ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲିଆପାଳ ଠାରେ ନିର୍ମିତ ତାଲିମ କେନ୍ଦ୍ରକୁ ଉଦଘାଟନ କଲେ ଜିଲ୍ଲାପାଳ

 ବାଲେଶ୍ଵର,୨୩/୧୦/୨୨- ସୁବର୍ଣ୍ଣରେଖା ବନ୍ଦରକୁ ନେଇ ଅଞ୍ଚଳବାସୀ ଏବେବି ଅନ୍ଧାରରେ । ବନ୍ଦର କର୍ତ୍ତୃପକ୍ଷ ଟାଟା କମ୍ପାନୀ ବନ୍ଦର ପାଇଁ ସଡ଼କ ଓ ରେଳପଥ ନିର୍ମାଣ କରିବାକୁ ଜମି ଅଧିଗ୍ରହଣ କରୁଥିବା ବେଳେ ନିଯୁକ୍ତି ପାଇଁ ଆରମ୍ଭ କରିଛି ପ୍ରୟାସ । ଯୁବକ ଯୁବତୀ ମାନଙ୍କ ନିଯୁକ୍ତି ନିମନ୍ତେ ବନ୍ଦର ପକ୍ଷରୁ ବାଲିଆପାଳ ଠାରେ ଖୋଲା ଯାଇଥିବା JNTVTI ର ଏକ ତାଲିମ କେନ୍ଦ୍ର ଉଦଘାଟନ କଲେ ବାଲେଶ୍ଵର ଜିଲ୍ଳାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ । ଏଠାରେ ସୂଚନାଯୋଗ୍ୟ କି ଗତ ୨୦୦୮ ମସିହାରେ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଚଉମୁଖ ସମୁଦ୍ର ମୁହାଣରେ ସୁବର୍ଣ୍ଣରେଖା ବନ୍ଦର ପାଇଁ ଚେନ୍ନାଇ କ୍ରିଏଟିଭ ପୋର୍ଟ ସହିତ ଚୁକ୍ତି ହେବା ପରେ ପରିବେଶ ମଞ୍ଜୁରୀ ଓ ସ୍ଥାନୀୟ ଲୋକଙ୍କ ବିରୋଧ ପାଇଁ ଶୀତଳ ଭଣ୍ଡାରରେ ରହିଯାଇଥିଲା । ୨୦୧୯ ରେ ବନ୍ଦର ପାଇଁ ପରିବେଶ ମଞ୍ଜୁରୀ ମିଳିବା ଓ ଟାଟା କମ୍ପାନୀ ବନ୍ଦର ପାଇଁ ଅନୁବନ୍ଧିତ ହେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବାଲେଶ୍ଵର ଠାରେ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ ଲିମିଟେଡର ଶିଳାନ୍ୟାସ କରିଥିଲେ । ପାଞ୍ଚହଜାର କୋଟି ଟଙ୍କା ବ୍ୟୟରେ ପୂର୍ବ ଭାରତର ଗଭୀରତମ ବନ୍ଦର ହେବ ଏବଂ ଏଠାରେ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବରେ ଦଶ ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ, ଅର୍ଥନୈତିକ ବିକାଶ ହେବ ବୋଲି କହିଥିଲେ । କିନ୍ତୁ ବନ୍ଦର ବିରୋଧୀ ଉପକୂଳ ଭିଟାମାଟି ସୁରକ୍ଷା ମଞ୍ଚ ଏହାକୁ ତୀବ୍ର ବିରୋଧ କରିଥିଲା । ବିରୋଧୀଙ୍କ ମତରେ ଏଠାରେ ବନ୍ଦର ନ କରି କୃଷି ଭିତ୍ତିକ ଶିଳ୍ପ କରାଗଲେ ସାଧାରଣ ଲୋକେ ଊପକ୍ରୁତ ହେବେ । ନିଜ ଦେହରେ ରକ୍ତ ଥିବା ଯାଏ ବନ୍ଦର କରିବାକୁ ଦିଆଯିବ ନାଁହି ବୋଲି ଲଢେଇ ଜାରି ରଖିଛନ୍ତି । ଯଦି ବନ୍ଦର ପାଇଁ କେହି ବିସ୍ଥାପିତ ନ ହେବେ ଇଞ୍ଚେ ଜାଗା ଅଧିଗ୍ରହଣ ହେବ ନାହିଁ, ତେବେ ରାଜ୍ୟ ସରକାର ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରୀ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରୁ ନାହାନ୍ତି କାହିକି ?? ତା୨୨/୧୦/୨୨ରିଖ ଦିନ ମାନ୍ଯବର ବାଲେଶ୍ଵର ଜିଲ୍ଲାପାଳ ଓ ଟାଟା ଗ୍ରୁପର ବରିଷ୍ଠ ଅଧିକାରୀ ମାନେ ବାଲିଆପାଳରେ ବନ୍ଦର ପାଇଁ ନିଯୁକ୍ତି ହେବାକୁ ଥିବା ଯୁବକ ଯୁବତୀ ମାନକୁ ତାଲିମ ଦେବାକୁ jntvti ତାଲିମ କେନ୍ଦ୍ର ଶୁଭ ଦେବା ପରେ ଲୋକଙ୍କ ମନରେ ନୂତନ ଆଶା ସଞ୍ଚାର ହୋଇଛି । ଦୀର୍ଘ ଏକ ଦଶନ୍ଧି ପରେ ପ୍ରସ୍ତାବିତ ବନ୍ଦର ଅଞ୍ଚଳରେ ଏବେ ଯୁବକ ଯୁବତୀ ମାନେ ଚାକିରି ଆଶାରେ ବନ୍ଦର ସପକ୍ଷରେ ଆନ୍ଦୋଳନକୁ ବାହାରିଛନ୍ତି । ବନ୍ଦର ହେଲେ ବିକାଶ ହେବ, ନିଯୁକ୍ତି ମିଳିବ, ବାହାରକୁ ଦାଦନ ଖଟିବାକୁ ଯିବାକୁ ପଡ଼ିବ ନାହିଁ । ଏବାବଦରେ ମୁଖ୍ୟମନ୍ତ୍ରୀ କଥା ଦେଇ କଥା ରଖନ୍ତୁ ବୋଲି ପ୍ରଶାସନ ନିକଟରେ ଦାବି ଜୋରଦାର ହେଉଛି ।ଅନ୍ୟ ପଟେ ଟାଟା କମ୍ପାନୀ ଏବେ ବନ୍ଦର ପାଇଁ ସଡ଼କ ଓ ରେଳପଥ ନିର୍ମାଣ କରିବାକୁ ଜମି ଅଧିଗ୍ରହଣ କାମ ଜାରି ରଖିଥିବା ବେଳେ ଗତ ଦୁଇଦିନ ତଳେ ଟାଟା ଗ୍ରୁପ ସୁବର୍ଣ୍ଣରେଖା ବନ୍ଦର CEO ପ୍ରକାଶ ସିଂ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ବନ୍ଦର ହେଲେ କେହି ବିସ୍ଥାପିତ ହେବେ ନାହିଁ କିମ୍ବା କାହାରି ଜମି ଯିବ ନାହିଁ, ବନ୍ଦର ସମ୍ପୂର୍ଣ ଭାବରେ ସମୁଦ୍ର ଭିତରେ ହେବ ସିଇଓ କହିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିଦ୍ଯୁତ ବିଲ ପୈଠରେ ବିଳମ୍ବ , ବସୁଧା ଜଳଯୋଗାଣ ବିଦ୍ଯୁତ କାଟ, ଜଳଯୋଗାଣ ଠପ୍

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ବୃକ୍ଷଟିଏ ସିଏ ବନ୍ଧୁଟିଏ

Sunil Chandra Nayak

ଓଡିଆ ବିକାଶ ମଞ୍ଚପକ୍ଷରୁ କାର୍ଲମାକ୍ସ ଜୟନ୍ତୀ ପାଳିତ

Leave a Comment

error: Content is protected !!