ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ଦାଶ ଙ୍କ କବିତା ଗର୍ଭଣା ସଂକ୍ରାନ୍ତି 

ଗର୍ଭଣା ସଂକ୍ରାନ୍ତି 

       

             କବିତା ଦାଶ 

ଝିପି ଝିପି ଝିପି ବରଷା ଝରଇ
       ବହୁଚି ଶୀତଳ ବାଆ 
ସବୁଜ ଶ୍ୟାମଳ ଧାନ କିଆରୀରୁ
      ଉଠେ ଠାଏ ଠାଏ ଧୂଆଁ ।
ଉଙ୍କି ମାରୁ ଅଛି ଧାନ କେଣ୍ଡା କେଣ୍ଡା 
     ଧଉଳୁଛି ଧାନ ଫୁଲ
ପବନରେ ଉଡି ଫୁଲର ପାଖୁଡ଼ା 
     ପାଣିରେ ସେ ଝଲ ମଲ ।
ଲକ୍ଷ୍ମୀ ଠାକୁରାଣୀ କରିଲେ ସୁଦୟା 
     ଫସଲ ହୋଇବ ଭଲ 
ତାଙ୍କ ପୂଜା ଆଉ ଆରାଧନା ପାଇଁ 
    ଗର୍ଭଣା ସଂକ୍ରାନ୍ତି ବେଳ ।
କୃଷି ଭିତ୍ତିକ ଏ ପର୍ବ ଓଡ଼ିଶାର 
     ମହାଲକ୍ଷ୍ମୀ ଆମ ଧାନ 
ଆଗରେ ବୁଣୁ ବା ପଛରେ ତୁ ବୁଣୁ
      ଗର୍ଭଣା କୁ ଟୁଣ୍ ଟାଣ।
 ସୂର୍ଯ୍ୟ ସଂକ୍ରମଣ ତୁଳା ରାଶି ପରେ 
        ହୋଇ ଥାଏ ଏହିଦିନ 
ଧାନ ଗଛ ଗର୍ଭ ଧାରଣ ବେଳ ଏ 
      ତେଣୁ ଟି ଗର୍ଭଣା ନାମ ।
ଅରୁଆ ଚାଉଳ ଚିନି ନଡ଼ିଆରେ 
     ନେଇ ଦେଶୀ ଗାଇ କ୍ଷୀର 
ନୂଆ ଆଟିକାରେ ଖିରି କରେ ଚାଷୀ 
      ହିଡ ମୁଣ୍ଡେ ବସି ତାର ।
ବିରି ପତରରେ ଭୋଗ ବାଢ଼ି ଦେଇ
      ବିରି ଫୁଲେ କରେ ପୂଜା
ସାଥୀ ହୋଇ ବିଲେ ସେ ଖିରୀ ଖାଇବା
       ସିଏ ତ ନିଆରା ମଜା ।
କିଏ ବା କରିବ ଭଲ ଖିରି ପୁଣି
      ବାହା ବା ପାଇବ କିଏ 
ସେଥିପାଇଁ କେତେ ପିଲାଦିନେ କଳି 
     ଭାଇ ଭଉଣୀ ରେ ହୁଏ ।
ଖିରୀ ଖାଇ ସାରି ଆଟିକା ବାଡ଼େଇ 
     ହାଣ୍ଡି ଚୂଲି ଢୋଅ ଢାଆ 
ଗର୍ଭଣା ଗଛକୁ କ୍ଷେତେ ପୋତି କହେ 
      କୀଟ ପୋକ ଜଗି ଥା ଆ ।
   

           ନିରାକାରପୁର

                  ଖୋର୍ଦ୍ଧା

Related posts

ତାଲୁକ ଆଇନ ସେବା ସମିତି ଧର୍ମଗଡ ତରଫରୁ ମହାମାରୀ ଅଧିନିୟମ ଓ କୋଭିଡ-୧୯ ଗାଇଡଲାଇନ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଐତିହାସିକ ଗବେଷକଙ୍କ ଐତିହାସିକ କ୍ଷେତ୍ର ପରିଦର୍ଶନ

Sunil Chandra Nayak

ମହାସ୍ମୀତା ଓଝା ଙ୍କ କବିତା ଜୟ ଜଗନ୍ନାଥ ଜୟ

Sunil Chandra Nayak

Leave a Comment

error: Content is protected !!