ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲେଡି ଲାୟନ ଅନୁଷ୍ଠାନ ତରଫରୁ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ରାଉରକେଲା/ ମହିଳାଙ୍କ ଅନୁଷ୍ଠାନ ଲେଡି ଲାୟନ ତରଫରୁ ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବନ୍ଦିତା ମାହତୋ ଙ୍କ ସଭାପତିତ୍ବ ଓ ସଂପାଦିକା ଇତିଶ୍ରୀ ଦାସ ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ଓ ଲତିକା ପଟ୍ଟନାୟକ ,ଧିରେନ ସେନାପତି,ନିହାର ରାୟ, ସୂର୍ଯ୍ୟକାନ୍ତ ମହାନ୍ତି,ଲୀନା ବିଶ୍ବାଳ,ଅଶୋକ କକ୍କଡ, ରାଜକୁମାର ଅହିର, ରୋହିତ ତନ୍ତୀ,ପ୍ରତିମା ତନ୍ତୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜୟପ୍ରକାଶ ହସପିଟାଲର ଚକ୍ଷୁ ଡାକ୍ତର ମାନେ ପ୍ରାୟ ୨୮୦ଜଣଙ୍କୁ ଚକ୍ଷୁ ପରୀକ୍ଷା କରି ଆବଶ୍ୟକ ସ୍ଥଳେ ଚଷମା ଓ ଔଷଧ ଯୋଗାଇଦେଇ ଥିଲେ। ସୁରେଶ ଶର୍ମା ଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଲେଡି ଲାୟନ ଦଳର ସମସ୍ତ ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀମତୀ ମାହତୋ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଦୁଇ ଦଶନ୍ଧୀ ଧରି ଓଡିଶାବାସୀ ସାମ୍ନା କରିଥିବା ୧୦ଟି ଝଡ….

ସଲଣ୍ଡିଆମୁଣ୍ଡା ରେ ଗଜଲକ୍ଷ୍ମୀ ପୂଜା

Sunil Chandra Nayak

ତୃପ୍ତି ରାଣୀ ପାତ୍ର ଙ୍କ କବିତା କୃଶ ପରେ ଯୀଶୁ

Sunil Chandra Nayak

Leave a Comment

error: Content is protected !!