ଧର୍ମଗଡ ଉପଖଣ୍ଡ ସ୍ତରୀୟ ପଛୁଆ ବର୍ଗର ସାମ୍ବାଦିକ ସମ୍ମିଳନୀ
ଧର୍ମଗଡ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ କଳାହାଣ୍ଡି ଜିଲ୍ଲା ରେ ଓବିସି ମାନକୁ ଆସନ ସଂରକ୍ଷଣ ରେ ଉପେକ୍ଷା କୁ ନେଇ ଆଜି ଗର୍ଜିଛି ଓବିସୀ ମଞ୍ଚ । ବିଜୁ ଜନତା ଦଳ ର ପ୍ରାର୍ଥୀ ମାନଙ୍କୁ ନିର୍ବାଚନ ରେ ସମର୍ଥନ ଦିଆଯିବ ନାହି ବୋଲି ଓବିସି ମୋର୍ଚ୍ଚା ପାକ୍ଷ ରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ କୁହା ଯାଇଛି ।
ଆଜି ଧର୍ମଗଡ ଉପଖଣ୍ଡ ସ୍ତରୀୟ ଓବିସି ମୋର୍ଚା ଆବାହକ ଶ୍ରୀଯୁକ୍ତ ଡମ୍ବରୁଧର ଲହଜଳ ଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଓବିସି ଙ୍କ ଜାତି ଜନଗଣନା , ଚାକିରୀ, ରାଜନୀତିରେ ୨୭% ସ୍ଥାନ ସଂରକ୍ଷଣ, ପ୍ରଦାନ କରାଯାଉନଥିବା ନେଇ ରାଜ୍ୟ ସରକାର ଙ୍କୁ ଘୋର ନିନ୍ଦାକରା ଯାଇଥିଲା । ଆଗାମୀ ନିର୍ବାଚନ ରେ ବିଜୁ ଜନତା ଦଳ ର ପ୍ରାର୍ଥୀ ଙ୍କୁ ସମର୍ଥନ କରାଯିବା ନାହି ଏପରିକି ଦଳ କୌଣସି ଓବିସି ଙ୍କୁ ନିର୍ବାଚନରେ ଟିକେଟ ଦେଲେ ମଧ୍ୟ ଅସହଯୋଗ କରିବା ପାଇଁ ଆଜିକାର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରା ଯାଇଥିଲା ।
ସାମ୍ୱାଦିକ ସମ୍ମିଳନୀ ରେ ପୂର୍ବତନ ସମାଜବାଦୀ ବିଧାୟକ ପ୍ରାର୍ଥୀ ଧନୁ ଗୋପାଳ, ତେଲି ସମାଜ ପ୍ରଚାରକ ଟିକେରାମ ସାହୁ, ସ୍ୱର୍ଣ କାର ସମାଜ ଧର୍ମଗଡ ଜୋନ ସଭପତି ଲବରାମ ସରାଫ, ପୂର୍ବତନ ସରପଞ୍ଚ ଗଜେନ୍ଦ୍ର ନାଏକ, ପାଇକ ସମାଜ ଯୁବ ନେତା ଜନ୍ମେଜୟ ନାଏକ, ଯାଦବ ସମାଜ ଜିଲ୍ଲା ଯୁବ ଯାଦବ ଉପ ସଭାପତି ଡାକେଶ୍ୱର ଲହଜଳ, ପଣ୍ଡରାମାଲି ସମାଜ ଧର୍ମଗଡ ଏନଏସି ଯୁବ ସଭାପତି ସୋମ୍ୟ ରଞ୍ଜନ ନାଏକ, ଧର୍ମଗଡ ଯୁବ ଯାଦବ ମହାସଭା ସଭାପତି ଲବଣି ରାଉତ, ରଘୁମଣି ପୁଝାରି, ଆଇନଜୀବୀ ଜହରଲାଲ ବାଗ, ସୁଧୀର ଗୋପାଳ, ଅନିରୁଦ୍ଧ ଗୋପାଳ, ଆଦିତ୍ୟ ହଂସ,ଅରକ୍ଷିତ ଭଇସାଲ ଆଞ୍ଚଳିକ ସଭାପତି ବଗାଡ଼, ଗୌରାଙ୍ଗ ହଂସ, ଖଗେନ୍ଦ୍ର ନାଏକ, ଥବିର ନାଏକ , ବସନ୍ତ ସରାଫ, ଅଜାମ୍ବର ଲହଜଳ, ରତନ ନାଏକ, ବନ କୁମର ନାଏକ, ଭୁଜବଲ ଗୋପାଳ, ଦେବେନ୍ଦ୍ରନାଥ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ