ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସନ୍ତୋଷୀ ମା ରାଇସ ମିଲ ର ବିଷାକ୍ତ ପାଣି ପାଲଟିଛି ଚାଷୀ ଙ୍କ ମରଣ ଯନ୍ତା

କାମାକ୍ଷାନଗର (ମ ନି ସ)୧୬/୧୦_ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଈ ଅଧିନ ରେ ଥିବା ସନ୍ତୋଷୀ ମା ଅଗ୍ରୋ ଇଣ୍ଡଷ୍ଟ୍ରିଜ଼ ନାମକ ରାଇସ ମିଲ ବିଷାକ୍ତ କେମିକାଲ ମିଶ୍ରିତ ପାଣି ଯୋଗୁ ଚିନ୍ତାରେ ଚାଷୀ l ସୂଚନା ମୁତାବକ ରାଇସ ମିଲ ନିର୍ଗତ କେମିକାଲ ମିଶ୍ରିତ ଜଳ ପାଚେରୀ ପାର୍ଶ୍ୱରେ ଥିବା ଚାଷ ଜମି କୁ ଯିବାରେ ସମ୍ପୂର୍ଣ୍ଣ ଧାନ ନଷ୍ଟ ହେଉଛି ବୋଲି ସ୍ଥାନୀୟ ଚାଷୀ ମାନେ ଅଭିଯୋଗ ଆଣିଛନ୍ତି l ଚାଷୀମାନେ ବାରମ୍ବାର ଅଭିଯୋଗ ପରେ ରାଇସ ମିଲ ରେ ଦାୟିତ୍ୱ ରେ ଥିବା ଅଧିକାରୀ ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଉକ୍ତ କାରଖାନାରେ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି l ଏନେଇ ରାଇସି ମିଲ ର ମ୍ୟାନେଜର ଫୋନ ଯୋଗେ ଯୋଗାଯୋଗ କରିଲେ କହନ୍ତି ବର୍ଷା ଯୋଗୁଁ ଜଳ ସ୍ତର ବୃଦ୍ଧି ପାଉଛି ସେଥି ପାଇଁ ଧାନ ବିଲ କୁ ପାଣି ଯାଉଛି, ବର୍ଷା ଦିନ ସରିଲେ ଆମେ ଏକ ପୋଖରୀ ଖୁଳି ମିଲ ର ନିର୍ଗତ ଜଳ ଛାଡ଼ିବୁ, ରାଇସ ମିଲ ର ନିର୍ଗତ ଏକ ଜଳ ବିଶୋଧନ କେନ୍ଦ୍ରକରି ରଖାଯିବା ର ନିୟମ  ରହିଥିବାବେଳେ ସନ୍ତୋଷୀ ଅଗ୍ରୋ ଇଣ୍ଡଷ୍ଟ୍ରିଜ ଅଞ୍ଚଳର ଚାଷୀ ଦାନା ପାଣିରେ ନାତ ମାରୁଛି l ମିଲ ରୁ ବାହାରୁ ଥିବା ଧୂଆଁ ଧୂଳି କୂଅ ପୋଖରୀ ରେ ପଡୁଥିବାରୁ ଗାଈ ଗୁରୁ ମାନେ ପାଣି ଟୁପେ ପିଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ଲୋକମାନେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ବିଷାକ୍ତ ଧୂଳି ଅସ୍ତ ବ୍ୟସ୍ତ କରିପକାଉଛି l ଏଥି ସହିତ ନିର୍ଗତ ହେଉଥିବା ବିଷାକ୍ତ ଧୂଳିକୁ ରାସ୍ତା ଘାଟ ଏଣେ ତେଣେ ପକାଉଥିବାର ସାଧାରଣ ଲୋକେ ଦାବି କରୁଛନ୍ତି l ବିଷାକ୍ତ ପାଣିକୁ ସମ୍ପୂର୍ଣ୍ଣ ଧାନ ବିଲକୁ ଛଡା ଯିବା ବନ୍ଦ କରା ନଗଲେ ଆଗାମୀ ଦିନରେ ରାଇସ ମିଲ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି l

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଢ଼େଙ୍କାନାଳ ବସଷ୍ଟାଣ୍ଡରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ଲ୍ୟାମ୍ପସ ପରିସର ରେ କୃତ୍ରିମ ପୋଖରୀ

Sunil Chandra Nayak

ଆଦିବାସୀ କଲ୍ୟାଣ ମନ୍ତ୍ରୀ ଙ୍କ ଦ୍ଵାରା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!