ଜୁନାଗଡ଼,୧୦/୮(ମ ନି ସ) ସ୍ଥାନୀୟ ଚମେଳିଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚଳିତ ବର୍ଷ +୨ କଲା ପରୀକ୍ଷା ଫଳ ୮୩ ପ୍ରତିଶତ ହେଇଛି । ଏହି ମହାବିଦ୍ୟାଳୟ ରେ ମୋଟ ୧୧୪ଜଣ ପରୀକ୍ଷା ଦେଇଛନ୍ତି । ସେଥିମଧ୍ୟରୁ ୯୪ ଜଣ ପାସ କରିଛନ୍ତି । ପ୍ରଥମ ଶ୍ରେଣୀ ରେ ୪ ଜଣ, ଦ୍ବିତୀୟ ଶ୍ରେଣୀ ରେ ୧୩ ଜଣ ଓ ତୃତୀୟ ଶ୍ରେଣୀ ରେ ୭୭ ଜଣ ଅଟନ୍ତି । ଚଳିତ ବର୍ଷ ପ୍ରମିତା ନାଏକ ଟପର ହୋଇ ୬୦୦ ରୁ ୪୮୯ ମାର୍କ ପାଇଛନ୍ତି । ସେହିପରି ସସ୍ମିରେଖା ଭାଟି ୬୦୦ ରୁ ୪୪୪, ଉନିତା ଭୋଇ ୬୦୦ ରୁ ୩୮୧, କଳ୍ପନା ଲହଜଳ ୬୦୦ ରୁ ୩୬୭। ଏହି ସମସ୍ତ କୃତି ଛାତ୍ରୀଙ୍କୁ କଲେଜ ଅଧ୍ୟକ୍ଷ୍ୟା ପ୍ରତିଷ୍ଟାତା ଓ ଅଭିଭାବକ ଶୁଭେଛା ଜଣାଇଛନ୍ତି ।
ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ