ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୁଭଦର୍ଶିନୀ ସଂଯୁକ୍ତା ସାହୁ ଙ୍କ କବିତା ଉଜ୍ଜଳ ଅନ୍ଧାର

   ଉଜ୍ଜଳ ଅନ୍ଧାର

ନିଗାଡି ଉତ୍ତାପ ମାପେ ଯେବେ ପାପ
ପବିତ୍ରତା ଭରି ମନେ..
ମନ ଦେଲେ ଯୋଡ଼ି ପ୍ରିୟା ଯିବ ଉଡି
ଛାଇ ଆଲୁଅ ଗଗନେ l
ଗଗନେ ପ୍ରତୀକ୍ଷା ସେ ସ୍ବପ୍ନ ନାୟିକା
ମହମ ପରି ଯେ ଜଳେ
ଜଳି ଜଳି ନିଜେ କା’ ପ୍ରେମିକା ସାଜେ
ଶୂନ୍ୟେ ପ୍ରୀତି ସୁଧା ତୋଳେ l
ତୋଳେ ଅନୁରାଗ ହୃଦୟ ବିଭବ
ପରମ୍ପରା ପ୍ରତାରଣା
ପୁରୁଷ ପଣରେ ଫମ୍ପା ଅହଂକାରେ
ଭାବ କି ହୋଇବ ଊଣା….!!!
ଊଣା ହୁଏ ମନ ଅବିଶ୍ୱାସି ଜନ
କଲେ ଅବାନ୍ତର ପ୍ରଶ୍ନ
ଆଉ ଏକ ପାପୀ ଆସେ ଚୁପି ଚୁପି
ହୃଦୟେ ମିଠା ଦହନ l
ଦହନ ତ ଘନ ବିରଳ ବି ଲଗ୍ନ
ନିଷିଦ୍ଧ ତୃଷ୍ଣା ର ତୀରେ..
ପାଣିର ଛଳନା ମୃଗତୃଷ୍ଣା ସିନା
ନିର୍ବାସିତ ଆଖି ନୀରେ l
ନୀର ବୈତରଣୀ ବହଇ ଉଜାଣି
ମୁହୂର୍ତ୍ତ ବି ନିରୁତ୍ତର…
ନାହିଁ କିଛି ସ୍ବାର୍ଥ ତଥାପି କୃତାର୍ଥ
ଭାବେ ସିନା ଆପଣାର ‌ l
ଆପଣାର ପଣ ହୁଏ ନାହିଁ ଗୈାଣ
ଥାଉ କି ନଥାଉ ଭାଗ୍ୟେ…
ଅବୈଧ ସନ୍ତାନ ସତେ ନେତ୍ର ହୀନ
ଗୁପ୍ତ ପ୍ରଣୟ ର ରାଗେ l
ରାଗ ସେ ଆତ୍ମୀୟ କରେ ଅସହାୟ
ପୁରୁଷାର୍ଥ ହୁଏ ଠକି…
ଲୋଡେ ପୂର୍ଣ୍ଣଚନ୍ଦ୍ର ଅବା ପୂର୍ଣ୍ଣଛେଦ
କାଳ କେ’ ପାରିଛି ଫାଙ୍କି l
ଫାଙ୍କିଲେ ଆଲୁଅ , ଅନ୍ଧାର ର ଜୟ
ପାପ ପବିତ୍ର ରେ ଭରା
ଗ୍ଳାନି ଯାଏ ଘୁଞ୍ଚି ସୁଧା ବାରି ସିଞ୍ଚି
ସଂସାର ଲାଗଇ ତୋରା ।
ତୋରା ବି ଈଶ୍ୱର ମୁହଁ……..
ଲୁଣ୍ଠିତା କୁଆଁରୀ- କନ୍ୟା ହୁଏ ଘାରି 
ଆଖିରେ ଶ୍ରାବଣ ସୁଅ l
ସୁଅ ଧାରେ ଏ କବିତା….
କୁଣ୍ଠିତ ଶ୍ରାବଣେ ଅଶ୍ରୁଳ ନୟନେ
ଭିଜୁଛି ‘ଅପରିଚିତା ।

  ଶୁଭଦର୍ଶିନୀ ସଂଯୁକ୍ତା ସାହୁ

       ଢେ଼ଙ୍କାନାଳ

Related posts

ବେଣୁଧର ସୂତାର ଙ୍କ କବିତା କଳ୍ପନାର କଳ୍ପଧାରା

ଗୋଲାମୁଣ୍ଡା ପୋଲିସର ବଡ ସଫଳତା – ଚୋରା ଚାଲାଣ ବେଳେ ୪୨ କିଗ୍ରା ଗଞ୍ଜେଇ ଜବତ,ଦୁଇଜଣ କୋର୍ଟ ଚାଲାଣ

Sunil Chandra Nayak

ପୁରୁଣା ଇତିହାସକୁ ଉଜ୍ଜିବୀତ କରୁଛି ଆବିଷ୍କୃତ ପଥର ଗୁମ୍ଫା

Sunil Chandra Nayak

Leave a Comment

error: Content is protected !!