ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

ନର୍ଲା (ମନିସ) ନର୍ଲା ବ୍ଲକ ଅନ୍ତର୍ଗତ ଭୀମକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭୀମକେଲା କ୍ଲଷ୍ଟରର ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଭୀମକେଲା ଉ ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଭାପତି ରୂପେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଭୀମକେଲା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ ଜୟନ୍ତ କୁମାର ଗଉଡ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ , ବକୃତା, ବିତର୍କ, ରଚନା, ହସ୍ତାକ୍ଷର ଲିଖନ, ସୃଜନଶୀଳ ଲିଖନ, ସାଧାରଣ ଜ୍ଞାନ, ଗୀତ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ଭୀମକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ବିଜୟ ସୁନା ପରିଚାଳନା କରିଥିଲେ। ଶିକ୍ଷକ ଶ୍ରୀଯୁକ୍ତ ସୁରେଶ ଶର୍ମା ଏବଂ ଦେବଦତ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରୁ ଭରତ ଚନ୍ଦ୍ର ଭୋଇ, ଆହ୍ଲାଦିନୀ ପଟେଲ , ବିନୋଦିନୀ ସାହୁ ,ଦିଲ୍ଲୀପ ପଧାନ, ପର୍ଶୁରାମ ପୁଟେଲ , କେଶରୀ ସାହୁ , କୁମୁଦ ନାଏକ , ସୁରେଶ ଚନ୍ଦ୍ର ପଧାନ , ଜ୍ୟୋସ୍ନା ରାଣୀ ମଲ୍ଲିକ, ଶିବପ୍ରସାଦ ପାଣିଗ୍ରାହୀ, ପ୍ରଶାନ୍ତ ମହାନ୍ତି , ଶିଶିର କୁମାର ବେହେରା , ରାଜୀବ କୁମାର ଦାଶ ପ୍ରମୁଖ ସହଯୋଗ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସିହା ପ୍ରତିନିଧି।

Related posts

ରାଇରଙ୍ଗପୁରରୁ ରାଇସିନା, ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

Sunil Chandra Nayak

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରାଇଙ୍ଗପୁର ନଗର ରେ ବିଜୟା ଦଶମୀ ଉତ୍ସବ ପାଳିତ

Sunil Chandra Nayak

ଆଜି ମାଆ ଲଙ୍କେଶ୍ଵରୀ ଦେବୀଙ୍କ ଖଣ୍ଡାବସା ଯାତ୍ରା

Sunil Chandra Nayak

Leave a Comment

error: Content is protected !!