ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇନରହୁଇଲ କ୍ଲବ ରାଉରକେଲା ରିଭରସାଇଡ ଡିଷ୍ଟ୍ରିକ୍ଟ ଅଧ୍ୟକ୍ଷା ଙ୍କ ରାଉରକେଲା ଗସ୍ତ

ରାଉରକେଲା/ ଇନରହୁଇଲ କ୍ଲବ ରାଉରକେଲା ରିଭରସାଇଡ ଡିଷ୍ଟ୍ରିକ୍ଟ ଅଧ୍ୟକ୍ଷା ଙ୍କ ରାଉରକେଲା ଗସ୍ତ କରି ଅନୁଷ୍ଠାନର ସଭ୍ୟାଙ୍କ ସହ ଭାବ ଓ ମତ ବିନିମୟ କରିଥିଲେ । ରିଭରସାଇଡ ର ସଭାପତି ଡଃ ମୀନତି ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରାଧିକା ରିଜେନ୍ସିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଷ୍ଟ୍ରିକ୍ଟ ଅଧ୍ୟକ୍ଷା ଟି ଚିରଞ୍ଜିବୀ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଅନୁଷ୍ଠାନ ତରଫରୁ ଦୁଇ ଜଣ ପକ୍ଷାଘାତରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଦୁଇଟି ହୁଇଲ ଚେୟାର, ହାଇଟେକ ମେଡିକାଲ ରେ ୬୦ଜଣ ରୋଗୀଙ୍କୁ କମ୍ବଳ ବଣ୍ଟନ, ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷାର୍ଥୀ ମଳୟରଂଜନ ରାଉତଙ୍କୁ ଶିକ୍ଷା ବାବଦରେ ୩୫. ୫୦୦ଟଙ୍କା ଆର୍ଥିକ ସହାୟତା ସହ ଗତ କୋଭିଡ ସମୟରେ ନିରବିଚ୍ଛିନ୍ନ ସେବା ଯୋଗାଇଥିବା ବରିଷ୍ଠ ସେବିକା ଲୁସିଆ ମିଞ୍ଜ ଓ ସୁଜାତା ଲାକ୍ରା, ଆଶାକର୍ମୀ ନଳିନୀ ବାଲା ଏବଂ ଏଏନଏମ ପଞ୍ଚାଳୀ ପାତ୍ର ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସଭ୍ୟାଙ୍କ ସହ ମତ ବିନିମୟ କରି ନାରୀ ସଶକ୍ତିକରଣ,ସାନିଟାରୀ ନାପକିନର ଉପାଦେୟତା, ସାମାଜିକ ନ୍ୟାୟ ବ୍ୟବସ୍ଥା, କର୍କଟ ରୋଗ ନିରାକରଣ, ଅଙ୍ଗଦାନ,ଅସାମାଜିକ କାର୍ଯ୍ୟ ବିରୁଦ୍ଧରେ ସ୍ବର ଉତ୍ତୋଳନ,ବରିଷ୍ଠ ଙ୍କୁ ସମ୍ମାନ ଆଦି ସଂପର୍କରେ ବକ୍ତବ୍ଯ ରଖିଥିଲେ । ପରେ ବିଭିନ୍ନ ପ୍ରଶ୍ନ ପଚାରି ସଠିକ ଉତ୍ତର ଦେଇଥିବା ସଭ୍ୟାଙ୍କୁ ପୁରସ୍କୃତ କରିଥିଲେ ।ଏହି ଅବସରରେ ସ୍ବତନ୍ତ୍ର ସଭ୍ୟା ଭାବେ ନଳିନୀପ୍ରଭା ପଟ୍ଟନାୟକ,ଡଃ କିଶୋରୀ ଦାଶ ଓ ନୂତନ ସଭ୍ୟା ଭାବେ ଅନିତା ନାୟକ,ଡଃ ନବନିତା ନାୟକ ଙ୍କୁ ଗ୍ରହଣ କରାଯାଇଥିଲା । ମୁଖ୍ୟ ଅତିଥି ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ ରିଭରସାଇଡ ଡାଇଜେଷ୍ଟ’ କୁ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ସଭାପତି ଡଃ ପଣ୍ଡା ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ବକ୍ତବ୍ଯ ରଖିଥିଲାବେଳେ ଅତିଥିଙ୍କୁ ସ୍ବାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଅଜିତା ମହାନ୍ତି, ପ୍ରତିମା ମହାପାତ୍ର,ମହିମା ମହାପାତ୍ର,ଆରତୀ ପଣ୍ଡା,ଅଞ୍ଜଳି ହୋତା,କାବେରୀ ବାନାର୍ଜୀ,ଅମ୍ରିତା ତ୍ରିପାଠୀ, ମମତା ପାଠୀ,ପ୍ରଜ୍ଞା ତ୍ରିପାଠୀ,ଡଃ ସୁଧାରାଣୀ ପ୍ରଧାନ,ଡଃ ତନୁଶ୍ରୀ ଜେନା,ଆରତୀ ଷଡଙ୍ଗୀ, ସୀମରନଜିତ ଶେଖନ ପ୍ରମୁଖ ଉପସ୍ଥିତ ଥିବାବେଳେ ଉପସଭାପତି ପ୍ରମିଳା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରେଳ ରହଣୀ ଦାବିରେ ରୁପ୍ରାରୋଡ ରେଳ ଷ୍ଟେସନରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରେଳ ଯାତ୍ରୀ ସୁରକ୍ଷା କମିଟି

Sunil Chandra Nayak

ମେହେର ସମାଜ ର ମହାସଭା ଏବଂ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ବିଶ୍ୱ ପରିବେଶ ଦିବସ ପାଳନ

Leave a Comment

error: Content is protected !!