ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀରାମ ଚରିତ ମାନସ ଓ ନବାହ୍ନ ପାରାୟଣ ଓ ପ୍ରବଚନ

ରାଉରକେଲା/ ସେକ୍ଟର ୧୯ ଏ ବ୍ଲକ ସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଥିବା ଶୃତି ଭବନ ଠାରେ ଶ୍ରୀରାମ ଚରିତ ମାନସ,ନବାହ୍ନ ପାରାୟଣ ଓ ପ୍ରବଚନ ଜାରି ରହିଛି । ଏହା ଅକ୍ଟୋବର ୨୩ତାରିଖ ପର୍ଯ୍ୟନ୍ତ ଚାଲିବ । କଥାବ୍ୟାସ ପଣ୍ଡିତ ଶ୍ରୀଧର ଦାସ ଏବଂ ମମତା ପଟ୍ଟନାୟକ ପ୍ରବଚନ ଦେଉଛନ୍ତି । ପାରାୟଣ ସକାଳ ୮ଟାରୁ ଦିବା ୧ ଘଟିକା ଏବଂ ପ୍ରବଚନ ସଂଧ୍ୟା ୬ ଟା୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଦିବ୍ୟଜୀବନ ସଂଘର ସ୍ବାମୀ ବ୍ରହ୍ମସାକ୍ଷାତକାରନନ୍ଦ ମହାରାଜ,ବ୍ରହ୍ମଚାରୀ ପ୍ରଣବ ଚୈତନ୍ୟ, ବ୍ରହ୍ମ ଚାରିଣୀ ସୁଷମା ତଥା ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦାନ କରି ଶ୍ରଦ୍ଧାଳୁ ମାନଙ୍କୁ ରାମଚରିତ ମାନସ ଉପରେ ପ୍ରବଚନ, ଉତ୍ସାହ ଓ ପ୍ରେରଣା ଯୋଗାଉଛନ୍ତି। ଏହାକୁ ଶ୍ରବଣ କରିବାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଉଥିବା ବେଳେ ଅଧିକ ଶ୍ରଦ୍ଧାଳୁ ଏହାର ସୁଯୋଗ ନେବାକୁ ଅନୁରୋଧ କରାଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଢେଙ୍କାନାଳ ଖମାର ସାହି ସେବାଶ୍ରମ ସ୍କୁଲ ଉଚ୍ଛେଦକୁ ନେଇ ଉତ୍ତେଜନା, ଉଛେଦକୁ ସ୍ଥଗିତ ରଖିଲା ପ୍ରଶାସନ

Sunil Chandra Nayak

ଡାବୁଗାଁ ଶାଖା ଓଡିଶା ଡ୍ରାଇଭର ମହାସଙ୍ଘ ସମସ୍ତ କର୍ମକର୍ତା ମାନଙ୍କ ଦ୍ଵାରା ନୁଆଁ ଖାଇ ପରବରେ ଦ୍ରୁଷ୍ଟିହୀନ୍,ମୁକ,ବଧିର ବିଦ୍ୟାଳୟରେ କେକ୍,ବିସ୍କୁଟ୍ ବଣ୍ଟନ

Sunil Chandra Nayak

ବାଲେଶ୍ବର – ଝଡତୋଫାନରେ ଗଛପଡି ରାସ୍ତା ଅବରୋଧ, ଭାଙ୍ଗିଲା ଘର

Sunil Chandra Nayak

Leave a Comment

error: Content is protected !!