋ ପୁଙ୍ଗୁଳା ଛାତି
ତୁମ ଅପେକ୍ଷାରେ କାଟୁଛି ରାତି I

ପୁଣି !

ତୁମକୁ ନ ପାଇ ଅବୁଝା ମନ
ତୁମ କଥା ଭାବି ଦେଖି ସପନ
ତୁମ ବାଟ ଚାହିଁ ମୁଖ ମଳିନ
କରି ମନ ତୁମ ପରିବର୍ତ୍ତନ
ଆସ ଦେଖିବା ଦିବା ସପନ ।

ଚିତ୍ତ ରଞ୍ଜନ ଦେହୁରୀ

ଅନୁଗୋଳ

Related posts

କୋକସରା ବ୍ଲକରେ ଗାନ୍ଧି ଜୟନ୍ତି ପାଳନ

Sunil Chandra Nayak

ନିରୁପମା ପାଣି ଙ୍କ କବିତା ସମାନତା

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଭୀମ ଭୋଇ ଭିନ୍ନ କ୍ଷମ ଶିବିର :୧୨୧ ଜଣଙ୍କୁ ମିଳିଲା ପ୍ରମାଣପତ୍ର

Sunil Chandra Nayak

Leave a Comment

error: Content is protected !!