ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ ପକ୍ଷରୁ” ସଂପର୍କ ର ନଦୀ ତୀରେ”କାର୍ଯକ୍ରମ ଅନୁଷ୍ଠିତ

ଢେ଼ଙ୍କାନାଳ (ମ.ନି.ସ.)୧୬/୧୦_ସ୍ଥାନୀୟ ଜିଲ୍ଲା ଲେଖକ ସଂସଦ ଭବନ ଠାରେ ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ, ଢେ଼ଙ୍କାନାଳ ପକ୍ଷରୁ ଏକ ବନ୍ଧୁ ମିଳନ ଓ କବିତା ଆସର କାର୍ଯ୍ୟକ୍ରମ” ସଂପର୍କ ର ନଦୀ ତୀରେ ” ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମ ର ପ୍ରଥମ ପାଖୁଡ଼ା ରେ ଲେଖକ ସଂସଦ ର ସମ୍ପାଦକ ଶ୍ରୀଯୁକ୍ତ ବସନ୍ତ ପଟ୍ଟନାୟକ ଓ ଅତିଥି ଭାବେ ଓଡ଼ିଶା ର ସୁପରିଚିତ ବ୍ୟଙ୍ଗ ବାରୁଦ କବି ଅବାଗିଆ ଙ୍କ ଅଧ୍ୟକ୍ଷତାରେ ସର୍ବ ପ୍ରଥମେ ଶ୍ରୀଜଗନ୍ନାଥ ଙ୍କୁ ଓ ପରେ ପରେ ଅଷ୍ଟାଦଶ ଶତାବ୍ଦୀ ର ମହାନ୍ ଯୋଗ ଜନ୍ନା ବହୁ ମୁଖି ପ୍ରତିଭା ପୁରୁଷ ସମର ତରଙ୍ଗ, ଚତୁର ବିନୋଦ, ଗୁଣ୍ଡିଚା ବିଜେ ଆଦି କୃତି ର ସ୍ରଷ୍ଟା ବ୍ରଜନାଥ ବଡ଼ଜେନାଙ୍କ ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ, ଆଭା, ବିଭା, ପ୍ରତିଭା ର ସ୍ମୃତି ଚାରଣ କରି ରାଜ୍ୟ ସ୍ତରୀୟ କବିତା ଆସର କୁ ଉଦଘାଟନ କରିଥିଲେ। ଯେଉଁଠି ରାଜ୍ୟ ତଥା ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ସାରସତ୍ଵ କବି , କବୟିତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ। ଦେବୀ ପ୍ରସାଦ ନାୟକ ଓ ରଶ୍ମିତା ରାଉତ ଙ୍କ ଶଦ୍ଦ ଓ ଭାବ ବିନ୍ୟାସ ରେ କବିତା ଆସର ଟି ରସ ଯୁକ୍ତ ଓ ମନୋଜ୍ଞ ହୋଇ ପାରି ଥିଲା।

କାର୍ଯକ୍ରମ ର ୨ୟ ପାଖୁଡ଼ା ରେ ପରିଷଦ ର ବରିଷ୍ଠ କବି ଶ୍ରୀଯୁକ୍ତ ବିନୟ କୁମାର ସାମଲ ଅତିଥି ମାନଂକ ର ପରିଚୟ ପ୍ରଦାନ କରିଥିଲେ lମୁଖ୍ୟ ବକ୍ତା ଡଃ ପ୍ରମୋଦ କୁମାର ନାୟକ ପ୍ରାଚୀନ ଓଡିଆ କାବ୍ୟ ପରମ୍ପରା ଓ ସଂପ୍ରତି କାବ୍ୟିକ ଧାରା ର ସବିଶେଷ ଦିଗ ଉପରେ ଆଲୋକପାତ କରି ଥିଲା ବେଳେ ଅତିଥି ଭାବେ ଡଃ ଭବାନୀ ଶଙ୍କର ମିଶ୍ର “କବିର ଚେତନା ପରିଧି, ସୃଜନୀ ମନସ୍କ ସମ୍ପର୍କିତ ଯୁଗଧର୍ମି ଆନ୍ଦୋଳିତ ଭାବ ବଖାଣିବା ସହ କବିତା ରଚନା ପାଇଁ ସୃଜନୀ ମନ୍ତ୍ର ଲୋଡା “ବୋଲି ସ୍ୱୀୟ ଅଭିଭାଷଣ ରେ ମତ ପ୍ରକାଶ କରି ଥିଲେ l ଏତଦ୍ ବ୍ୟତୀତ ଅନୁଷ୍ଠାନ ର ସଭାପତି କବିଜ୍ୟୋତି ନିରଞ୍ଜନ ପତି “ସାହିତ୍ୟ ଏକ ମଲମ, ଜଞ୍ଜାଳଗ୍ରସ୍ଥ ଜୀବନ କୁ ଏହା ଉପଶମ କରିବା ସହ ସାମାଜିକ ବାର୍ତ୍ତା ପ୍ରଦାନ କରେ” ବୋଲି ମନ୍ତବ୍ୟ ଦେଇଥିଲେ l ଏହି ପରିପ୍ରେକ୍ଷୀରେ କବୟିତ୍ରୀ ଅନୀମା ପରିଡ଼ା ଙ୍କ କବିତା ସଙ୍କଳନ “ଶୈଳ ସ୍ମୃତି” , କବିଜ୍ୟୋତି ନିରଞ୍ଜନ ପତି ଙ୍କ କବିତା ସଙ୍କଳନ ” ପହଳି ପଢ଼, ଉତ୍ତର ଗଢ଼ ” ଓ ଗଳ୍ପ ସଂକଳନ “ଆଦର୍ଶ ବୀର ବାଳକ ର କାହାଣୀ ” ପୁସ୍ତକ ଉନ୍ମୋଚନ , ମାନପତ୍ର ପ୍ରଦାନ ର ମଧୁ ମୁହୂର୍ତ୍ତ ପ୍ରକାଶିତ ହୋଇଛି l ପରିଶେଷରେ ପରିଷଦ ର ସମ୍ପାଦକ ରାହାସ କୁମାର ବେହେରା ଓ ପଣ୍ଡିତ ବିପିନ ବିହାରୀ ଶତପଥୀ ଙ୍କ ଅଧ୍ୟକ୍ଷତା ରେ ଏକ ସାଂଗଠନିକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସଂପର୍କ ର ନଦୀ ତୀରେ କାର୍ଯକ୍ରମ ରେ ଗୌତମୀ ନାୟକ, କାଦମ୍ବରୀ ମହାଖୁଡ, ବିପିନ ବିହାରୀ ଶତପଥୀ, ପ୍ରଶାନ୍ତ ସାହୁ, ନିରଂଜନ ପତି, ବିନୟ କୁମାର ସାମଲ, ଦେବୀ ପ୍ରସାଦ ନାୟକ, ବ୍ୟଙ୍ଗ କବି ଅବାଗିଆ, ରାହାସ କୁମାର ବେହେରା, ରଶ୍ମିତା ରାଉତ, ଦୁର୍ଯୋଧନ ବେହେରା, ପ୍ରିୟବ୍ରତ ପରିଡା, ରିନା ସେଠୀ, ଅନିମା ପରିଡା, ତପନ ବିଶ୍ଵାଳ, ଗୌତମୀ ନାୟକ, ମଧୁସ୍ମିତା ରାଉତ୍, ତୁଷାରକାନ୍ତ ମିଶ୍ର, ସୁରଭୀ ଦ୍ବିବେଦୀ, ଗୌରୀ ଦେଇ, ବୀଣାପାଣି ତ୍ରିପାଠୀ, ବୀର କିଶୋର ନାୟକ, ମମତା ରାଣୀ ଦେବ ନାୟକ, ରାଜ କିଶୋର ଜେନା, ମଦନ ମୋହନ ମିଶ୍ର,ବିରଞ୍ଚି ନାରାୟଣ ହୋତା, ବୈକୁଣ୍ଠ ସ୍ୱାଇଁ, ଲୀଳା ବତୀ ପରିଡା, ଦୁର୍ଯୋଧନ ସାହୁ, ପ୍ରମୋଦ ପାଣିଗ୍ରାହୀ, ଗୋପାଳ କୃଷ୍ଣ ଶତପଥୀ,ନାୟକ ଅକ୍ଷୟ ରାଜହସ୍ତୀ, ବିଳାସିନୀ ପୃଷ୍ଠି, କାମାକ୍ଷା ପ୍ରସାଦ ସାମଲ, ପୁଷ୍ପାଞ୍ଜଳି ନିଶ୍ର, ମଞ୍ଜୁଲତା ପୃଷ୍ଠିି ଆଦି ସାରସତ୍ଵ ସାଧକ ସାଧିକା ମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଛନ୍ତି l

ସ୍ଵତନ୍ତ୍ର ପ୍ରତିନିଧି ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ୍

Related posts

ପାଞ୍ଚ ବର୍ଷର ଝିଅ ଙ୍କୁ ଦୁଷ୍କର୍ମ ଉଦ୍ୟମ,ଜଣେ ଗିରଫ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!