ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୋକ କଳା ବିକାଶ କେନ୍ଦ୍ର ସରସରା ଠାରେ ତିନି ଦିନିଆ କର୍ମଶାଳା ଅନୁଷ୍ଠିତ

ବୌଦ୍ଧ -19/10- ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତି ରାଜ ପ୍ରତିଷ୍ଠାନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ,ଓଡ଼ିଶା ତରଫରୁ ଲୋକ କଳା ବିକାଶ କେନ୍ଦ୍ର ସରସରା ଠାରେ , ବୌଦ୍ଧ ଜିଲ୍ଲାର ପଞ୍ଚାୟତ ସମିତି ସଭ୍ୟା,ସଭ୍ୟା ଙ୍କର ତିନିଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା ।ଲୋକ କଳା ବିକାଶ କେନ୍ଦ୍ରର ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥି ଭାବରେ ତାଲିମ ପ୍ରକଳ୍ପ ଅଧିକାରୀ ଅମ୍ରିତା ପ୍ରିୟଦର୍ଶିନୀ ପଣ୍ଡା ,ଶିଶୁ ମଙ୍ଗଳ ସମିତି ର ସଦସ୍ୟ ଶ୍ରୀଯୁକ୍ତ ସୀତାକାନ୍ତ ସାହୁ, ତାଲିମ ଦାତା ଭାବରେ ଶ୍ରୀଯୁକ୍ତ ସୂର୍ଯ୍ୟମଣି ପଣ୍ଡା,ସନ୍ତୋଷ କୁମାର ପ୍ରଧାନ ଏହି କର୍ମଶାଳାରେ ଯୋଗଦାନ କରିଥିଲେ। ତିନିଦିନ ଧରି ତାଲିମ ଦାତା ଭାବରେ ଏମାନେ ତାଲିମ ପ୍ରଦାନ କରିବେ । ପ୍ରତିଭାଗି ଭାବରେ ଏହି କର୍ମଶାଳା ରେ ବୌଦ୍ଧ ଜିଲ୍ଲାର ପଞ୍ଚାୟତ ସମିତି ସଭ୍ୟ, ସଭ୍ୟା ଅଂଶଗ୍ରହଣ କରିଥିଲେ। ତାଲିମ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଅମ୍ରିତା ପ୍ରିୟଦର୍ଶିନୀ ପଣ୍ଡା ମହୋଦୟା ତିନିଦିନିଆ ତାଲିମ ରେ କଣ କଣ ଶିକ୍ଷଣୀୟ ବିଷୟବସ୍ତୁ ରହିଛି ସେ ବିଷୟରେ ଜଣାଇଥିଲେ। ଆପଣ ମାନଙ୍କର ସହୋଜୋଗ କାର୍ଯ୍ୟ ଶୈଳୀ ଆଦର୍ଶ ପଞ୍ଚାୟତ ଗଠନରେ ସହାୟକ ହେବ ତେଣୁ ଆପଣ ମାନେ ତିନିଦିନ ଧରି ଏହି କର୍ମଶାଳାରେ ଯୋଗୋଦାନ କରି ନିଜର ସୁଚିନ୍ତିତ ମତାମତ ରଖିବେ ବୋଲି ମତବ୍ୟକ୍ତ କରିଥିଲେ। ଶ୍ରୀଯୁକ୍ତ ସୀତାକାନ୍ତ ସାହୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ସେହି କାର୍ଯ୍ୟ ବିଷୟରେ ଆମେ ଜାଣିବା ନିହାତି ଆବଶ୍ୟକ। ଯେହେତୁ ଆପଣ ମାନେ ଏବେ ନୂତନ ଭାବେ ନିର୍ବାଚିତ ହୋଇଛନ୍ତି ,ତେଣୁ ଏହି ତିନିଦିନରେ କର୍ମଶାଳା ଆପଣଙ୍କ କାର୍ଯ୍ୟ ରେ ନିହାତି ଆସିବ ଏବଂ ଆପଣଙ୍କ ପଞ୍ଚାୟତ ର ଉନ୍ନତି ନିଶ୍ଚିତ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ପରେ ତାଲିମ ଦାତା ନିଜର କାଲାଂଶ ଆରମ୍ଭ କରିଥିଲେ। ୫ଟି ସରକାର ଓ ମୋ ସରକାର ଜରିଆରେ କିଭଳି ଏକ ସସକ୍ତ ପଞ୍ଚାୟତିରାଜ ଗଠନ ହୋଇପାରିବ ଏବଂ ସେଥିରେ ଜଣେ ପଞ୍ଚାୟତ ସମିତି ସଦସ୍ୟ ସଦସ୍ୟା ଭାବେ ଆମର କଣ ଭୂମିକା ରହିବ ସେ ବିଷୟରେ ଆଲୋଚନା କରିଥିଲେ । ୫ଟି ଯୋଗୁଁ କିଭଳି ସମସ୍ତ ତଥ୍ୟର ସ୍ଵଚ୍ଛତା ମିଲିପାରୁଛି ସେ ବିଷୟରେ ବୁଝାଇଥିଲେ।ପଂଚାୟତ ସମିତି ର କାର୍ଯ୍ୟ ,ସେଥିରେ ସମିତି ସଦସ୍ୟ ସଦସ୍ୟାଙ୍କର ଦାୟିତ୍ଵ,ଭୂମିକା, ଆଇନଗତ ବ୍ୟବସ୍ଥା ବିଷୟରେ ମଧ୍ୟ ବୁଝାଇଥିଲେ। ଅଧକ୍ଷ ,ଉପାଧ୍ୟକ୍ଷ ଙ୍କ କଣ କାର୍ଯ୍ୟ ରହିବ ଏବଂ ଆମେ ତାଙ୍କୁ କିଭଳି ସାହାଯ୍ୟ ସହଯୋଗ କରିବା ସେ ବିଷୟରେ ବୁଝାଇଥିଲେ।ସ୍ଥାୟୀ କମିଟି ର କାର୍ଯ୍ୟ କଣ କମିଟି କେମିତି ଗଠନ ହୋଇଥାଏ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।ପଂଚାୟତ ସମିତି ରେ ବୈଠକ କେମିତି ହୁଏ କେବେ ହେବା ଆବଶ୍ୟକ କିଏ ପ୍ରତିନିଧିତ୍ଵ କରିବେ ,କଣ ଆଲୋଚ୍ୟ ବିଷୟ ରହିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବ ବୋଲି ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ ମତବ୍ୟକ୍ତ କରିଥିଲେ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଜୀ ସାର୍ଥକ ର “ମୋ ଅଗଣାର ତୁଳସୀ ତୁ” ଏବେ ସମସ୍ତ ଙ୍କ ପ୍ରିୟ

Sunil Chandra Nayak

ଲଗାଣ ବର୍ଷା ରେ ଭାଙ୍ଗିଲା ଘର, ମୋଟେର ଓ ସିର୍ଲିଗୁଡା ରେ ବେସାହାରା ହେଲେ ଦୁଇ ପରିବାର

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ  ଙ୍କ କବିତା ।। ମାଟି ।।

Sunil Chandra Nayak

Leave a Comment

error: Content is protected !!